Advertisement
Photo Details/zeeodisha/odisha1826987
photoDetails0hindi

Manisha koirala Birthday: ବେଶ କଷ୍ଟଦାୟକ ଥିଲା ମନୀଷା କୋଇରାଲାଙ୍କ ଜୀବନ, ବିବାହର ଦୁଇ ବର୍ଷ ପରେ...

Manisha koirala: ବଲିଉଡ଼ର ସୁନ୍ଦରୀ ଅଭିନେତ୍ରୀ ମନୀଷା କୋଇରାଲାଙ୍କୁ କିଏ ବା ନ ଜାଣେ । ବର୍ତ୍ତମାନ ଅଭିନୟଠାରୁ ଦୂରରେ ରହିଥିଲେ ମଧ୍ଯ ଅଭିନେତ୍ରୀ ଆଜି ମଧ୍ଯ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି । ଆଜି ଅଭିନେତ୍ରୀ ଆଜି ୫୩ ବର୍ଷ ବୟରେ ପର୍ଦାପଣ କରିଛନ୍ତି । ଏହି ଅବସରରେ ଆସନ୍ତୁ ଜାଣିବା ମନୀଷାଙ୍କ ଜୀବନକୁ ନେଇ କିଛି ରୋଚକ କଥା ।

1/5

୧୯୭୦ ମସିହା ଅଗଷ୍ଟ ୧୬ ତାରିଖରେ ମନୀଷା କୋଇରାଲା ନେପାଳର କାଠମାଣ୍ତୁରେ ଜନ୍ମଗ୍ରହଣ କରିଥିଲେ। ୯୦ ଦଶକରେ ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଥିଲେ ମନୀଷା । ତାଙ୍କ ସୌନ୍ଦର୍ଯ୍ୟର ଉଦାହରଣ ଆଜି ବି ଦିଆଯାଇଥାଏ । ମନୀଷାଙ୍କ ନେପାଳର ଏକ ରାଜନୈତିକ ପରିବାରରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ପ୍ରକାଶ କୋଇରାଲା ଓ ମାତାଙ୍କ ନାମ ସୁଷମା ଅଟେ। 

 

 

 

 

2/5

ସେ କେବେ ବି ଅଭିନେତ୍ରୀ ହେବାର ସ୍ୱପ୍ନ ଦେଖି ନଥିଲେ, ସେ ଡାକ୍ତର ହେବାକୁ ଚାହୁଁଥିଲେ କିନ୍ତୁ ମଡେଲିଂ ତାଙ୍କ ପାଇଁ ବଲିଉଡ଼ର ନେଇ ବାଟ ଖୋଲିଥିଲା ​​। ଅଭିନେତ୍ରୀ ଦିଲୀପ କୁମାର ଓ ରାଜକୁମାରଙ୍କ ସହ ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ନଜର ଆସିଥିଲେ । 

3/5

ମନୀଷା ୧୯୮୯ ମସିହାରେ ନେପାଳୀ ଚଳଚ୍ଚିତ୍ର ‘ଫେରି ଭେଟୁଲା’ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସୁଭାଷ ଘାଇ ତାଙ୍କୁ ବଲିଉଡରେ ପ୍ରଥମ ବ୍ରେକ୍ ଦେଇଥିଲେ। ୧୯୯୧ ମସିହାରେ ‘ସୌଦାଗର’ ଚଳଚ୍ଚିତ୍ରରୁ ସେ ନିଜ ବଲିଉଡ଼ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ତାଙ୍କ ସୌନ୍ଦଯ୍ୟ ଓ ଅଭିନୟ ଦେଖି ତାଙ୍କୁ ଅନେକ ଫିଲ୍ମରେ କାମ କରିବା ନେଇ ଅଫର ମିଳିଥିଲା 

4/5

ଏହାପରେ ମନୀଷା କେବେ ପଛକୁ ଫେରି ଚାହିଁ ନଥିଲେ । ‘ଆକେଲେ ହମ୍ ଆକେଲେ ତୁମ୍’, ‘ଅଗ୍ନିସାକ୍ଷୀ’, ‘ବମ୍ବେ’, ଖାମୋସି ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି । ଅଭିନେତ୍ରୀଙ୍କ ନାମ ନାନା ପାଟେକରଙ୍କ ସହ ଯୋଡ଼ାଯାଇଥିଲା କିନ୍ତୁ ନେପାଳର ବ୍ୟବସାୟୀ ସମ୍ରାଟ ଦହଲଙ୍କୁ ବିବାହ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ।

5/5

ଏହି ବିବାହ କେବଳ ଦୁଇ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ପାରିଥିଲା । ପରେ ଦୁହେଁ ପରସ୍ପରଠାରୁ ଛାଡପତ୍ର ନେଇଥିଲେ। ଏହାର କିଛି ବର୍ଷ ପରେ ମନୀଷା ଓଭାରି କ୍ୟାନ୍ସରରେ ପୀଡ଼ିତ । ବହୁ ବର୍ଷ ଧରି କର୍କଟ ସହ ସଂଷର୍ଘ କରିବା ପରେ ଶେଷରେ ସେ କ୍ୟାନସର ମୁକ୍ତ ହୋଇଥିଲେ । ସେ ନ୍ୟୁୟର୍କରୁ ଫିଲ୍ମ ମେକିଙ୍ଗେରେ ଡିଗ୍ରୀ ହାସଲ କରିଛନ୍ତି ।