ଆଜିଠାରୁ ମେଷ ରାଶିରେ 'ବୁଦ୍ଧାଦିତ୍ୟ ଯୋଗ', ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ଏହି ଲାଭ
Advertisement
Article Detail0/zeeodisha/odisha2242874

ଆଜିଠାରୁ ମେଷ ରାଶିରେ 'ବୁଦ୍ଧାଦିତ୍ୟ ଯୋଗ', ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ଏହି ଲାଭ

Budh Rashi Parivartan: ଅନେକ ସମୟରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ମନୁଷ୍ୟର ଜୀବନ ଉପରେ ବିଭିନ୍ନ ପ୍ରଭାବ ପକାଏ ବୋଲି ଜ୍ୟୋତିଷଶାସ୍ତ୍ରରେ ବିବେଚନା କରାଯାଇଛି । ଗ୍ରହମାନଙ୍କର ରାଜକୁମାର ଭାବରେ ବିବେଚନା କରାଯାଉଥିବା ଗ୍ରହ ବୁଧ ଆଜି (ମଇ ୧୦)ରେ ମେଷ ରାଶିରେ ଚଳନ କରିଛନ୍ତି । ଏଥିସହ ସୂର୍ଯ୍ୟଙ୍କ ସହିତ ମେ ୧୦ରେ ମିଳିତ ହୋଇଛନ୍ତି । ବୁଧ-ସୂର୍ଯ୍ୟଙ୍କ ସଂଯୋଗ କାରଣରୁ 'ବୁଦ୍ଧାଦିତ୍ୟ ଯୋଗ' ଗଠନ ହୋଇଛି । ଯାହା ୫ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଗଭୀର ପ୍ରଭାବ ପକାଇବାର ସମ୍ଭାବନା ରହିଛି ।

ଆଜିଠାରୁ ମେଷ ରାଶିରେ 'ବୁଦ୍ଧାଦିତ୍ୟ ଯୋଗ', ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ଏହି ଲାଭ

Budh Rashi Parivartan: ଗ୍ରହମାନଙ୍କ ରାଜକୁମାର ବୁଧ ନିଜର ରାଶି ମୀନରୁ ମେଷ ରାଶିକୁ ଚଳନ କରିଛନ୍ତି । ପୂର୍ବରୁ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିଛନ୍ତି । ମେଷ ରାଶିରେ ବୁଧ ଏବଂ ସୂର୍ଯ୍ୟଙ୍କ ମିଳନ କାରଣରୁ 'ବୁଦ୍ଧାଦିତ୍ୟ ଯୋଗ' ଗଠନ ହୋଇଛି । ତେଣୁ ୫ ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଏହାର ସକରାତ୍ମକ ଫଳ ମିଳିବାକୁ ଯାଉଛି । ତେବେ କେଉଁ ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଆସନ୍ତୁ ଜାଣିବା ।

ମେଷ ରାଶି
ବୁଧ ଏବଂ ସୂର୍ଯ୍ୟଙ୍କ ମିଳନ କାରଣରୁ ଗଠିତ ହୋଇଥିବା ବୁଦ୍ଧାଦିତ୍ୟ ଯୋଗ ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଫଳରେ ସାହସ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତି ଦୃଢ ହେବା ସହ ନୂତନ ଆୟର ଉତ୍ସ ସୃଷ୍ଟି ହେବ । ବ୍ୟବସାୟରେ ଲାଭ ମିଳିବ । ଧାର୍ମିକ ଯାତ୍ରା କରିବାର ସୁଯୋଗ ସୃଷ୍ଟି ହେବ ।

ମିଥୁନ ରାଶି
ବୁଦ୍ଧାଦିତ୍ୟ ଯୋଗର ପ୍ରଭାବ କାରଣରୁ ବ୍ୟବସାୟ, ଶିକ୍ଷା, ପରିବାର, ସ୍ୱାସ୍ଥ୍ୟ ଇତ୍ୟାଦି ଉପରେ ଭଲ ପ୍ରଭାବ ପଡିବ । ବ୍ୟବସାୟୀମାନେ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଇବେ । ଛାତ୍ରମାନେ ଅଧ୍ୟୟନ ପାଇଁ ବିଦେଶ ଯିବାର ସମ୍ଭାବନା ରହିଛି । ପରିବାରରେ ସହଯୋଗ ମିଳିବ । ସ୍ୱାସ୍ଥ୍ୟରେ ଉନ୍ନତି ଦେଖିବାକୁ ମିଳିବ ।

ସିଂହ ରାଶି
ଆପଣଙ୍କ ଉପରେ ବୁଧ-ସୂର୍ଯ୍ୟ ସଂଯୋଗର ପ୍ରଭାବ ଯଥେଷ୍ଟ ଅନୁକୂଳ ହେବାର ସମ୍ଭାବନା ରହିଛି । ଆତ୍ମବିଶ୍ୱାସ ଏବଂ ସାହସ ବୃଦ୍ଧି ପାଇବ । ଜମି ତଥା ସମ୍ପତ୍ତିକୁ ନେଇ ଥିବା ବିବାଦ ସମାଧାନ ହୋଇଯିବ । ସମ୍ପର୍କୀୟଙ୍କ ସହିତ ଥିବା ମନାନ୍ତର ଦୂରେଇଯିବ । ମାଆଙ୍କ ନିକଟରୁ ସମର୍ଥନ ମିଳିବ । ସହଭାଗୀତାରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ଜଣେ ବନ୍ଧୁଙ୍କ ଆପଣଙ୍କୁ ସାହାଯ୍ୟ କରିପାରନ୍ତି ।

କନ୍ୟା ରାଶି
ଆପଣଙ୍କ ଉପରେ ବୁଦ୍ଧାଦିତ୍ୟ ଯୋଗର ପ୍ରଭାବ ସର୍ବୋତ୍ତମ ହେବ ବୋଲି ଆଶା କରାଯାଉଛି । ଅର୍ଥ ସମସ୍ୟା ଦୂରେଇଯିବ । ମିଡିଆ ଏବଂ ଯୋଗାଯୋଗ ସେବା ସହିତ ଜଡିତ ଲୋକମାନେ ଆର୍ଥିକ ଲାଭ ସହିତ ପୁରସ୍କାର ପାଇବାର ସମ୍ଭାବନା  ରହିଛି । ରାଜନୀତି ସହ ଜଡିତ ଲୋକମାନେ ନିର୍ବାଚନରେ ​​ଜିତିବାର ଅଧିକ ସମ୍ଭାବନା ରହିଛି । ମହିଳା ଉଦ୍ୟୋଗୀମାନେ ନିଜ ବ୍ୟବସାୟ ପାଇଁ ଭଲ ବିନିଯୋଗ ପାଇବାର ସମ୍ଭାବନା ଅଛି ।

ମୀନ ରାଶି
ବୁଧ ଏବଂ ସୂର୍ଯ୍ୟଙ୍କ ମିଳନ କାରଣରୁ ସୃଷ୍ଟି ହୋଇଥିବା ବୁଦ୍ଧାଦିତ୍ୟ ଯୋଗର ଶୁଭ ପ୍ରଭାବ ଆପଣଙ୍କ ଉପରେ ରହିଛି । ଉଭୟ ଶାରୀରିକ ଏବଂ ମାନସିକ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ମନରେ ଆଗ୍ରହ ବୃଦ୍ଧି ପାଇବ । ତୀର୍ଥଯାତ୍ରା କରିବାର ସୁଯୋଗ ରହିଛି । ସହଭାଗୀତା ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ଅଛି । ଆପଣଙ୍କ ସାଥୀଙ୍କଠାରୁ ସାହାଯ୍ୟ ତଥା ସମର୍ଥନ ପାଇବେ । ପାରିବାରିକ ସମସ୍ୟା ଦୂରେଇଯିବ । ସ୍ୱାସ୍ଥ୍ୟ ଭଲ ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- Jio Recharge Plan: ଏହି ପ୍ଲାନରେ ୧୧ ମାସ ଯାଏଁ ଟେନସନରୁ ମୁକ୍ତି ଦେଲା ଜିଓ

Also Read- Bijapur Encounter:ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା, ୯ ନକ୍ସଲ ମୃତ ସୂଚନା