Heat Wave: ମିଳିବ ଆଶ୍ବସ୍ତି! କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2215479

Heat Wave: ମିଳିବ ଆଶ୍ବସ୍ତି! କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ୨ ଦିନ ବର୍ଷା ସମ୍ଭାବନା

Heat Wave: ରବିବାର ତାତି ରେକର୍ଡ଼ ଭାଙ୍ଗିଥିବା ବେଳେ ଲଗାତର ୩ ଦିନ ହେବ ଜଳୁଛି ସାରା ଓଡ଼ିଶା । ୩୦ ସହରର ତାପମାତ୍ରା ୪୦ ଡିଗ୍ରୀ ତଥା ତା’ଠାରୁ ଅଧିକ ଥିବା ରେକର୍ଡ଼ ହୋଇଛି । ଖାଲି ସେତିକି ନୁହେଁ, ୯ ସହରରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରେକର୍ଡ଼ ହୋଇଛି ।

ସୂଚନାଯୋଗ୍ୟ, ବାରିପଦା ଓ ନୂଆପଡ଼ାରେ ପାରଦ ୪୪ ଡିଗ୍ରୀ ଛୁଇଁଛି ।  ୪୪.୬ ଡିଗ୍ରୀ ସହ ବାରିପଦା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ନୂଆପଡ଼ା ୪୪ ଡିଗ୍ରୀ, ତାଳଚେର ୪୩.୮ ଡିଗ୍ରୀ, ଝାରସୁଗୁଡ଼ା ଓ କେନ୍ଦୁଝର ୪୩.୬ ଡିଗ୍ରୀ, ଅନୁଗୁଳ ୪୩.୩, ବଲାଙ୍ଗୀର ୪୩.୨ ଡିଗ୍ରୀ, ସୁନ୍ଦରଗଡ଼ ଓ ବୌଦ୍ଧ ୪୩ ଡିଗ୍ରୀ, ଢେଙ୍କାନାଳ ୪୨.୯ ଡିଗ୍ରୀ, ଟିଟିଲାଗଡ଼ ୪୨.୫ ଡିଗ୍ରୀ, ରାଉରକେଲା ୪୨.୧ ଡିଗ୍ରୀ, ଭବାନୀପାଟଣା ଓ ନୟାଗଡ଼ରେ ତାପମାତ୍ରା ୪୨ ଡିଗ୍ରୀ ପାର କରିଛି । ତେବେ ସୋମବାର ମଧ୍ୟ ରାଜ୍ୟରେ ପାଗ ସମାନ ରହିବ । ଖାସ କରି, ସୋନପୁର, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, କଳାହାଣ୍ତି, ସୁନ୍ଦରଗଡ଼ ଓ ନୟାଗଡ଼ ଜିଲ୍ଲାକୁ ହିଟ୍ ୱେବ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।  ସେହିପରି ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଜିଲ୍ଲାରେ ଉଷ ଆତ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେପଟେ କାଳବୈଶାଖୀ ପ୍ରଭାବରେ ଉପକୂଳ ଓ ଆଭ୍ୟନ୍ତରୀଣରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କତା ଜାରି ହୋଇଛି ।

କାଳବୈଶାଖୀ ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ରହିବା ନେଇ ଆକଳନ କରାଯାଇଛି । ତେବେ ଆସନ୍ତା ୪୮ ଘଣ୍ଟା ରାଜ୍ୟରେ କାଳବୈଶାଖୀ ସହ ତାତି ଲାଗି ରହିବ । ତେବେ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ କମିବ ।