Srimadira: ୫ ପ୍ରକାରର ପଖାଳ ଖାଏ କାଳିଆ, ଜାଣନ୍ତୁ କେଉଁ ପଖାଳରେ କହିଥାଏ ବଡ଼ ଠାକୁରଙ୍କ ରୁଚି
Advertisement
Article Detail0/zeeodisha/odisha2166317

Srimadira: ୫ ପ୍ରକାରର ପଖାଳ ଖାଏ କାଳିଆ, ଜାଣନ୍ତୁ କେଉଁ ପଖାଳରେ କହିଥାଏ ବଡ଼ ଠାକୁରଙ୍କ ରୁଚି

Srimadira: ଓଡ଼ିଆରେ ତାତ୍ସଲ୍ୟ ଭଙ୍ଗୀରେ କଥାଟିଏ ଅଛି ,ପଖାଳ ଭାତରେ ଘି,ତୋ ବାପା ଖାଉଥିଲା କି? ଜଗତର ପିତା ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ କିନ୍ତୁ ଏକଥା ସତ ।କାଳିଆ ଠାକୁର ଖାଇଥାନ୍ତି ଘିଅ ପଖାଳ ।ପଖାଳ ସାଙ୍ଗରେ ଗୋଟା କଦଳୀ ଭାଜାରେ ରହିଛି ମହାପ୍ରଭୁଙ୍କ ଆଦର। ଓଡିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ଙ୍କ ପାଖରେ ନିତ୍ୟ ଲାଗି ହୁଏ ପଖାଳ। 

Srimadira: ୫ ପ୍ରକାରର ପଖାଳ ଖାଏ କାଳିଆ, ଜାଣନ୍ତୁ କେଉଁ ପଖାଳରେ କହିଥାଏ ବଡ଼ ଠାକୁରଙ୍କ ରୁଚି

Srimadira: ଓଡ଼ିଆରେ ତାତ୍ସଲ୍ୟ ଭଙ୍ଗୀରେ କଥାଟିଏ ଅଛି ,ପଖାଳ ଭାତରେ ଘି,ତୋ ବାପା ଖାଉଥିଲା କି? ଜଗତର ପିତା ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ କିନ୍ତୁ ଏକଥା ସତ ।କାଳିଆ ଠାକୁର ଖାଇଥାନ୍ତି ଘିଅ ପଖାଳ ।ପଖାଳ ସାଙ୍ଗରେ ଗୋଟା କଦଳୀ ଭାଜାରେ ରହିଛି ମହାପ୍ରଭୁଙ୍କ ଆଦର। ଓଡିଆଙ୍କ ଆରାଧ୍ୟ ଶ୍ରୀଜଗନ୍ନାଥ ଙ୍କ ପାଖରେ ନିତ୍ୟ ଲାଗି ହୁଏ ପଖାଳ। ଭିନ୍ନ ଭିନ୍ନ ସ୍ୱାଦର ପଖାଳରେ ମହାପ୍ରଭୁଙ୍କର ରହିଛି ଆଦର ।

କାଳିଆର ପ୍ରିୟ ଦହି ପଖାଳ,ଗୋଟା କଦଳୀ ଭଜା ।ପଖାଳ ନଖାଇଲେ ଚକାଆଖିକୁ ନିଦ ଆସେନା ।ଛପନ ଭୋଗ ଖିଆ କାଳିଆ ସାଆନ୍ତଙ୍କୁ ତିନି ବେଳା ପଖାଳ ଲୋଡା ।ଗ୍ରୀଷ୍ମ ଆସିଲେ ପଖାଳର ଚାହିଦା ବଢିଥାଏ ।ଓଡ଼ିଶାରେ ଗୋବର ଲିପା ଘର ଠାରୁ ଫାଇଭ ଷ୍ଟାର ହୋଟେଲ ପର୍ଯ୍ୟନ୍ତ ସବୁ ଜାଗାରେ ପଖାଳର ଚାହିଦା ଦେଖିବାକୁ ମିଳେ ।ଗତ କିଛି ବର୍ଷ ହେବ ମାର୍ଚ୍ଚ ୨୦କୁ ପଖାଳ ଦିବସ ପାଳନ କରି ପଖାଳ ର ଆଦର ଓ ଉପକାରୀତା ବିଷୟରେ ବାର୍ତ୍ତା ଦିଆଯାଉଛି ।ମାତ୍ର ଓଡିଆଙ୍କ ଆରାଧ୍ୟ,ବିଶ୍ୱ ବ୍ରହ୍ମାଣ୍ଡ ନାଥ ଶ୍ରୀଜଗନ୍ନାଥଙ୍କର ଏହି ପଖାଳରେ ରହିଛି ରୁଚି ।ଶୀତ ହେଉ କି ଖରା ,ପ୍ରତ୍ୟେକ ଦିନ ପଖାଳ ଖାଇଥାନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ।ଅନାଦି କାଳରୁ ବଡଠାକୁର ଙ୍କ ପାଖରେ ଏହି ପଖାଳ ଲାଗି ହେବାର ପରମ୍ପରା ରହି ଆସିଛି ।ଛପନ ଭୋଗ ମଧ୍ୟରୁ ଓଡିଆଙ୍କ ପ୍ରିୟ ଖାଦ୍ୟ ପଖାଳ କାଳିଆ ଠାକୁରଙ୍କର ଅତିପ୍ରିୟ ।ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବ୍ୟବହୃତ ଓଳି ଯଥା ନମ୍ବରୀ, ଚକା ନମ୍ବରୀ, ସାନ କୁଡିଆ,ମଠ କୁଡିଆ,ଆଦିରେ ମହାପ୍ରଭୁଙ୍କ ପାଇଁ ଭୋଗ ପ୍ରସ୍ତୁତ ହେଉଥିବା ବେଳେ ବଡ ସିଂହାର ବେଶ ସମୟରେ ରତ୍ନସିଂହାସନ ରେ ପଖାଳ ଓଳିରେ ପଖାଳ ଭୋଗ ଲାଗି ହେବାର ବିଧି ରହିଛି ।

ମହାପ୍ରଭୁଙ୍କ ପାଖରେ ସାଧାରଣତଃ ୫ ପ୍ରକାର ପଖାଳ ଠାକୁରଙ୍କୁ ଭୋଗ ଲାଗି ହେଉଥିବାର ସୂଚନା ମିଳିଥାଏ । ଏହି ପଖାଳ ହେଲା ଚିପୁଡ଼ା ପଖାଳ, ଟଭା ପଖାଳ, ସୁବାଷିତ ପଖାଳ, ଦହି ପଖାଳ ଓ ଘିଅ ପଖାଳ। ଏହି ପଖାଳ ପ୍ରସ୍ତୁତି ପାଇଁ ଶ୍ରୀମନ୍ଦିର ରୋଷ ଭିତରେ ସ୍ୱତନ୍ତ୍ର ପଥରରେ ଏକ ପଖାଳ କୁଣ୍ଡ ରହିଛି। ଏଥିରେ ଅନ୍ନ ଓ ପାଣି ପୂରାଯାଇ ମହାପ୍ରଭୁଙ୍କ ଲାଗି ପଖାଳ ପ୍ରସ୍ତୁତ କରାଯାଇଥାଏ।ସାଧାରଣ ଲୋକଟିଏ ଦିନରେ ପଖାଳ ଖାଇବାକୁ ପସନ୍ଦ କରୁଥିବା ବେଳେ ମହାପ୍ରଭୁଙ୍କ ସବୁ ରାତିରେ ପଖାଳ ଖାଇ ନିଦ୍ରା ଯାଇଥାନ୍ତି ।କେବେ କଟା ଅଦା,ଭଜା ଜିରା,ଲୁଣ,ଦହି,ମିଠା ଦେଇ ତ କେବେ ଟଭା ମିଶ୍ରିତ ଜଳ ଦେଇ,ପୁଣି କେବେ ମଲ୍ଲି ଫୁଲ ଦେଇ କାଳିଆ ପାଖରେ ପରସାଯାଏ।

ଦହି ,ଜୀରା,ଘୃତ,ଇତ୍ୟାଦିରେ ପ୍ରସ୍ତୁତ ନୈବେଦ୍ୟ ପଖାଳରେ ବଡ ଠାକୁରଙ୍କର ରୁଚି ରହିଥାଏ । ଓଡ଼ିଆରେ କଥା ରହିଛି ପଖାଳ ଭାତରେ ଘି,ତୁମ ବାପା ଖାଇଥିଲେ କି ।ଶ୍ରୀକ୍ଷେତ୍ରରେ କିନ୍ତୁ ଜଗତର ପିତା ଜଗନ୍ନାଥ ଏହି ଘିଅ ପଖାଳ ଖାଇବାର ଅନନ୍ୟ ପରମ୍ପରା ଦେଖିବାକୁ ମିଳେ ।

ପୂର୍ବ କାଳରେ ରନ୍ଧା ଅବଢ଼ା ଅନ୍ନରେ ଦହି, କଞ୍ଚା ଲଙ୍କା, ଲେମ୍ବୁ, ଅଦା, ଭୃଷୁଙ୍ଗା ପତ୍ର ଓ ଜିରା ଗୁଣ୍ଡ ଆଦି ମିଶାଇ ମିଳିଥାଏ ଟଙ୍କ ତୋରାଣି ।ଏହାକୁ ପାନ କରିବାରେ ସ୍ୱତନ୍ତ୍ର ଆନନ୍ଦ ଅନୁଭୂତ ହୁଏ ଏବଂ ଏହାର ସ୍ୱାଦ ଅନନ୍ୟ ହୋଇଥାଏ ।ତେଣୁଶ୍ରୀମନ୍ଦିରରେ ପ୍ରସ୍ତୁତ ଏହି ଟଙ୍କ ତୋରାଣୀରୁ ହିଁ ଏହି ପଖାଳ ଦିବସ ପାଇଁ ପ୍ରେରଣା ମିଳେ ବୋଲି ବିଶ୍ୱାସ ରହିଥାଏ ।