Cyber Crime: ସାଇବର ଅପରାଧରୁ କିପରି ବର୍ତ୍ତିବେ, ସତର୍କ ଜାରି କଲା ଓଡ଼ିଶା ପୋଲିସ
Advertisement
Article Detail0/zeeodisha/odisha2250500

Cyber Crime: ସାଇବର ଅପରାଧରୁ କିପରି ବର୍ତ୍ତିବେ, ସତର୍କ ଜାରି କଲା ଓଡ଼ିଶା ପୋଲିସ

ଆଜିକାଲି ସାଇବର ଅପରାଧିମାନେ ବିଭିନ୍ନ ସୋସିଆଲ ମିଡ଼ିଆ ଯଥା ହ୍ୱାଟସଆପ ଆଦିକୁ ବ୍ୟବହାର କରୁଛନ୍ତି। ଆପଣ ମାନେ ଏଥିରୁ ସତର୍କତା ଅବଲମ୍ବନ କରିବା ସହିତ ଆର୍ଥିକ ସମ୍ପତ୍ତିକୁ ସୁରକ୍ଷିତ ରଖନ୍ତୁ ବୋଲି କମିଶନରେଟ ପୋଲିସ ସୂଚନା ପ୍ରଦାନ କରିଛି। 

Cyber Crime: ସାଇବର ଅପରାଧରୁ କିପରି ବର୍ତ୍ତିବେ, ସତର୍କ ଜାରି କଲା ଓଡ଼ିଶା ପୋଲିସ

Cyber Crime: ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଥାନାରେ ଏ ସମ୍ପର୍କିତ ମାମଲା ଲମ୍ବିବାରେ ଲାଗିଛି। ପୋଲିସ ପ୍ରଶାସନ ପକ୍ଷରୁ ଏନେଇ ବାରମ୍ବାର ସଚେତନତା ମଧ୍ୟ କରାଯାଉଛି। ଏହି କ୍ରମରେ ଆଜି ସୋସିଆଲ ମିଡ଼ିଆ ଜରିଆରେ ପୁନର୍ବାର ରାଜ୍ୟବାସୀଙ୍କୁ ସଚେତନ କରିଛି ଓଡ଼ିଶା ପୋଲିସ। ଓଡ଼ିଶା ପୋଲିସ ଜାରି କରିଥିବା ସୂଚନା ଅନୁଯାୟୀ +92 ନମ୍ବରରେ ଆସୁଥିବା କଲ ଠାରୁ ଦୂରେଇ ରୁହନ୍ତୁ। ଆଜିକାଲି ସାଇବର ଅପରାଧିମାନେ ବିଭିନ୍ନ ସୋସିଆଲ ମିଡ଼ିଆ ଯଥା ହ୍ୱାଟସଆପ ଆଦିକୁ ବ୍ୟବହାର କରୁଛନ୍ତି। ଆପଣ ମାନେ ଏଥିରୁ ସତର୍କତା ଅବଲମ୍ବନ କରିବା ସହିତ ଆର୍ଥିକ ସମ୍ପତ୍ତିକୁ ସୁରକ୍ଷିତ ରଖନ୍ତୁ ବୋଲି କମିଶନରେଟ ପୋଲିସ ସୂଚନା ପ୍ରଦାନ କରିଛି।