Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !
Advertisement
Article Detail0/zeeodisha/odisha2245195

Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !

shani nakshatra parivartan 2024: ଶନିଙ୍କ ଚଳନ ଗମନାଗମନ, କର୍ମକ୍ଷେତ୍ର, ଆର୍ଥିକ ଏବଂ ପାରିବାରିକ ଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥାଏ । ଆଜି ରବିବାର ଦିନରେ ଶନିଦେବ ପୁର୍ବାଭାଦ୍ରପଦ ନକ୍ଷତ୍ରର ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କରିଛନ୍ତି । ଏହାର ପ୍ରଭାବରେ ୩ ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ପରିବର୍ତ୍ତନ ହେବାକୁ ଯାଉଛି ।

Shani Nakshatra Parivartan 2024: ଆଜିଠୁ ବଦଳିବ ୩ ରାଶିର ଭାଗ୍ୟ, ମିଳିବ ଟଙ୍କା !

Shani Nakshatra Parivartan 2024: ଶନିଦେବ ୧୨ ମଇ ରବିବାର ଦିନ ସକାଳ ୮ଟା ୮ ସମୟରେ ପୁର୍ବାଭାଦ୍ରପଦର ଦ୍ୱିତୀୟ ସ୍ଥାନରେ ଅବସ୍ଥାନ କରିଛନ୍ତି । ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ଶନିଦେବ ପୁର୍ବାଭାଦ୍ରପଦର ଦ୍ୱିତୀୟ ଘରେ ଅବସ୍ଥାନ କରିବେ । ଜ୍ୟୋତିଷଙ୍କ ମତ ଅନୁଯାୟୀ, ପ୍ରତ୍ୟେକ ଗ୍ରହର ନକ୍ଷତ୍ର ପରିବର୍ତ୍ତନ ଚାରୋଟି ପର୍ଯ୍ୟାୟରେ ଘଟିଥାଏ । ଏହା ଅନେକ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇଥାଏ। ତେବେ ବର୍ତ୍ତମାନ ଶନିଦେବଙ୍କ ଅବସ୍ଥାନ କେଉଁ କେଉଁ ରାଶିର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ପ୍ରଭାବ ପକାଇବା ସହ ଲାଭ ଦେବ ସେ ବିଷୟରେ ଆସନ୍ତୁ ଜାଣିବା ।

ମେଷ ରାଶି
ଶନିଙ୍କ ପ୍ରଭାବରୁ ଆପଣଙ୍କ ଖର୍ଚ୍ଚ ଅପେକ୍ଷାକୃତ କମ୍ ରହିବ । ବନ୍ଧୁଙ୍କ ସାହାଯ୍ୟରେ ଚାକିରିରେ ପରିବର୍ତ୍ତନ ପାଇଁ ସୁଯୋଗ ମିଳିପାରେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବା ସହ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ଶିକ୍ଷାଗତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ଜଗିରଖି ଚଳନ୍ତୁ ।

କନ୍ୟା ରାଶି
ଶନିଦେବଙ୍କ ନକ୍ଷତ୍ରରେ ପରିବର୍ତ୍ତନର ପ୍ରଭାବରୁ ଆପଣଙ୍କ ପାଇଁ ଶୁଭଫଳ ମିଳିବ । ଭାଗ୍ୟ ଆପଣଙ୍କ ସାଥ୍ ଦେବ । ମଇ ୧୨ ପରେ ଚାକିରି ଏବଂ ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ପରିବାରରେ ଥିବା ଦୀର୍ଘ ଦିନର ସମସ୍ୟାରେ ପୂର୍ଣ୍ଣଛେଦ ପଡିବ । ସ୍ୱାସ୍ଥ୍ୟ ପୂର୍ବପରି ରହିବ ।

ମିଥୁନ ରାଶି
ଶିକ୍ଷାଗତ ଏବଂ ବୈଦ୍ଧିକ କାର୍ଯ୍ୟରେ ସୁଖଦ ଫଳାଫଳ ପାଇବେ । ପିଲାମାନଙ୍କଠାରୁ ଶୁଭ ଖବର ପାଇବେ । ପରିବାରରେ କିଛି ଧାର୍ମିକ କାର୍ଯ୍ୟ ହୋଇପାରେ । ବିଭିନ୍ନ କ୍ଷେତ୍ରରୁ ଟଙ୍କା ଉପାର୍ଜନ କରିବେ । ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ । ଆୟ ବଢିବା କାରଣରୁ ମନ ଖୁସି ରହିବ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- ୪୪ ବର୍ଷ ଧରି ବାବା ବଦ୍ରିନାଥଙ୍କ ପ୍ରଥମ ଦର୍ଶନ କରୁଛନ୍ତି ଏହି ବ୍ୟକ୍ତି

Also Read- ସିଦ୍ଧାନ୍ତଙ୍କ ପାଇଁ ଭୋଟ୍‌ ମାଗିଲେ ସ୍ତ୍ରୀ ମାମା ମିଶ୍ର