Advertisement
Photo Details/zeeodisha/odisha1823943
photoDetails0hindi

Richest comedian: କପିଲ ଶର୍ମା ନୁହେଁ, ୪୯୦ କୋଟି ସମ୍ପତ୍ତି ସହ ଏକ ନମ୍ବର ସ୍ଥାନରେ ରହିଛନ୍ତି ଏହି କମେଡ଼ିଆନ୍

Richest comedian in India: କପିଲ ଶର୍ମା ସାରା ଦେଶରେ ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଭାବେ ବେଶ ଜଣାସୁଣା । ‘ଦି କପିଲ ଶର୍ମା ସୋ’ରେ ଲୋକଙ୍କୁ ହସାଇ ହସାଇ ବେଦମ କରିଥାଆନ୍ତି କମେଡ଼ି କିଙ୍ଗ କପିଲ ଶର୍ମା । କିନ୍ତୁ କ’ଣ ଆପଣ ଜାଣନ୍ତି କି? କପିଲ ଦେଶର ସବୁଠାରୁ ଧନୀ ହାସ୍ୟ ଅଭିନେତା ନୁହଁନ୍ତି, ଏମିତି କି ଜନି ଲିଭର, ପରେଶ ରାୱଲ କିମ୍ବା ରାଜପାଲ ଯାଦବ ମଧ୍ୟ ଏକ ନମ୍ବର ସ୍ଥାନରେ ନାହାନ୍ତି ।  ତେବେ ଏକ ନମ୍ବର ସ୍ଥାନରେ ଥିବା ଏହି ହାସ୍ୟ ଅଭିନେତା ଜଣଙ୍କ କିଏ ଆସନ୍ତୁ ଜାଣିବା ।

1/5

ଏଠାରେ ଆମେ ସାଉଥ ସିନେମାର ସେହି ହାସ୍ୟ ଅଭିନେତାଙ୍କ ବିଷୟରେ କହୁଛୁ ଯାହାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ଯ ସାମିଲ ରହିଛି । ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଲୋକପ୍ରିୟ କମେଡ଼ିଆନ୍ ବ୍ରହ୍ମାନନ୍ଦମ୍ । ଯିଏକି ପ୍ରତ୍ୟେକ ସାଉଥ ଫିଲ୍ମରେ ନଜର ଆସିଥାଆନ୍ତି । 

2/5

ବ୍ରହ୍ମାନନ୍ଦମ୍ ଙ୍କ ମୋଟ ସମ୍ପତ୍ତି ମୂଲ୍ୟ କପିଲ ଶର୍ମାଙ୍କଠାରୁ ଦେଢ ଗୁଣା ଅଧିକ ଅଟେ । ସିନେମାରେ ଅଭିନୟ ପାଇଁ ସେ ମୋଟା ଅଙ୍କର ଫି ନେଇଥାଆନ୍ତି । ଅଭିନେତା ପ୍ରତ୍ୟେକ ପ୍ରୋଜେକ୍ଟ ପାଇଁ ମାସିକ ୨ କୋଟିରୁ ଅଧିକ ବେତନ ନିଅନ୍ତି। ତାଙ୍କ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ କାରବାରରେ କୋଟି କୋଟି ଟଙ୍କା ଅନ୍ତର୍ଭୁକ୍ତ।

3/5

୧୦୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଥିବା ଏହି ୬୭ ବର୍ଷୀୟ ମେଗାଷ୍ଟାରଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ମଧ୍ଯ ସ୍ଥାନ ପାଇଛି । କଳା କ୍ଷେତ୍ରରେ ଅବଦାନ ପାଇଁ ତାଙ୍କୁ ୨୦୨୨ ମସିହାରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି । ଦେଶରେ ସର୍ବାଧିକ ପାରିଶ୍ରମିକ ପାଉଥିବା ହାସ୍ୟ ଅଭିନେତାମାନଙ୍କ ମଧ୍ୟରୁ ସେ ଅନ୍ୟତମ । ୧୯୮୭ ମସିହାରେ ମୁକ୍ତିଲାଭ କରିଥିବା 'ଆହାଃ ନା ପେଲାଣ୍ଟା' (Aha! Naa Pellanta) ସିନେମା ଜରିଆରେ ସେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ । 'ମନି', 'ଆନ୍ନା', 'ଅନଗନାଗା ଓକା ରୋଜୁ', 'ବିନୋଦମ୍', 'ରେଡ୍ଡୀ' ଏଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି ।

4/5

ବ୍ରହ୍ମାନନ୍ଦମ୍ ଙ୍କ ନିକଟରେ ଅଡି଼ R8, ଅଡି଼ Q7, ମର୍ସିଡିଜ୍-ବେଞ୍ଜ୍ ଭଳି ଅନେକ ବିଳାସପୂର୍ଣ୍ଣ କାରର ରହିଛି। ତାଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୬୦ ମିଲିୟନ୍ ଡଲାର୍ ଅର୍ଥାତ୍ ୪୯୦ କୋଟି ଟଙ୍କା ଅଟେ । କପିଲ ଶର୍ମାଙ୍କ ନେଟ୍ ୱର୍ଥ ୩୫ ମିଲିୟନ୍ ଡଲାର ଅର୍ଥାତ୍ ୨୮୫ କୋଟି ଟଙ୍କା ବୋଲି କୁହାଯାଉଛି।

5/5

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜନି ଲିଭରଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୭୭ କୋଟି ଟଙ୍କା ହୋଇଥିବା ବେଳେ ରାଜପାଲ ଯାଦବଙ୍କ ନିକଟରେ ୫୦ କୋଟିର ସମ୍ପତ୍ତି ଥିବା ଜଣାଯାଇଛି। ସେହିପରି ଭାରତୀ ସିଂଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୨୩-୨୫ ​​କୋଟି ଟଙ୍କା ଅଟେ।