Surya Grahan 2024: ସୂର୍ଯ୍ୟ ଗ୍ରହଣରେ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ପ୍ରେମ ଜୀବନରେ ଆସିବ ମଧୁରତା ସହ...
Advertisement
Article Detail0/zeeodisha/odisha2184851

Surya Grahan 2024: ସୂର୍ଯ୍ୟ ଗ୍ରହଣରେ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ପ୍ରେମ ଜୀବନରେ ଆସିବ ମଧୁରତା ସହ...

Surya Grahan 2024: ଚଳିତ ମାସ ୮ ତାରିଖରେ ପଡୁଛି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ । ଏହି ଦିନ ମେଷ ରାଶିକୁ ଶୁକ୍ର ଚଳନ କରିବେ।  ତେବେ, ସୂର୍ଯ୍ୟଗ୍ରହଣ ଦିନ ଶୁକ୍ରଙ୍କ ରାଶି ପରିବର୍ତ୍ତନ କିଛି ରାଶି ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ। 

Surya Grahan 2024: ସୂର୍ଯ୍ୟ ଗ୍ରହଣରେ ବଦଳିବ ଏହି ସବୁ ରାଶିଙ୍କ ଭାଗ୍ୟ, ପ୍ରେମ ଜୀବନରେ ଆସିବ ମଧୁରତା ସହ...

Surya Grahan 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। କିନ୍ତୁ ଚଳିତ ମାସ୍ (ଏପ୍ରିଲ୍ ) କିଛି ରାଶିଙ୍କ ପାଇଁ ମଙ୍ଗଳମୟ ହେବ। କାହିଁକିନା, ଚଳିତ ମାସ ୮ ତାରିଖରେ ପଡୁଛି ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ । ଏହି ଦିନ ମେଷ ରାଶିକୁ ଶୁକ୍ର ଚଳନ କରିବେ।  ଶୁକ୍ର (venus)ପ୍ରେମ, ସମ୍ପର୍କ, ସୌନ୍ଦର‌୍ୟ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ (shukra gochar 2023)ଅବସ୍ଥା ଖରାପ ହୁଏ,ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ତେବେ, ସୂର୍ଯ୍ୟଗ୍ରହଣ ଦିନ ଶୁକ୍ରଙ୍କ ରାଶି ପରିବର୍ତ୍ତନ କିଛି ରାଶି ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ। ତେବେ, ଆସନ୍ତୁ ଜାଣିବା କେଉଁ ସବୁ ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।...

ALSO READ: Today Horoscope: ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏହି ସବୁରାଶି, ଜାଣନ୍ତୁ ଆଜିର ରାଶିଫଳ

ଧନବାନ୍ ହେବେ ଏହି ସବୁ ରାଶି:

ମେଷ:  ସୂର୍ଯ୍ୟ ଗ୍ରହଣ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ବିଶେଷ କରି ଚାକିରି କରୁଥିବା ଲୋକେ ଏହି ସମୟରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦିର୍ଘ ଦିନ ଧରି ଚାକିରି ଆଶାରେ ଥିବା ଲୋକଙ୍କୁ ଶୁଭ ଖବର ମିଳିବ। ଆର୍ଥିକ ସ୍ଥିତି ପୂର୍ବଅପେକ୍ଷା ମଜବୁତ୍ ହେବ। ଅବିବାହିତଙ୍କ ବିବାହ ସ୍ଥିର ହୋଇପାରେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। 

ବୃଷ:  ଆପଣଙ୍କ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବ। ଯେଉଁମାନେ ଚାକିରି କିମ୍ବା ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିଛି। ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଆୟର ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ଅଛି । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହେବ ।

କନ୍ୟା: ଏହି ମାସ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ବେଶ ମଜବୁତ୍ ରହିବ। ବିଳାସ ପୂର୍ଣ୍ଣ ଜୀବନ ଯାପନ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଦିର୍ଘ ଦିନର ଆଶା ପୂରଣ ହେବ।

ଧନୁ:  ମାସ ଆରମ୍ଭରୁ ବିଦେଶ ଯାତ୍ରାର ଯୋଗ ରହିଛି । ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। ଆକସ୍ମିକ ଧନ ଲାଭର ଯୋଗ ରହିଛି। ପ୍ରେମ ଜୀବନରେ ମଧୁରତା ଆସିବ। ଏବଂ ଦିର୍ଘ ଦିନ ଧରି ପ୍ରେମ କରୁଥିବା ଲୋକଙ୍କୁ ଆପଣ ବିବାହ ବି କରିପାରନ୍ତି। 

ମକର:  ଏହି ମାସ ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।  ପୁରୁଣା ବିନିଯୋଗରୁ ଲାଭ ପାଇବେ। ମାର୍ଚ୍ଚରେ ଏକ ଘର କିମ୍ବା ଗାଡି କିଣି ପାରନ୍ତି। ଆର୍ଥିକ ସ୍ଥିତି ଭଲ ହେବ। ସମ୍ପର୍କ ଉନ୍ନତି ହେବ । ଭଲ କାମ କରି ପ୍ରଂଶସିତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ ରହିଛି ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)