Advertisement
Photo Details/zeeodisha/odisha2210488
photoDetails0hindi

India Philippines Defence Deal: ଚୀନ ସହ ମୁକାବିଲା ପାଇଁ ଭାରତ ପାଖରୁ ବ୍ରହ୍ମାସ୍ତ୍ର ନେବ ଫିଲିପାଇନ୍ସ

Philippines will take BrahMos Missile from India: ଚୀନ ସହ ମୁକାବିଲା ପାଇଁ ଭାରତ ପାଖରୁ ବ୍ରହ୍ମାସ୍ତ୍ର ନେବ ଫିଲିପାଇନ୍ସ। ଦକ୍ଷିଣ ଚୀନ ସାଗରରେ ବଢୁଥିବା ଚୀନ ଦାଦାଗିରିକୁ ମୁକାବିଲା କରିବା ଅନେକ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଭାରତ ପାଖରୁ ସାମରିକ ସହୟତା ଲୋଡ଼ିଛନ୍ତି। ଏହି କ୍ରମରେ ଫିଲିପାଇନ୍ସ, ସାମରିକ ସହଯୋଗୀ ଭାରତ ପାଖରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଗ୍ରହଣ କରିବାକୁ ଯାଉଛି।

1/6

ଶୁକ୍ରବାର ଫିଲିପାଇନ୍ସ ଅଧିଗ୍ରହଣ କରିବ ବ୍ରହ୍ମୋସ କ୍ଷେପଣାସ୍ତ୍ର: ଦକ୍ଷିଣ ଚୀନ୍ ସାଗରରେ ଚୀନ ଦାଦାଗିରିର ସାମ୍ନା କରୁଥିବା ଫିଲିପାଇନ୍ସ ଅପ୍ରେଲ ୧୯ ତାରିଖ ଶୁକ୍ରବାର ଭାରତ ପାଖରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ଅଧିଗ୍ରହଣ କରିବ। ଭାରତୀୟ ବାୟୁସେନା ମାଧ୍ୟମରେ ଫିଲିପାଇନ୍ସ ଏହାର ସୁରକ୍ଷା କବଚ ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର ହାସଲ କରିବ।

 

2/6

ଗତ ୨୦୨୨ ବର୍ଷରେ ସ୍ୱାକ୍ଷରିତ ହୋଇଥିଲା ଏକ ବଡ଼ ଚୁକ୍ତି: ଦକ୍ଷିଣ ଚୀନ୍‌ ସାଗରରେ ଚୀନ ଦାଦାଗିରିର ଜବାବ ଦେବା ପାଇଁ ଗତ ୨୦୨୨ ଜାନୁଆରୀ ମାସରେ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର କ୍ରୟ କରିବା ପାଇଁ ଫିଲିପାଇନ୍ସ ସହିତ ଭାରତ ଏକ ବଡ଼ ଚୁକ୍ତି କରିଥିଲା। ଏହି ଚୁକ୍ତି ଆଧାରରେ ଫିଲିପାଇନ୍ସ ହେଉଛି ବିଶ୍ୱର ପ୍ରଥମ ଦେଶ ଯିଏ ଭାରତ ଏଂ ଏହାର ପାରମ୍ପରିକ ସହଯୋଗୀ ଋଷିଆ ଦ୍ୱାରା ମିଳିତ ଭାବେ ବିକଶିତ ହୋଇଥିବା ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର "ବ୍ରହ୍ମୋସ" ବ୍ୟବହାର କରିବ।

3/6

୨୯୦ କିଲୋମିଟର ପର୍ଯ୍ୟନ୍ତ ରହିଛି ଲକ୍ଷ୍ୟକ୍ଷେଦ କ୍ଷମତା: ରିପୋର୍ଟ ଅନୁଯାୟୀ ବ୍ରହ୍ମୋସ କ୍ଷେପଣାସ୍ତ୍ର ଅଧିଗ୍ରହଣ ପାଇଁ ଭାରତ-ଫିଲିପାଇନ୍ସ,ମଧ୍ୟରେ ପ୍ରାୟ ୨୭୦୦ କୋଟି ଟଙ୍କାର ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଅନୁଯାୟୀ ଫିଲିପାଇନ୍ସ ଭାରତ ପାଖରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ୩ ବ୍ୟାଟେରୀ ପାଇବ। ଫିଲିପାଇନ୍ସ ପାଇବାକୁ ଯାଉଥିବା କ୍ଷେପଣାସ୍ତ୍ର ୨୯୦ କିଲୋମିଟର ମଧ୍ୟରେ କୌଣସି ଟାର୍ଗେଟ ଲକ୍ଷ୍ୟକ୍ଷେଦ କରିପାରିବ।

4/6

ଭାରତ ପାଖରୁ ବ୍ରହ୍ମାସ୍ତ୍ର ନେବ ଫିଲିପାଇନ୍ସ: ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର କୁହାଯାଉଥିବା ବ୍ରହ୍ମୋସ କିପରି ବ୍ୟବହୃତ ହୋଇଥାଏ, ସେ ସମ୍ପର୍କରେ ଅବଗତ କରିବା ପାଇଁ ଭାରତୀୟ ନୌସେନା ଗତ ବର୍ଷ ଫେବୃଆରୀ ମାସରେ ସହଯୋଗୀ ଫିଲିପାଇନ୍ସ ନୌସେନାର ୨୧ ଜଣ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିଥିଲା। ସେଠାରେ ପହଞ୍ଚିବା ପରେ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଫିଲିପାଇନ୍ସ ନୌସେନା ଯୁଦ୍ଧ ଜାହାଜରେ ନିୟୋଜିତ କରାଯିବ। ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇବା ପରେ ଚୀନ ଦାଦାଗିରିର ମୁକାବିଲା ଫିଲିପାଇନ୍ସ ଅନେକାଂଶରେ ସକ୍ଷମ ହୋଇପାରିବ।

 

5/6

ବ୍ରହ୍ମୋସ କ୍ଷେପଣାସ୍ତ୍ର ପାଇଁ ଆଗ୍ରହୀ ଅଛନ୍ତି ଆହୁରି ଅନେକ ଦେଶ: କେବଳ ଫିଲିପାଇନ୍ସ ନୁହେଁ ଭିଏତନାମ, ଇଣ୍ଡୋନେସିଆ, ଥାଇଲ୍ୟାଣ୍ଡ ଏବଂ ମାଲେସିଆ ଆଦି ଦକ୍ଷିଣ ପୂର୍ବ ଏସୀୟ ଦେଶ ବିଶ୍ୱର ସବୁଠାରୁ ବିପଜ୍ଜନକ କ୍ଷେପଣାସ୍ତ୍ର ବ୍ରହ୍ମୋସ କିଣିବା ପାଇଁ ଭାରତ ସହ ଆଲୋଚନା କରୁଛନ୍ତି। ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଚୀନ ସାଗରରେ ଜଳ ସୀମାକୁ ନେଇ ଚୀନ ସହ ଭିଏତନାମ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଆଦି ଦେଶର ବିବାଦ ବହୁ ବର୍ଷ ଧରି ଆସୁଛି। ଦକ୍ଷିଣ ଚୀନ ସାଗରରେ ଚୀନ ଦାଦାଗିରିର ଜବାବ ଦେବା ପାଇଁ ଏହି ସମସ୍ତ ଦକ୍ଷିଣ ପୂର୍ବ ଏସୀୟ ଦେଶ ଭାରତ ପାଖରୁ ସାମରିକ ସହୟତା ଲୋଡ଼ିଛନ୍ତି। 

 

6/6

ବିଶ୍ୱର ସବୁଠାରୁ ବିପଜ୍ଜନକ କ୍ଷେପଣାସ୍ତ୍ର ବ୍ରହ୍ମୋସ: ସୁପରସୋନିକ୍ କ୍ରୁଜ୍ ମିସାଇଲ ବ୍ରହ୍ମୋସ ହେଉଛି ବିଶ୍ୱର ସବୁଠାରୁ ବିପଜ୍ଜନକ କ୍ଷେପଣାସ୍ତ୍ର। ଯାହାକୁ ବୁଡ଼ାଜାହାଜ, ଯୁଦ୍ଧ ଜାହାଜ କିମ୍ବା ବିମାନ ଅଥବା ସ୍ଥଳଭାଗରୁ ଉତକ୍ଷେପଣ କରାଯାଇ ପାରିବ। ଏହି କ୍ଷେପଣାସ୍ତ୍ର ବହୁତ କମ୍ ଉଚ୍ଚତାରେ ଉଡିଥାଏ। ଉଡିବା ସମୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏହାର ଦିଗ ମଧ୍ୟ ବଦଳାଇପାରେ। ଏପରି ବୈଶିଷ୍ଟ୍ୟ ହେତୁ ଏହାକୁ କୌଣସି ରାଡାର ଦ୍ୱାରା ଏପରି ସୁପରସୋନିକ୍ କ୍ରୁଜ୍ ମିସାଇଲ ଚିହ୍ନଟ ହୋଇପାରିବ ନାହିଁ। ଭାରତ ଏହି କ୍ଷେପଣାସ୍ତ୍ରକୁ ଲଦାଖ ସମେତ ଅରୁଣାଚଳ ପ୍ରଦେଶ ସୀମାରେ ନିୟୋଜିତ କରିସାରିଛି। ଯାହାକୁ ନେଇ ଚୀନ୍ ଭୟଭୀତ ରହିଛି।