Assembly Elections Results 2023 Live Updates: ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଶେଷ, ବାଜି ମାରିନେଲା ବିଜେପି
Advertisement
Article Detail0/zeeodisha/odisha1989487

Assembly Elections Results 2023 Live Updates: ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଶେଷ, ବାଜି ମାରିନେଲା ବିଜେପି

Assembly Elections Result 2023 Latest Update:  ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଆଦି ୪ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟ ଗଣତି। 

 

 

 

Assembly Elections Results 2023 Live Updates: ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଶେଷ, ବାଜି ମାରିନେଲା ବିଜେପି
LIVE Blog

Assembly Election Result 2023: ୨୦୨୩ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟ ଗଣତି। ଏହି ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଥିବା ବେଳେ କଂଗ୍ରେସ ନିରାଶ ହୋଇଛି। ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆଦି ୩ ରାଜ୍ୟରେ ବିଜେପି ରାଜ୍ୟରେ ବିପୁଳ ବିଜୟ ହାସଲ କରିବା ସହ ସରକାର ଗଠନ କରିବାକୁ ଯାଉଛି। ସେହିପରି ତେଲେଙ୍ଗାନାରେ ବିଗତ ୯ ବର୍ଷ ଧରି ଶାସନ ଗାଦିରେ ବସିଥିବା ଭାରତ ରାଷ୍ଟ୍ର ସମିତି ଗାଦିଚ୍ୟୁତ ହୋଇଛି। ଏହି ନିର୍ବାଚନରେ ବାଜିମାତ କରିବା ସହ ରାଜ୍ୟରେ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢିବା ସ୍ଥିର ହୋଇଯାଇଛି। 

ଆଜିର Live Blog ଏଠାରେ ଶେଷ କରୁଛୁ। ଆମ ସହ ଯୋଡ଼ି ହୋଇ ରହିଥିବାରୁ ଆପଣଙ୍କୁ ଧନ୍ୟବାଦ।

03 December 2023
23:59 PM

ମଧ୍ୟ ପ୍ରଦେଶ ବିଧାନସଭା ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ
୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ବିଜେପି। ଏହି ନିର୍ବାଚନ ଫଳାଫଳ ଅନୁଯାୟୀ ବିଜେପି ସରକାର ଗଢିବା ପାଇଁ ଏକାକୀ ବହୁମତ ହାସଲ କରିଥିବାର ଜଣାପଡିଛି। ବିଜେପି ଏକାକୀ ୧୬୩ ଆସନ ହାତେଇଛି।  ଅନ୍ୟପକ୍ଷରେ କଂଗ୍ରେସ ୬୫ ସିଟ୍ ଜିତିଥିବା ବେଳେ ଗୋଟିଏ ଆସନରେ ଅଗ୍ରଣୀ ରହିଛି। ଭାରତୀୟ ଆଦିବାସୀ ପାର୍ଟି  ଗୋଟିଏ ଆସନ ହାତେଇଛି। 

ମଧ୍ୟ ପ୍ରଦେଶ ବିଧାନସଭା ବିଧାନସଭାରେ କେଉଁ ଦଳ ପାଇଲା କେତେ ଆସନ

  • ବିଜେପି: ୧୬୩ ସିଟ୍
  • କଂଗ୍ରେସ ୬୫ ସିଟ୍ ଜିତିଥିବା ବେଳେ ଗୋଟିଏ ଆସନରେ ଅଗ୍ରଣୀ ରହିଛି 
  • ଭାରତୀୟ ଆଦିବାସୀ ପାର୍ଟି:  ୧ ସିଟ୍
23:50 PM

ଛତିଶଗଡ଼ ବିଧାନସଭା ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ
୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିବା ସହ ୫ ବର୍ଷ ପରେ ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି। ଏହି ନିର୍ବାଚନ ଫଳାଫଳ ଅନୁସାରେ ବିଜେପି ସରକାର ଗଠନ କରିବା ପାଇଁ  ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିଛି। ମୋଟ ୯୦ ଆସନ ବିଶିଷ୍ଟ ଛତିଶଗଡ଼ରେ ସରକାର ଗଢିବା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବିଜେପି ୫୪ ଆସନ ହାତେଇଛି। ସେହିପରି କଂଗ୍ରେସ ୩୫ ଏବଂ ଗଣ୍ଡୱାନା ଗଣତନ୍ତ୍ର ପାର୍ଟି ଗୋଟିଏ ଆସନରେ ଜିତିଛି। ଏଥର ବିଜେପି ଛତିସଘଡ଼ ବିଧାନସଭା ନିର୍ବାଚନ ଇତିହାସରେ ସର୍ବାଧିକ ସଂଖ୍ୟକ ଆସନ ଜିତିଛି।

ଛତିଶଗଡ଼ ବିଧାନସଭା ବିଧାନସଭାରେ କେଉଁ ଦଳ ପାଇଲା କେତେ ଆସନ
ବିଜେପି: ୫୪ ସିଟ୍
କଂଗ୍ରେସ: ୩୫ ସିଟ୍ 
ଗଣ୍ଡୱାନା ଗଣତନ୍ତ୍ର ପାର୍ଟି: ୧ ସିଟ୍

 

 

 

23:41 PM

ରାଜସ୍ଥାନ ବିଧାନସଭା ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ
୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇଛି ବିଜେପି। ରାଜ୍ୟର ମୋଟ ୨୦୦ ଆସନ ମଧ୍ୟରୁ ବିଜେପି ଏକାକୀ ୧୧୫ ଆସନ ଦଖଲ କରିଛି। ମୋଟ ୨୦୦ ସିଟ୍ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ସରକାର ଗଢିବା ପାଇଁ ୧୦୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ସରକାର ଗଢିବା ପାଇଁ ଆବଶ୍ୟକୀୟ ବହୁମତ ସଂଖ୍ୟା ହେଉଛି ୧୦୦। କାରଣ ରାଜ୍ୟରେ ଗୋଟିଏ ନିର୍ବାଚନମଣ୍ଡଳୀରେ ନିର୍ବାଚନ ସ୍ଥଗିତ ରହିଛି। ଡିସେମ୍ବର ୩ ତାରିଖ ରବିବାର ରାଜସ୍ଥାନର ୧୯୯ ଆସନ ପାଇଁ ହୋଇଥିଲା ଭୋଟ ଗଣତି। ଅନ୍ୟପଟେ କଂଗ୍ରେସ ୬୯, ଭାରତୀୟ ଆଦିବାସୀ ପାର୍ଟି ୩, ବିଏସପି ୨, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୧, ରାଷ୍ଟ୍ରୀୟ ଲୋକ ଦଳ ୧ ଏବଂ ସ୍ୱାଧିନ ପ୍ରାର୍ଥୀ ୮ ସିଟ୍ ଜିତିଛନ୍ତି।

ରାଜସ୍ଥାନ ବିଧାନସଭା ବିଧାନସଭାରେ କେଉଁ ଦଳ ପାଇଲା କେତେ ଆସନ
ବିଜେପି: ୧୧୫  ସିଟ୍ 
କଂଗ୍ରେସ: ୬୯ 
ଭାରତୀୟ ଆଦିବାସୀ ପାର୍ଟି: ୩ 
ବିଏସପି: ୨
ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି: ୧
ରାଷ୍ଟ୍ରୀୟ ଲୋକ ଦଳ: ୧  
ସ୍ୱାଧିନ ପ୍ରାର୍ଥୀ: ୮ ସିଟ୍ 

23:37 PM

ତେଲେଙ୍ଗାନା ବିଧାନସଭା ବିଧାନସଭା ନିର୍ବାଚନ ୨୦୨୩ ଫଳାଫଳ
୨୦୨୩ ତେଲେଙ୍ଗାନା ବିଧାନସଭା ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟ ଗଣତି। ନିର୍ବାଚଳ ଫଳାଫଳ ଅନୁସାରେ କଂଗ୍ରେସ ୬୪ ଏବଂ ଏହାର ମେଣ୍ଟ ସହଯୋଗୀ ସିପିଆଇ ୧, ବିଆରଏସ ୩୯, ବିଜେପି ୮ ଏବଂ ଏଆଇଏମଆଇଏମ ୭ ସିଟ୍ ପାଇଛି। ମୋଟ ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭାରେ ସରକାର ଗଢିବା ପାଇଁ ୬୦ ବିଧାୟକଙ୍କ ସମର୍ଥକ ଆବଶ୍ୟକ। ହେଲେ ଏଥର ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ଅନ୍ୟପଟେ ବିଗତ ୯ ଧରି ଶାସନ ଗାଦିରେ ବସିଥିବା ବିଆରଏସ ସରକାର ଗାଦିଚ୍ୟୁତ ହୋଇଛି। 

ତେଲେଙ୍ଗାନା ବିଧାନସଭା ବିଧାନସଭାରେ କେଉଁ ଦଳ ପାଇଲା କେତେ ଆସନ

  • କଂଗ୍ରେସ: ୬୪ ସିଟ୍
  • ଭାରତ ରାଷ୍ଟ୍ର ସମିତି: ୩୯ ସିଟ୍
  • ବିଜେପି: ୮ ସିଟ୍
  • ଏଆଇଏମଆଇଏମ: ୭ ସିଟ୍ 
  • ସିପିଆଇ: ୧ ସିଟ୍ 

 

 

16:35 PM

Elections Result 2023 Live: ଶାଜପୁର କନ୍ଦଳକୁ ନେଇ କଣ କହିଲେ ମୁଖ୍ୟ ନିର୍ବାଚନ ଅଧିକାରୀ

ଶାଜପୁର ସଂଘର୍ଷରେ ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁପମ ରାଜନ କହିଛନ୍ତି ଯେ, ଶାଜାପୁରରେ ଭୋଟ୍ ଗଣିବା ସମୟରେ ଭୋଟ ବ୍ୟବଧାନ କମ୍ ଥିଲା। ତେଣୁ ଅଣସ୍ୱିକୃତୀପ୍ରାପ୍ତ ପୋଷ୍ଟାଲ ବାଲାଟର ସତ୍ୟତା ଉପରେ ଯାଞ୍ଚ କରାଯାଉଛି। 

16:33 PM

Elections Result 2023 Live: ବଡ଼ ଗୁମର ଖୋଲିଦେଲେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସହଯୋଗୀ

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ OSD ଲୋକେଶ ଶର୍ମା ଏବିପି ନ୍ୟୁଜ୍ ସହ କଥାବାର୍ତ୍ତା ବେଳେ ଏକ ବଡ଼ ଖୁଲାସା କରିଛନ୍ତି। ଏହି ନିର୍ବାଚନରେ ​​ରାଜସ୍ଥାନ କେନ୍ଦ୍ରୀୟ ଯୁଦ୍ଧ କକ୍ଷର ସହ-ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ଲୋକେଶ ଶର୍ମା କହିଛନ୍ତି ଯେ ସେ ପୂର୍ବରୁ ପରାଜୟର ଆଶା ରଖିଛନ୍ତି। ପାଞ୍ଚ-ଛଅ ମାସ ପୂର୍ବେ ମୁଁ ସିଏମ୍ ଅଶୋକ ଗେହଲୋଟଙ୍କୁ ମୋର ରିପୋର୍ଟ ଦେଇଥିଲି ଯେ ଆମର ବସିଥିବା ବିଧାୟକଙ୍କ ବିରୋଧରେ ଆଣ୍ଟି-ଇନକମ୍ବୁନ୍ସି ଅଛି। କିନ୍ତୁ ସେହି ଲୋକଙ୍କୁ ଟିକେଟ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜିଦ୍ ଧରିଥିଲେ।

16:30 PM

Elections Result 2023 Live: ନିଜ ବିଜୟକୁ ନେଇ କଣ କହିଲେ ସଚିନ ପାଇଲଟ

ରାଜସ୍ଥାନ ବିଧାନସଭାର ୧୯୯ଟି ସିଟ୍ ମଧ୍ୟରୁ ଏପର୍ଯ୍ୟନ୍ତ ୧୨୦ଟି ସିଟ୍ ଫଳାଫଳ ଘୋଷଣା କରାଯାଇଛି। ଅଧିକାଂଶ ଆସନରେ ବିଜେପି ଜିତିଛି। ଟ୍ରେଣ୍ଡ ଏବଂ ବିଜୟ ଆକଳନ ଅନୁଯାୟୀ ରାଜସ୍ଥାନରେ ବିଜେପି ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏହି ସମୟରେ, ଭେଟେରାନ କଂଗ୍ରେସ ନେତା ସଚିନ ପାଇଲଟ ଟଙ୍କ ବିଧାନସଭା ଆସନରେ ଏକ ଭୂସ୍ଖଳନ ଜିତିଛନ୍ତି। ତାଙ୍କ ବିଜୟ ପରେ ସଚିନ ପାଇଲଟ କହିଛନ୍ତି, "ମୁଁ ପୁଣି ଥରେ ସେହି ଅଞ୍ଚଳର ଭୋଟରଙ୍କ ଦ୍ୱାରା ଆଶୀର୍ବାଦ ଲାଭ କରିଛି ଏବଂ ଏଠାରୁ କଂଗ୍ରେସ ପାଇଁ ଏକ ବଡ ବିଜୟ ହାସଲ କରିଛି। ମୁଁ ଏହି ବିଜୟକୁ ଟୋଙ୍କ ବିଧାନସଭାର ଲୋକ ତଥା କର୍ମକର୍ତ୍ତାଙ୍କୁ ଉତ୍ସର୍ଗ କରିଛି, ଆପଣଙ୍କ ପାଇଁ ଧନ୍ୟବାଦ ସମର୍ଥନ ଏବଂ ସହଯୋଗ। "ଆପଣ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ, ଟଙ୍କରେ ବିକାଶର ଗତି ଜାରି ରହିବ ବୋଲି ସେ କହିଥିଲେ।

16:28 PM

Elections Result 2023 Live: ଇସ୍ତଫା ଦେବେ କେସିଆର
ବିଆରଏସ ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟ କେସିଆର କିଛି ସମୟ ମଧ୍ୟରେ ରାଜଭବନ ଯାଇ ରାଜ୍ୟପାଳ ତମିଲିସାଇଙ୍କୁ ସାକ୍ଷାତ କରିବେ ଓ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

16:20 PM

Elections Result 2023 Live: ତିନୋଟି ରାଜ୍ୟରେ ଆମ ପ୍ରଦର୍ଶନ ନୈରାଶଜନକ ରହିଛି: ମଲ୍ଲିକାର୍ଜୁନ ଖଡ଼ଗେ

ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲେଙ୍ଗାନାର ନିର୍ବାଚନ ଧାରା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି, "ତେଲେଙ୍ଗାନାବାସୀଙ୍କୁ ସେମାନଙ୍କୁ ଦିଆଯାଇଥିବା ଆଦେଶ ପାଇଁ ମୁଁ ଧନ୍ୟବାଦ ଦେଉଛି। ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଭୋଟ୍ ଦେଇଥିବା ସମସ୍ତଙ୍କୁ ମୁଁ ମଧ୍ୟ ଧନ୍ୟବାଦ ଜଣାଉଛି। ଏହି ତିନୋଟି ରାଜ୍ୟରେ ଆମର ପ୍ରଦର୍ଶନ ନିଶ୍ଚିତ ଭାବରେ ନିରାଶାଜନକ, କିନ୍ତୁ ନିଷ୍ଠା ସହିତ, ଆମେ ଏହି ତିନୋଟି ରାଜ୍ୟରେ ନିଜକୁ ଦୃଢ କରିବୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚାରିଟି ରାଜ୍ୟରେ କଂଗ୍ରେସ ପାର୍ଟି ଜୋରଦାର ନିର୍ବାଚନ ପ୍ରଚାର କରିଥିଲା। ଆମେ ଅସ୍ଥାୟୀ ଅସୁବିଧାକୁ ଦୂର କରିବୁ ଏବଂ ଭାରତୀୟ ମିଳିତ ମଞ୍ଚ ସହିତ ଆଗାମୀ ଲୋକସଭା ନିର୍ବାଚନ ପାଇଁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି।

15:38 PM

Elections Result 2023 Live: ଏହି ବିଜୟ ଗରୀବଙ୍କ ବିଜୟ: ହର୍ଷ ସାଂଘୱି

ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି କହିଛନ୍ତି, "ଏହି ବିଜୟ ହେଉଛି ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶର ଲୋକଙ୍କ ବିଜୟ। ଏହି ବିଜୟ ହେଉଛି ବିକାଶ ରାଜନୀତି, ଏହି ତିନୋଟି ରାଜ୍ୟର ଗରିବଙ୍କ ବିଜୟ। ଏହା ହେଉଛି ସମସ୍ତ ନାଗରିକଙ୍କ ବିଜୟ। ଭାରତର, ଯାହାର ଅଗ୍ରଗତି ମୁଁ ସମସ୍ତ ଶ୍ରମିକଙ୍କୁ ଅଭିନନ୍ଦନ ଜଣାଉଛି। 

14:45 PM

Election Results 2023 live Updates: ଶ୍ୟାମା ପ୍ରସାଦ ମୂଖାର୍ଜୀ ଓ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ

ମଧ୍ୟପ୍ରଦେଶରେ ବିଜେପି ବିଜୟ ଆଡକୁ ଗତି କରୁଛି । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ, ନରେନ୍ଦ୍ର ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ଭୋପାଳରେ ଶ୍ୟାମା ପ୍ରସାଦ ମୂଖାର୍ଜୀ ଓ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

14:30 PM

Election Results 2023 live Updates: ‘ମଧ୍ୟପ୍ରଦେଶ ମନରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଧାନମନ୍ତ୍ରୀଙ୍କ ମନରେ ମଧ୍ୟପ୍ରଦେଶ’: ନରେନ୍ଦ୍ର ସିଂ ତୋମାର

ମଧ୍ୟପ୍ରଦେଶରେ ପୂର୍ଣ୍ଣ ବହୁମତ ସହ ବିଜେପି ସରକାର ଗଢିବାକୁ ଯାଉଛି । ଏନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ନରେନ୍ଦ୍ର ସିଂ ତୋମାର ANIକୁ ସାକ୍ଷାତକାର ଦେଇ କହିଛନ୍ତି, ‘ମଧ୍ୟପ୍ରଦେଶ ମନରେ ପ୍ରଧାନମନ୍ତ୍ରୀ ମୋଦି, ପ୍ରଧାନମନ୍ତ୍ରୀଙ୍କ ମନରେ ମଧ୍ୟପ୍ରଦେଶ । ମଧ୍ୟପ୍ରଦେଶ ମନରେ ପ୍ରିୟର ଭଉଣୀ ଓ ପ୍ରିୟ ଭଉଣୀଙ୍କ ମନରେ ମଧ୍ୟପ୍ରଦେଶର ବିଜୟ’ ।

14:23 PM

Election Results 2023 live Updates: ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ।

ତେଲେଙ୍ଗାନାରେ କଂଗ୍ରେସ ୬୫ଟି ଆସନରେ ଆଗୁଆ ରହିଛି । ସେହିପରି ବିଆରଏସ ୩୯ଟି, ବିଜେପି ୯ଟି, AIMIM ୫ଟି ଓ ଅନ୍ୟ ଦଳ ଗୋଟିଏ ଆସନରେ ଆଗରେ ରହିଛି ।

14:14 PM

Election Results 2023 live Updates: ‘କେବଳ ଗୋଟିଏ ଗ୍ୟାରେଣ୍ଟି କାମ କରେ ଏବଂ ତାହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି’: କେନ୍ଦ୍ରମନ୍ତ୍ରୀ ଅନୁରା

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ANIଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦେଶର ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବିଶ୍ୱାସ ରହିଛି। ସମସ୍ତ ରାଜ୍ୟ ଦର୍ଶାଇଛନ୍ତି ଯେ, କେବଳ ଗୋଟିଏ ଗ୍ୟାରେଣ୍ଟି କାମ କରେ ଏବଂ ତାହା ହେଉଛି ମୋଦିଙ୍କ ଗ୍ୟାରେଣ୍ଟି । ଲୋକେ ଡବଲ ଇଞ୍ଜିନ ସରକାର ଚାହୁଁଛନ୍ତି । କଂଗ୍ରେସର ଗ୍ୟାରେଣ୍ଟି ଫେଲ ମାରିଛି । ଲୋକେ କଂଗ୍ରେସ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଆଉ ମଧ୍ଯ କହିଛନ୍ତି, ଯେଉଁମାନେ ଛୁଟିରେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନେ ଯାଇପାରନ୍ତି । ଜନସାଧାରଣ କଂଗ୍ରେସକୁ ଦେଖାଇ ଦେଇଛନ୍ତି କି, ଯଦି ଜାତିଭିତ୍ତିକ ରାଜନୀତି କରିବ ତାହାଲେ ଏହାର କେବଳ ଗୋଟିଏ ଉତ୍ତର ମିଳିବ’।

14:00 PM

Election Results 2023 live Updates: ମଧ୍ଯପ୍ରଦେଶରେ ଆଗୁଆ ବିଜେପି ।

ମଧ୍ଯପ୍ରଦେଶରେ ବିଜେପି ୧୫୯ଟି ଆସନରେ ଆଗରେ ରହିଛି । ସେହିଭଳି କଂଗ୍ରେସ ୬୯ଟି, ବିଏସପି ଓ ଅନ୍ୟ ଦଳ ଗୋଟିଏ ଗୋଟିଏ ସିଟ୍ ରେ ଆଗୁଆ ରହିଛନ୍ତି ।

 

13:54 PM

Election Results 2023 live Updates: ଛତିଶଗଡ଼ରେ ଆଗୁଆ ବିଜେପି ।

ଛତିଶଗଡ଼ରେ ବିଜେପି ୫୫ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୩୨ଟି ସିଟ୍ ରେ ଆଗୁଆ ରହିଛି । ସେହିପରି ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି, ବିଏସପି ଓ ସିପିଆଇ ଗୋଟିଏ ଗୋଟିଏ ସିଟ୍ ରେ ଆଗରେ ରହିଛନ୍ତି ।

 

13:46 PM

Election Results 2023 live Updates: ରାଜସ୍ଥାନରେ ୭ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ।

ରାଜସ୍ଥାନରେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏଥିମଧ୍ୟରୁ ୫ ଜଣ ବିଜେପି ବିଦ୍ରୋହୀ ହୋଇଥିବା ବେଳେ ସେମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି ।

13:40 PM

Election Results 2023 live Updates: ମଧ୍ଯପ୍ରଦେଶରେ ଆଗରେ ବିଜେପି ।

ମଧ୍ଯପ୍ରଦେଶରେ ବିଜେପି ୧୬୧ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୬୬ଟି, ବିଏସପି ୨ଟି ଓ ଭାରତ ଆଦିବାସୀ ପାର୍ଟି ଗୋଟିଏ ସିଟ୍ ରେ ଆଗରେ ରହିଛି ।

13:33 PM

Election Results 2023 live Updates: ରାଜସ୍ଥାନରେ ଆଗୁଆ ବିଜେପି ।

ରାଜସ୍ଥାନରେ ବିଜେପି ୧୧୧ଟି ଆସନରେ ଆଗରେ ରହିଛି । କଂଗ୍ରେସ ୭୩ଟି, ଅନ୍ୟ ଦଳ ୯ଟି, ବିଏସପି ୨ଟି, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି  ୨ଟି, ଭାରତ ଆଦିବାସୀ ପାର୍ଟି ଗୋଟିଏ ସିଟରେ ଆଗରେ ରହିଛି ।

12:49 PM

Elections Result 2023 Live: କାମାରେଡ୍ଡୀ ଆସନରେ ପଛରେ ପଡିଲେ କେସିଆର ।

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କାମାରେଡ୍ଡୀ ଆସନରେ ପଛରେ ପଡ଼ିଛନ୍ତି। ସେପଟେ ଗାଜୱେଲ ଆସନରୁ ଆଗୁଆ ରହିଛନ୍ତି କେସିଆର।

12:45 PM

Election Results 2023 live Updates: ତେଲେଙ୍ଗାନାରେ ଆଗରେ କଂଗ୍ରେସ ।

ତେଲେଙ୍ଗାନାରେ କଂଗ୍ରେସ ୬୫ଟି ଆସନରେ ଆଗରେ ରହିଛି । ବିଆରଏସ୍ ୩୮ଟି, ବିଜେପି ୧୦ଟି, AIMIM ୪ଟି ଓ ସିପିଆଇ ଗୋଟିଏ ସିଟରେ ଆଗରେ ରହିଛି ।

12:38 PM

Election Results 2023 live Updates: ଛତିଶଗଡ଼ରେ ଆଗରେ ବିଜେପି ।

ଛତିଶଗଡ଼ରେ ବିଜେପି ୫୪ଟି, କଂଗ୍ରେସ ୩୫ଟି ଓ ଗୋଣ୍ଡୱାନା ଗଣତନ୍ତ୍ର ପାର୍ଟି ଗୋଟିଏ ଆସନରେ ଆଗରେ ରହିଛି ।

12:34 PM

Election Results 2023 live Updates: ମଧ୍ଯପ୍ରଦେଶରେ ଆଗରେ ବିଜେପି ।

ମଧ୍ଯପ୍ରଦେଶରେ ବିଜେପି ୧୬୧ଟି, କଂଗ୍ରେସ ୬୬ଟି, ବିଏସପି ୩ଟି ଓ ରାଷ୍ଟ୍ରୀୟ ଆଦିବାସୀ ପାର୍ଟି ଗୋଟିଏ ଆସନରେ ଆଗରେ ରହିଛି ।

12:29 PM

Election Results 2023 live Updates: ରାଜସ୍ଥାନରେ ବିଜେପି ଆଗୁଆ ।

ରାଜସ୍ଥାନରେ ବିଜେପି ୧୧୩ଟି, କଂଗ୍ରେସ ୭୧ଟି, ଅନ୍ୟ ଦଳ ୭ଟି, ବିଏସପି ୩ଟି, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ୨ଟି, ରାଷ୍ଟ୍ରୀୟ ଆଦିବାସୀ ପାର୍ଟି ୨ଟି ଓ ଆରଏଲଡ଼ି (RLD) ୧ଟି ଆସନରେ ଆଗରେ ରହିଛି ।

12:26 PM

Election Results 2023 live Updates: ମଧ୍ୟପ୍ରଦେଶ ଫଳାଫଳ ଉପରେ ନଜର ରଖିଛନ୍ତି ଦଳୀୟ ନେତା ।

ଭୋପାଳରେ ନରେନ୍ଦ୍ର ସିଂ ତୋମାର ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ନିର୍ବାଚନ ଫଳାଫଳ ଓ ଭୋଟ୍ ଗଣତି ଉପରେ ନଜର ରଖିଛନ୍ତି ମଧ୍ୟପ୍ରଦେଶ ସିଏମ୍ ଶିବରାଜ ସିଂ ଚୌହାନ ।

ପଢନ୍ତୁ ପୂରା ରିପୋର୍ଟ: Jyotiraditya Scindia: ଶିବରାଜ ସିଂହଙ୍କୁ ଅଚାନକ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

12:12 PM
12:08 PM

Election Results 2023 live Updates: ତେଲେଙ୍ଗାନାରେ ଆଗୁଆ କଂଗ୍ରେସ ।

ଛତିଶଗଡ଼ରେ ବିଆରଏସ ୩୬ଟି, କଂଗ୍ରେସ ୭୧ଟି, ବିଜେପି ୧୦ଟି, AIMIM ୨ଟି ଆସନରେ ଆଗରେ ରହିଥିବା ବେଳେ ଖାତା ଖେଲିପାରି ନାହିଁ ଅନ୍ୟ ଦଳ ।

12:06 PM

Election Results 2023 live Updates: ଛତିଶଗଡ଼ରେ ଆଗୁଆ ବିଜେପି।

ଛତିଶଗଡ଼ରେ ବିଜେପି ୫୫ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୩ ଓ ଅନ୍ୟ ଦଳ ୨ଟି ଆସନରେ ଆଗରେ ରହିଛି ।

11:46 AM

Election Results 2023 live Updates: ରାଜସ୍ଥାନରେ ହାତକୁ ପଛରେ ପକାଇ ଆଗରେ ପଦ୍ମ  ।

ରାଜସ୍ଥାନରେ ବିଜେପି ୧୬୧ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୬୬ ଓ ଅନ୍ୟ ଦଳ ୩ଟି ଆସନରେ ଆଗରେ ରହିଛି ।

11:39 AM

Election Results 2023 live Updates: କଂଗ୍ରେସର ବିଜୟୀ ନେଇ ସାଂସଦ ପ୍ରମୋଦ ତିୱାରୀ ଦମ୍ଭୋକ୍ତି ।

ANIକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ଟ୍ରେଣ୍ଡରେ ପରିବର୍ତ୍ତନ ଆସିବ ଓ କଂଗ୍ରେସ ଜିତିବ।

11:36 AM

Election Results 2023 live Updates: ରାଜସ୍ଥାନରେ କ’ଣ ରହିଛି ସ୍ଥିତି?

ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ରାଜସ୍ଥାନର ୧୧୫ଟି ଆସନରେ ବିଜେପି ଆଗୁଆ ଥିବା ଜଣାପଡିଛି । ସେହିପରି ୬୭ଟି ଆସନରେ କଂଗ୍ରେସ, ୯ଟିରେ ବିଏସପି ଓ ୩ଟି ଆସନରେ ଭାରତ ଆଦିବାସୀ ପାର୍ଟି ଆଗୁଆ ରହିଛି।

11:33 AM

Election Results 2023 live Updates: ରାଜସ୍ଥାନରେ କ’ଣ ରହିଛି ସ୍ଥିତି?

ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ରାଜସ୍ଥାନର ୧୧୫୪ଟି ଆସନରେ ବିଜେପି ଆଗୁଆ ଥିବା ଜଣାପଡିଛି । ସେହିପରି ୬୭ଟି ଆସନରେ କଂଗ୍ରେସ, ୯ଟିରେ ବିଏସପି ଓ ୩ଟି ଆସନରେ ଭାରତ ଆଦିବାସୀ ପାର୍ଟି ଆଗୁଆ ରହିଛି।

11:29 AM

Election Results 2023 live Updates: ଛତିଶଗଡ଼ରେ କାହାର ପଲ୍ଲା ଭାରି?

ଛତିଶଗଡ଼ରେ ୫୦ଟି ଆସନରେ ବିଜେପି, ୩୮ଟି ଆସନରେ  କଗ୍ରେଂସ ଆଗୁଆ ରହିଛି। ଅନ୍ୟ ଦଳ ୨ଟି ଆସନରେ ଆଗରେ ରହିଛି ।

11:20 AM

Election Results 2023 live Updates: ଛତିଶଗଡ଼ରେ କାହାର ପଲ୍ଲା ଭାରି?

 ଛତିଶଗଡରେ ୪୬ଟି ଆସନରେ ବିଜେପି ଆଗୁଆ ଥିବାବେଳେ କଂଗ୍ରେସ ୩୭ଟି ଓ ସିପିଆଇ ୧ଟି ଆସନରେ ଆଗରେ ରହିଛି ।

11:14 AM

Election Results 2023 live Updates: ତେଲେଙ୍ଗାନାରେ ଆଗରେ କଂଗ୍ରେସ ।

ତେଲେଙ୍ଗାନାର ୧୧୯ଟି ବିଧାନସସଭା ଆସନରୁ କଂଗ୍ରେସ ୬୪ଟି, ବିଆରଏସ ୪୩ଟି, ବିଜେପି ୮ଟି ଓ ଅନ୍ୟ ଦଳ ୪ଟି ସିଟରେ ଆଗୁଆ ରହିଛି । କଂଗ୍ରେସ ୫୮ଟି ଆସନରେ ଆଗୁଆ ରହିଥିବା ବେଳେ ୩୩ଟି ଆସନରେ ବିଆରଏସ, ୭ଟିରେ ବିଜେପି ଓ ଗୋଟିଏ ଆସନରେ ସିପିଆଇରେ ଆଗୁଆ ରହିଛି।

11:07 AM

Election Results 2023 live Updates: ତେଲେଙ୍ଗାନା କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ମାହୋଲ

ତେଲେଙ୍ଗାନା ହାଇଦ୍ରାବାଦ ତାଜ କୃଷ୍ଣ ବାହାରେ ଅନେକ ବିଳାସପୂର୍ଣ୍ଣ ବସ୍ ପାର୍କିଂ କରାଯାଇଛି। ଏନେଇ ରାଜ୍ୟ କଂଗ୍ରେସ କମିଟି ଉପାଧ୍ୟକ୍ଷ କିରଣ କୁମାର ଚାମଲା କହିଛନ୍ତି, କେ.ଆର.ସି.ର କାର୍ଯ୍ୟ ପ୍ରଣାଳୀ ଆମେ ସମସ୍ତେ ଜାଣୁ, ଅନ୍ୟ ଦଳର ବିଧାୟକଙ୍କ ଉପରେ ନଜର ରଖିବା ତାଙ୍କର ମୁଖ୍ୟ ଏଜେଣ୍ଡା ଅଟେ । ଏନେଇ ଆମେ କିଛି ପଦକ୍ଷେପ ନେଇଥିଲୁ, କିନ୍ତୁ ଆଜିର ଧାରା ଓ ଅନ୍ୟାନ୍ୟ ଜିନିଷ ଦେଖିବା ପରେ ଲାଗୁଛି ଯେ, ଏହାର କୌଣସି ଆବଶ୍ୟକତା ନାହିଁ ।

11:02 AM

ତେଲେଙ୍ଗାନା କଂଗ୍ରେସ କାର୍ଯ୍ୟାଳୟରେ ଉତ୍ସବର ମାହୋଲ

ରାଜ୍ୟରେ କଂଗ୍ରେସ ୫୨ଟି ଆସନରେ ଆଗୁଆ ରହିଥିବା ବେଳେ, କଂଗ୍ରେସ କାର୍ଯ୍ୟାଳୟ ବାହାରେ ଦଳୀୟ ନେତା ଓ କର୍ମୀ ବାଣ ଫୁଟାଇ ସେଲିବ୍ରେସନ୍ ଆରମ୍ଭ କରିଛନ୍ତି ।

11:01 AM

Elections Result 2023 Live: ତେଲଙ୍ଗାନାରେ କଂଗ୍ରେସର ଉତ୍ସବ ପାଳନ

ତେଲେଙ୍ଗାନାରେ କଂଗ୍ରେସ କର୍ମୀମାନେ ଦଳ କାର୍ଯ୍ୟାଳୟ ବାହାରେ ଅଗ୍ନିଶମ କର୍ମଚାରୀଙ୍କୁ ବିସ୍ଫୋରଣ କରିଥିଲେ। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ରାଜ୍ୟରେ 52 ଟି ଆସନରେ କଂଗ୍ରେସ ଆଗୁଆ ରହିଛି।

10:26 AM

Elections Result 2023 Live: ତେଲଙ୍ଗାନାରେ କଂଗ୍ରେସ ମହଲରେ ଖୁସିର ମାହୋଲ

ତେଲଙ୍ଗାନାରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। କଂଗ୍ରେସ ୬୫, ବିଆରଏସ ୪୬, ବିଜେପି ୨ ଓ ଏଆଇଏମଆଇଏମ ୬ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି।  

 

10:17 AM

Elections Result 2023 Live: ପାଟନ ବିଧାନସଭା ଆସନରୁ ଭୂପେଶ ବଘେଲ ଆଗୁଆ

ଛତିଶଗଡ଼ର ପାଟନ ବିଧାନସଭା ଆସନରୁ ଭୁପେଶ ବଘେଲ ଆଗୁଆ ରହିଛନ୍ତି। 

10:14 AM

Elections Result 2023 Live: ରାଜସ୍ଥାନରେ ବିଜେପିକୁ ବହୁମତ

ରାଜସ୍ଥାନର ପ୍ରାରମ୍ଭିକ ଧାରାରେ ବିଜେପି ୧୨୬ଟି ଆସନରେ ଆଗୁଆ ଥିବା ଜଣାପଡିଛି। ୬୧ଟି ଆସନରେ ଏବଂ ଅନ୍ୟ ୧୨ଟି ଆସନରେ କଂଗ୍ରେସ ଆଗରେ ରହିଛି। ଏଥି ସହିତ, ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ ରାଜସ୍ଥାନରେ ବିଜେପି ୯୯ଟି ଆସନରେ, ୭୨ଟିରେ କଂଗ୍ରେସ, ୯ଟିରେ ସ୍ୱାଧୀନ ଏବଂ ୪ଟି ଆସନରେ ଭାରତ ରାଷ୍ଟ୍ରୀୟ ସମିତିରେ ଆଗୁଆ ଥିବା ଜଣାପଡିଛି। ଏଥିସହିତ ସିପିଆଇ (ଏମ୍) ୨ଟି ସିଟ୍ ପାଇଥିବା ଜଣାପଡିଛି।

09:56 AM

Elections Result 2023 Live: ମଧ୍ୟପ୍ରଦେଶରେ ବିଜେପିକୁ ବହୁମତ

ମଧ୍ୟପ୍ରଦେଶରେ ବିଜେପିକୁ ବହୁମତ ମିଳୁଥିବା ଦେଖିବାକୁ ମିଳିଛି। ବିଜେପି ୧୩୦ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୯୬ ଓ ଅନ୍ୟ ଦଳକୁ ୪ଟି ଆସନ ମିଳିଥିବା ଦେଖିବାକୁ ମିଳିଛି। 

09:45 AM

Elections Result 2023 Live: ବର୍ତ୍ତମାନ ସୁଦ୍ଧା ଏଭଳି ରହିଛି ଫଳ

fallback

 

 

09:44 AM

Elections Result 2023 Live: ମଧ୍ୟପ୍ରଦେଶରେ ବିଜେପିକୁ ବହୁମତ

ମଧ୍ୟପ୍ରଦେଶର ଟ୍ରେଣ୍ଡ ଅନୁଯାୟୀ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବା ଜଣାପଡିଛି। ୧୩୦ଟି ଆସନରେ ବିଜେପି ଆଗରେ ରହିଛି। କଂଗ୍ରେସ 96 ଏବଂ ଅନ୍ୟ 4 ଟି ଆସନ ପାଇଥିବା ଜଣାପଡିଛି।

09:42 AM

Elections Result 2023 Live: ତେଲଙ୍ଗାନାରେ କଂଗ୍ରେସକୁ ବହୁମତ

ତେଲଙ୍ଗାନାର ୧୧୯ଟି ଆସନରୁ କଂଗ୍ରେସକୁ ବହୁମତ ମିଳିଥିବା ଦେଖିବାକୁ ମିଳିଛି। କଂଗ୍ରେସକୁ ୬୩ଟଚି ଆସନରେ, ବିଆରଏସକୁ ୪୬ଟି ଆସନରେ, ବିଜେପି ୫ଟି ଆସନରେ ଓ AIMIM ୫ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି। 

09:40 AM

Elections Result 2023 Live: ଛତିଶଗଡ଼ରେ କଡ଼ା ସଂଘର୍ଷ

ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ୯୦ଟି ଆସନରୁ ବିଜେପି ୪୪ ଓ କଂଗ୍ରେସ ୪୫ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି। ସେହିପରି ଗୋଟିଏ ଆସନରେ ଅନ୍ୟ ଦଳ ଆଗୁଆ ରହିଛି। 

09:30 AM

Elections Result 2023 Live: ଆସିଲା କମଲନାଥଙ୍କ ପ୍ରତିକ୍ରିୟା

ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଏହି ଧାରା ଦେଖି ନାହିଁ, ମଧ୍ୟପ୍ରଦେଶର ଲୋକଙ୍କ ଉପରେ ମୋର ବିଶ୍ୱାସ ଅଛି ଯେ ସେମାନେ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବେ। ସିଟ୍ ସଂଖ୍ୟା ଗଣନା କରନ୍ତୁ ନାହିଁ, ଆମେ ଏହାକୁ ବିଶ୍ରାମ ପାଇଁ ଛାଡିଦେବୁ।

 

09:28 AM

Elections Result 2023 Live: ଛତିଶଗଡ଼ରେ କଂଗ୍ରେସକୁ ବହୁମତ

ଛତିଶଗଡ଼ରେ ୭୮ଟି ଆସନରେ କଂଗ୍ରେସ ଆଗୁଆ ରହିଥିବା ନେଇ ଜଣାପଡ଼ିଛି। କଂଗ୍ରେସକୁ ୪୬ ଓ ବିଜେପି ୩୧ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି।  ସେହିପରି ଅନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଥିବା ନେଇ ଜଣାପଡ଼ିଛି। 

09:25 AM

Elections Result 2023 Live: ତେଲଙ୍ଗାନାରେ ପଛରେ ପଡ଼ିଲା BRS

ତେଲଙ୍ଗାନାରେ KCRଙ୍କ ଦଳ BRS ପଛରେ ପଡ଼ିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ୧୧୯ଟି ବିଧାନସଭା ଆସନରୁ କଂଗ୍ରେସ ୬୬, BRS ୪୦ ଓ ବିଜେପିକୁ ୬ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି। ସେହିପରି ଏଆଇଏମଆଇଏମ ୭ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି। 

09:21 AM

Elections Result 2023 Live: ବର୍ତ୍ତମାନ ସୁଦ୍ଧା ମଧ୍ୟପ୍ରଦେଶର ସ୍ଥିତି

ମଧ୍ୟପ୍ରଦେଶର ୧୮୪ଟି ଆସନରେ ଟ୍ରେଣ୍ଡ ସୃଷ୍ଟି ହୋଇଛି। ୯୫ଟି ଆସନରେ ବିଜେପି ଏବଂ ୮୭ଟି ଆସନରେ କଂଗ୍ରେସ ଆଗରେ ରହିଛି। ଅନ୍ୟମାନେ ୨ଟି ଆସନରେ ଅଗ୍ରଣୀ ପାଇଛନ୍ତି।

09:15 AM

Elections Result 2023 Live: ଛତିଶଗଡ଼ରେ କଡ଼ା ମୁକାବିଲା

ଛତିଶଗଡ଼ରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହେଉଥିବା ଦେଖିବାକୁ ମିଳିଛି। ଏଠାରେ ୭୬ଟି ଆସନରେ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହୋଇଛି। ବିଜେପିକୁ ୩୮ଟି ଓ କଂଗ୍ରେସକୁ ୩୭ଟି ଆସନରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି। ସେହିପରି ୨ଟି ଆସନରେ ଅନ୍ୟ ଦଳ ଆଗୁଆ ରହିଥିବା ଦେଖିବାକୁ ମିଳିଛି। 

22:35 PM

Assembly Election Result 2023: ପାଞ୍ଚଟି ରାଜ୍ୟରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଚାରିଟି ଫଳାଫଳ ରବିବାର ଦିନ ଅର୍ଥାତ୍ ୩ ଡିସେମ୍ବରରେ ଆସିବ। ନିର୍ବାଚନ ଫଳାଫଳର ଧାରା ସକାଳ ୮ ଟାରୁ ଆରମ୍ଭ ହେବ। ଯାହା ଆମେ ପ୍ରଥମେ ଆପଣଙ୍କ ନିକଟରେ ପହଞ୍ଚାଇବୁ। ମିଜୋରାମର ଫଳାଫଳ ୪ ଡିସେମ୍ବରରେ ଆସିବ। ୭ ନଭେମ୍ବରରୁ ୩୦ ନଭେମ୍ବର ୩୦ ପର୍ଯ୍ୟନ୍ତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ସମାପ୍ତ ହେବା ପରେ ଅନେକ ଏଜେନ୍ସିର ଏକଜିଟ୍ ପୋଲ୍ ମଧ୍ୟ ବାହାରିଥିଲା। ​ଯେଉଁଥିରେ କେତେକ ସ୍ଥାନରେ କଂଗ୍ରେସ ଓ ବିଜେପିର ବିଜୟ ସମ୍ଭାବନା ପ୍ରକାଶ ପାଇଥିଲା। ରବିବାର ଦିନର ଫଳାଫଳ ସ୍ଥିର କରିବ ଯେ କେଉଁ ରାଜ୍ୟରେ କେଉଁ ଦଳ ଜିତିବ।