Weather Update: ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୧୧ରୁ ଆଉ ଏକ ଘୂର୍ଣ୍ଣିବଳୟ !
Advertisement
Article Detail0/zeeodisha/odisha1862481

Weather Update: ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୧୧ରୁ ଆଉ ଏକ ଘୂର୍ଣ୍ଣିବଳୟ !

Weather Update: ଗତ କିଛି ଦିନ ହେବ ରାଜ୍ୟରେ  ଲଘୁଚାପ ଜନିତ ବର୍ଷା (rain) ଜାରି ରହିଛି। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ (imd) ଏକ ଆଉ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ରାଜ୍ୟରେ ବିଜୁଳି,ଘଡ଼ଘଡ଼ି(Thunderstorm) ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ  (imd) ପକ୍ଷରୁ କୁହାଯାଇଛି। ଏନେଇ ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ( yellow alert ) ଦିଆଯାଇଛି । 

ସୌଜନ୍ୟ- ସୋସିଆଲ ମିଡି଼ଆ

Weather Update: ରାଜ୍ୟରେ ଗତ କିଛି ଦିନ ହେବ ଲଘୁଚାପ ଜନିତ ବର୍ଷା (rain)ଜାରି ରହିଥିଲା। କିନ୍ତୁ ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ କମିବ ବୋଲି ଆଞ୍ଚଳିକ ପାଣିପାଗ (imd) ବିଭାଗ ପକ୍ଷରୁ କୁହାଯାଇଛି ।  ମୌସୁମୀ (Monsoon) ନିମ୍ନଚାପ ରେଖା ଆଜି ତାର ସାଧାରଣ ଅବସ୍ଥାନ ଠାରୁ ଦକ୍ଷିଣରେ ରହିବା  ସହ ରାଜସ୍ଥାନର ଯଶେଲମେର ରୁ ବାହାରି କୋଟା, ରାଇସେନ, ପେନ୍ଦ୍ରାରୋଡ଼, ଜାମଶେଦପୁର ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ  ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି ତଥା ବାୟୁମଣ୍ଡଳରେ ୨.୧କିମି ଉଚ୍ଚତା ଯାଏଁ ବ୍ୟାପିଛି । 

ଏହାବି ପଢନ୍ତୁ : ଶନିଦଶା ଭୋଗୁଥିଲେ ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, ପ୍ରସନ୍ନ ହେବେ ଶନିଦେବ ପ୍ରାପ୍ତ ହେବ ଧନ-ଐଶ୍ବର୍ଯ୍ୟ

 

ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ (imd) ଏକ ଆଉ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି। ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମ୍ ହେଉଥିବା ବେଳେ ପୁଣି ୧୧ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୧୧ ଏବଂ ୧୨ରେ ରାଜ୍ୟରେ ବିଜୁଳି,ଘଡ଼ଘଡ଼ି(Thunderstorm) ଜନିତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ  (imd) ପକ୍ଷରୁ କୁହାଯାଇଛି। ଏନେଇ ୨୦ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ( yellow alert ) ଦିଆଯାଇଛି । ଏହାସହ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ରହିଛି । 

ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ୧ ସେପ୍ଟେମ୍ବର ୨୦୨୩ ରୁ  ୮ସେପ୍ଟେମ୍ବର ୨୦୨୩  ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୧୦୧.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୭୮.୨ମିମି  ତୁଳନାରେ ୩୦% ଅଧିକ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ମୌସୁମୀ ସକ୍ରିୟ ସହ ହାରାହାରି ବର୍ଷା ୧୭ ମିମି  ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୮ମିମି ତୁଳନାରେ ୧୧୯ ପ୍ରତିଶତ ଅଧିକ ରହିଛି । ସର୍ବାଧିକ ବର୍ଷା ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ସହର ରେ ୧୦୨.୪ ମିମି ବର୍ଷା ରେକର୍ଡ ହୋଇଛି । 

ରାଜ୍ୟରେ ଅଗଷ୍ଟ ୩୧ ସୁଧା ୧୪ ପ୍ରତିଶତ ନିଆଷ୍ଟିଆ ବର୍ଷା ହୋଇଛି । ଯଦିଓ ଗାଣେତିକ ଭାବେ ଏହାର ପରିମାଣ ସ୍ବାଭାବିକ ଶ୍ରେଣୀରେ ଆସୁଛି । ମାତ୍ର ଫସଲର ଅବସ୍ଥା ଏହି ପାଣିପାଗର ଅଙ୍କଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି ।  ବର୍ତ୍ତମାନ ୧୯ଟି ଜିଲ୍ଲାରେ ଫସଲ ଅବସ୍ଥା ସଙ୍କଟାପନ୍ନ ଭିତରେ ରହିଥିବା ବେଳେ ସମ୍ଭବତଃ ୨୦୦୨ ମରୁଡି ବର୍ଷ ପରି  ଚଳିତ ବର୍ଷ କେତେକ ସ୍ଥାନରେ ମରୁଡି ଦେଖାଦେଇଛି ବୋଲି  କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର୍  ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି । ମରୁଡିର ପ୍ରାଥମିକ ଆକଳନ ବ୍ଲକ୍ ବା ପଞ୍ଚାୟତ ସ୍ତରରେ କରାଯାଇଥାଏ। ଏଭଳି ପରିସ୍ଥିତିକୁ ଦେଖିଲେ ବର୍ତ୍ତମାନ ସୁଧା ଫସଲରେ କ୍ଷତି ହୋଇଥିବା ସେ କହିଛନ୍ତି।  ଯାହା ଦ୍ବାରା ସେପ୍ଟେମ୍ବର ମାସରେ ବର୍ଷା ହେଲେ ମଧ୍ୟ ଏହା ଫସଲର ଆବଶ୍ୟକତା ଭରଣ କରିପାରିବ ନାହିଁ  ବୋଲି ସେ କହିଛନ୍ତି । ରାଜ୍ୟରେ ଏଭଳି ନିଅଣ୍ଟିଆ ବର୍ଷାକୁ ନେଇ ଚାଷୀ ମଧ୍ୟ ହତାଶ ହୋଇଛି।