Odisha Politics: ବିଜେପିରେ ଯୋଗଦେଲେ ପର୍ଶୁରାମ ଧଡ଼ା
Advertisement
Article Detail0/zeeodisha/odisha2223029

Odisha Politics: ବିଜେପିରେ ଯୋଗଦେଲେ ପର୍ଶୁରାମ ଧଡ଼ା

Odisha Politics: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ଧଡ଼ା ସାମିଲ୍‍ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ସାରା ଦେଶ ବିକାଶ ପଥରେ ଆଗକୁ ବଢ଼ୁଛି। ସୋର କାହିଁକି ବାଦ୍‍ ପଡ଼ିବ ବୋଲି ଶ୍ରୀ ଧଡ଼ା  ଯୋଗ ଦେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। 

Odisha Politics: ବିଜେପିରେ ଯୋଗଦେଲେ ପର୍ଶୁରାମ ଧଡ଼ା

ଭୁବନେଶ୍ୱର: ଦୁଇଥର ବିଧାୟକ ହୋଇ ଟିକଟ ନ ମିଳିବାରୁ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ପର୍ଶୁରାମ ଧଡ଼ା। ସେ ୨୦୧୯ ଏବଂ ୨୦୧୪ ମସିହାରେ ବିଜେଡି ଟିକଟରେ ସୋରରୁ ବିଧାୟକ ହୋଇଥିଲେ। ହେଲେ ୨୦୨୪ରେ ଦଳ ତାଙ୍କୁ ଟିକଟ ଦେଇ ନଥିଲା। ଦଳରେ ଯୋଗ ଦେବା ପରେ ସେ କୌଣସି ପଦପଦବୀ ପାଇଁ ଲାଳାୟୀତ ନୁହଁନ୍ତି ବୋଲି କହିଥିଲେ। ତେବେ ଦଳ ସୋରରୁ ଟିକଟ ଘୋଷଣା କରି ନଥିବାରୁ ଶ୍ରୀ ଧଡ଼ା  ବିଜେପି ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶ୍ରୀ ଧଡ଼ା ସାମିଲ୍‍ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ନେତୃତ୍ୱରେ ସାରା ଦେଶ ବିକାଶ ପଥରେ ଆଗକୁ ବଢ଼ୁଛି। ସୋର କାହିଁକି ବାଦ୍‍ ପଡ଼ିବ ବୋଲି ଶ୍ରୀ ଧଡ଼ା  ଯୋଗ ଦେବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। 

ସୋର ନିର୍ବାଚନ ମଣ୍ଡଳୀ ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି। ୨୦୧୪ ପୂର୍ବରୁ କଂଗ୍ରେସ ଗଡ଼ ଭାବେ ପରିଚିତ ଥିଲା। ୧୯୮୫ରୁ ଲଗାତାର ଭାବେ ଏଠାରୁ କଂଗ୍ରେସ ପ୍ରାର୍ଥୀ ବିଜୟ ହୋଇ ଆସୁଥିଲେ। ୨୦୧୪ ମସିହାରେ ଶ୍ରୀ ଧଡ଼ା ବିଜେଡିରେ ଯୋଗ ଦେବା ପରେ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଓ ବିଜେଡି ସଂଗଠନ ବଳରେ ବିଜୟ ହୋଇଥିଲେ।

Also Read- Guru Gochar 2024: ଏହି ୪ ଟି ରାଶିର ଭାଗ୍ୟରେ ଲଟେରୀ, ବୃହସ୍ପତିଙ୍କ ଶୁଭ ପ୍ରଭାବରୁ ଧନ ବର୍ଷା