NRIs: ପ୍ରବାସୀ ହେବାରେ ଭାରତୀୟ ଏକ ନମ୍ବର; ୨୦୨୨ରେ ଦେଶକୁ ପଠାଇଛନ୍ତି ୯ ଲକ୍ଷ୧୯ ହଜାର କୋଟି ଟଙ୍କା
Advertisement
Article Detail0/zeeodisha/odisha2240411

NRIs: ପ୍ରବାସୀ ହେବାରେ ଭାରତୀୟ ଏକ ନମ୍ବର; ୨୦୨୨ରେ ଦେଶକୁ ପଠାଇଛନ୍ତି ୯ ଲକ୍ଷ୧୯ ହଜାର କୋଟି ଟଙ୍କା

ଭୁବନେଶ୍ୱର: ପ୍ରବାସୀ ହେବାରେ ଭାରତୀୟ ହେଉଛନ୍ତି ବିଶ୍ୱର ଏକନମ୍ବର। ବିଶେଷକରି ନିଜ ଶିକ୍ଷା ଅନୁସାରେ ବୃତ୍ତି ତଥା ଅଧିକ ରୋଜଗାର ଆଶାରେ ୨୦୨୨ ମସିହାରେ ଆମ ଦେଶରୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକ ବିଦେଶ ଯାଇଛନ୍ତି। ସେମାନେ ଏହି ବର୍ଷ ଦେଶକୁ  ୧୧୦ ବିଲିୟନ୍‍ ଡଲାର ବା ୯ ଲକ୍ଷ ୧୮ ହଜାର ୨୮୦ କୋଟି  ଟଙ୍କା ପଠାଇଛନ୍ତି। ଜାତିସଂଘ ଦ୍ୱାରା ମୁକ

NRIs: ପ୍ରବାସୀ ହେବାରେ ଭାରତୀୟ ଏକ ନମ୍ବର; ୨୦୨୨ରେ ଦେଶକୁ ପଠାଇଛନ୍ତି ୯ ଲକ୍ଷ୧୯ ହଜାର କୋଟି ଟଙ୍କା

NRIs: ଭୁବନେଶ୍ୱର: ପ୍ରବାସୀ ହେବାରେ ଭାରତୀୟ ହେଉଛନ୍ତି ବିଶ୍ୱର ଏକନମ୍ବର। ବିଶେଷକରି ନିଜ ଶିକ୍ଷା ଅନୁସାରେ ବୃତ୍ତି ତଥା ଅଧିକ ରୋଜଗାର ଆଶାରେ ୨୦୨୨ ମସିହାରେ ଆମ ଦେଶରୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକ ବିଦେଶ ଯାଇଛନ୍ତି। ସେମାନେ ଏହି ବର୍ଷ ଦେଶକୁ  ୧୧୦ ବିଲିୟନ୍‍ ଡଲାର ବା ୯ ଲକ୍ଷ ୧୮ ହଜାର ୨୮୦ କୋଟି  ଟଙ୍କା ପଠାଇଛନ୍ତି। ଜାତିସଂଘ ଦ୍ୱାରା ମୁକ୍ତିଲାଭ କରିଥିବା ବିଶ୍ୱ ପ୍ରବାସୀ ରିପୋର୍ଟ-୨୦୨୪ରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। 

ବୁଧବାରଦିନ ଢାକାଠାରେ ଉନ୍ମୋଚିତ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି ଭାରତର ପେସାଦାରମାନେ ବିଭିନ୍ନ କାମ ପାଇଁ ମୁଖ୍ୟତଃ ଆମେରିକା, ୟୁଏଇ ଏବଂ ସାଉଦି ଆରବ ଯାଇଥାଆନ୍ତି। ଏହିଠାରୁ ସେମାନେ ପରିବାର ପୋଷଣ ତଥା  ସଞ୍ଚୟ ଉଦ୍ଦେଶ୍ୟରେ ୨୦୨୨ ବର୍ଷ ଦେଶକୁ ୧୧୦ ବିଲିୟନ ଡଲାର ପଠାଇଛନ୍ତି, ଯାହା ବିଶ୍ୱର ଅନ୍ୟ କୌଣସି ଦେଶର ନାଗରିକ କରି ନାହାନ୍ତି। ପ୍ରଥମ ଦେଶ ଭାବେ  ପ୍ରବାସୀଙ୍କଠାରୁ ୧୦୦ ବିଲିୟନ ଡଲାର ପାଇଥିବା ରାଷ୍ଟ୍ର ଭାବେ ଏହି ରିପୋର୍ଟରେ କୁହାଯାଇଛି। ୨୦୨୦ ମସିହାରେ ଭାରତ ୮୩ ବିଲିୟନ ଡଲାର ପାଇଥିଲା। 

ଭାରତ ତଳକୁ ମେକ୍ସିକୋ ଏବଂ ଚୀନ ରହିଛନ୍ତି। ଚୀନ ତଳେ ରହିଛି ଫିଲିପାଇନ୍ସ, ଫ୍ରାନ୍ସ ଏବଂ ପାକିସ୍ତାନ। ୨୦୨୨ ମସିହାରେ ଚୀନ ବିଦେଶରେ ଥିବା ଏହାର ନାଗରିକଙ୍କଠାରୁ ୫୧ ବିଲିୟନ ଡଲାର ଲାଭ କରିଛି। ମେକ୍ସିକୋ ୬୧ ବିଲିୟନ ଡଲାର ପ୍ରବାସୀଙ୍କଠାରୁ ପାଇଥିବା ଏହି ରିପୋର୍ଟରେ କୁହାଯାଇଛି। ଅର୍ଥାତ ଚୀନ୍‍ର ନାଗରିକ ବିଦେଶରୁ ପଠାଇଥିବା ଅର୍ଥଠାରୁ ଏହା ଅଧିକ। ପାକିସ୍ତାନ ୩୦ ବିଲିୟନ ଡଲାର ଏବଂ ବାଂଲାଦେଶ ୨୧ ବିଲିୟନ ଡଲାର ବିଦେଶରା ରହୁଥିବା ଏହାର ପେସାଦାରଙ୍କଠାରୁ ପ୍ରାପ୍ତ କରିଛନ୍ତି। 

୨୦୨୦ ମସିହାରେ କୋଭିଡ୍‍ ମହାମାରୀ ହେତୁ ବିଦେଶ ଯିବା ଏବଂ ସେଠାରେ କାମ କରିବା ପ୍ରଭୃତି ଉପରେ ଅନେକ କଟକଣା ରହିଥିଲା। ଏହି କଟକଣା ଦ୍ୱାରା  ଭିନ୍ନ ଭିନ୍ନ ଦେଶରେ ବିଦେଶୀ ନାଗରିକଙ୍କ ସଂଖ୍ୟା କମ୍‍ ରହିଥିଲା। ଏଣୁ ୨୦୨୦ ମସିହାରେ ସାରା ବିଶ୍ୱରେ ପ୍ରବାସୀ ନାଗରିକଙ୍କ ଦ୍ୱାରା ସେମାନଙ୍କ ଦେଶକୁ ସମୁଦାୟ ୭୧୭ ବିଲିୟନ୍‍ ଡଲାର ପଠାଯାଇଥିଲା। ୨୦୨୧ରେ ଏହି ସଂଖ୍ୟା ୭୯୧ ବିଲିୟନ ଡଲାର ହୋଇଥିବା ବେଳେ ୨୦୨୨ ବର୍ଷ ଏହି ପରିମାଣ ୮୩୧ ବିଲିୟନ ଡଲାର ହୋଇଛି। 

ବିଶ୍ୱ ପ୍ରବାସୀ ରିପୋର୍ଟ ୨୦୨୨ ଅନୁସାରେ ଦିନକୁ ଦିନ ପ୍ରବାସୀ ନାଗରିକଙ୍କ ସଂଖ୍ୟା ବିଭିନ୍ନ ଦେଶରେ ବଢ଼ିବାରେ ଲେଗିଛି। ଅର୍ଥାତ୍‍ ଜନ୍ମ ହୋଇଥିବା ଦେଶରୁ ଭିନ୍ନ ଅନ୍ୟ ଦେଶରେ ରହି ସେଠାରେ ପେସା ଆପଣାଇଥିବା ଲୋକଙ୍କ ସଂଖ୍ରା ୧୯୭୦ରେ ମାତ୍ର ୮ କୋଟି ୪୦ ଲକ୍ଷ ଥିଲା। ଯାହା ସେତେବଳେ ବିଶ୍ୱଜନସଂଖ୍ୟାର ମାତ୍ର ୨,୪ ପ୍ରତିଶତ ଥିଲା। ୨୦୨୨ ରିପୋର୍ଟରେ ଏହି ହାରକୁ ୩.୬ ପ୍ରତିଶତ ବୋଲି ଦର୍ଶାଯାଇଛି।