ଦୁଇଟି ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୧୨ ଗୁରୁତର
Advertisement
Article Detail0/zeeodisha/odisha2242907

ଦୁଇଟି ଯାତ୍ରୀବାହୀ ବସ୍ ଦୁର୍ଘଟଣା, ୧୨ ଗୁରୁତର

Bus Accident News: ଆଜି ସନ୍ଧ୍ୟା ସମୟରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଶତାଧିକ ବସଯାତ୍ରୀ । ସୋନପୁର-ସମ୍ବଲପୁର ଜାତୀୟ ରାଜପଥରେ ଆଜି ଦୁଇଟି ବସ୍ ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି । ଦୁଇଟି ବସ୍ ପରସ୍ପର ସହିତ ଧକ୍କା ହେବା ଫଳରେ ୧୨ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଖବର ଆସିଛି । 

ସୂଚନା ମୁତାବକ, ଯାତ୍ରୀବାହୀ ବସଟି ବୀରମହାରାଜପୁରରୁ ସମ୍ୱଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା କିନ୍ତୁ  ସୋନପୁର-ସମ୍ବଲପୁର ରାସ୍ତା ଡୁଡୁପାଲି ଛକ ନିକଟରେ ସାମ୍ନାପଟରୁ ଆସୁଥିବା ଆଉ ଏକ ବସ୍ ସହ ମୁହାଁମୁହିଁ ହେବା ଫଳରେ ଦୁଇଟି ବସକୁ ଶକ୍ତ ଝଟକା ଲାଗିଥିଲା । ଭିତରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଯାତ୍ରୀ ଗୁରୁତର ହୋଇଥିଲେ । ଏଥିସହ ଡ୍ରାଇଭର ଏବଂ କଣ୍ଡକ୍ଟର ମଧ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇ ସୋନପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଦୁଇଟି ବସର ସାମ୍ନାପଟର ଅଧିକାଂଶ ଅଂଶ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Also Read- ଆଜିଠାରୁ ମେଷ ରାଶିରେ 'ବୁଦ୍ଧାଦିତ୍ୟ ଯୋଗ', ୫ ରାଶିର ବ୍ୟକ୍ତିଙ୍କୁ ମିଳିବ ଏହି ଲାଭ

Also Read- Jio Recharge Plan: ଏହି ପ୍ଲାନରେ ୧୧ ମାସ ଯାଏଁ ଟେନସନରୁ ମୁକ୍ତି ଦେଲା ଜିଓ