Odisha News: ପୁଣି ଲାଗୁ ହେବ ପୁରୁଣା ନିୟମ, ଏଣିକି ବିଳମ୍ବରେ ଅଫିସ ଆସିଲେ...
Advertisement
Article Detail0/zeeodisha/odisha2241091

Odisha News: ପୁଣି ଲାଗୁ ହେବ ପୁରୁଣା ନିୟମ, ଏଣିକି ବିଳମ୍ବରେ ଅଫିସ ଆସିଲେ...

Odisha News: କର୍ମଚାରୀଙ୍କ ପାଇଁ ବଡ଼ ଖବର। ଏ-ଣିକି ବିଳମ୍ବରେ ଅଫିସ୍ ଆସିଲେ କଟିବ ଦରମା। କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପାଇଁ ବିଏମସି ଏଭଳି ନିଷ୍ପତ୍ତି ଗ୍ରହଣ କରିଛି। ଯେଉଁମାନେ କାର୍ଯ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି । ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହୋଇଛି। ଏବଂ ଦରମା କାଟିବାକୁ ବିଏମସି କମିଶନର ରାଜେସ୍ ପ୍ରଭାକର ପାଟିଲେ ନିର୍ଦ୍ଦେଶ ଦେଇଛନ୍ତି। 

ALSO READ: Weather Update: ଆଜି ଏହି ସବୁ ଜିଲ୍ଲାରେ କାଳବୈଶାଖି ବର୍ଷା ନେଇ ୱାର୍ଣ୍ଣିଂ ଜାରି

ସୂଚନା ଅନୁସାରେ, ମାସକରେ , ୨ରୁ ଅଧିକ ଦିନ ବିଳମ୍ବ ଉପସ୍ଥାନ ପାଇଁ ଅଧାଦିନ ସିଏଲ୍(  Casual Leave)କଟିବ ବୋଲି ସୂଚନା  ମିଳିଛି। କେବଳ ସେତିକି ନୁହେଁ, ୧୦ ଦିନରୁ ଅଧିକ ଦିନ ବିଳମ୍ବ ହେଲେ ଚାକିରିରେ ନାଲିଗାର ବାଜିବ।  ଏହି ନିୟମ ଭୁବନେଶ୍ବର ମହାନଗର ନିଗମ( ବିଏମସି)ର ସମସ୍ତ ସ୍ଥାୟୀ ଓ ଠିକା କର୍ମଚାରୀଙ୍କ ପାଇଁ ଲାଗୁ କରାଯିବ ବୋଲି ଜଣାପଡିଛି। ଯେଉଁମାନଙ୍କ କ୍ଷେତ୍ର ପରିଦର୍ଶନ ରହିଛି।  ସେମାନଙ୍କ ଉପରିସ୍ଥ କର୍ମଚାରୀ ମାନଙ୍କୁ ଜଣାଇବାକୁ କୁହାଯାଇଛି। ପୂର୍ବରୁ ଅନେକ କର୍ମଚାରୀ ନିଜ କାର୍ଯ୍ୟରେ ଅବହେଳା କରୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। 

ସୂଚନା ଯୋଗ୍ୟ ପୂର୍ବତନ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ପୂର୍ବରୁ ଏହି ନିୟମ ଜାରି କରିଥିଲେ। ପ୍ରତି ମହଲା ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଥିଲା। ହେଲେ ସେ ଗଲା ପରେ  ଏହି ନିୟମ କୋମାରେ ଥିଲା। ବିଏମସି କାର୍ଯ୍ୟାଳୟରେ କାର୍ଯ୍ୟର ମାନ ବୃଦ୍ଧି କରିବା ପାଇଁ ଏହି ସମୟ ନିର୍ଘଣ୍ଟ କରାଯାଇଛି । ବହୁ କର୍ମଚାରୀ ଠିକ୍ ସମୟରେ ଅଫିସରେ ପହଞ୍ଚୁ ନଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଏମସି କର୍ତ୍ତୃପକ୍ଷ ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ ଉପସ୍ଥାପନ ବାଧ୍ୟତାମୂଳକ ବି କରାଯାଇଛି।