Weather Update: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha1925581

Weather Update: ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ, ଆଜି ୪ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହାପରେ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ସମ୍ଭାବନା ରହିଥିବା ବେଳେ ରବିବାର ଦିନ ଅର୍ଥାତ୍ ଆଜି ଏହା ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି ।

ସୌ(ସୋସିଆଲ ମିଡିଆ)

Weather Update: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର (Bay of Bengal) ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ (low pressure) କ୍ଷେତ୍ର । ଏହାପରେ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ନେଇ ସମ୍ଭାବନା ରହିଥିବା ବେଳେ ରବିବାର ଦିନ ଅର୍ଥାତ୍ ଆଜି ଏହା ଅବପାତରେ ପରିଣତ ହେବା ନେଇ ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ଏହି ଲଘୁଚାପ (low pressure) ଧୀରେ ଧୀରେ ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ଗତି କରି ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ରହିବ। ଆଗମୀ ୩ ଦିନରେ ଅବପାତଟି ଆହୁରି ଘନୀଭୂତ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର(Bhubaneswar Meteorological Department)  ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରବିବାର ଦିନ ଜଗତସିଂହପୁର, ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା (Rain) ହେବା ନେଇ ସମ୍ଭାବନା ରହିଛି। ତେବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଞ୍ଚଳକୁ ମତ୍ସ୍ୟଜୀବୀମାନଙ୍କ (Fisherman) ପ୍ରବେଶ ନ କରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ୨୩, ୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶା ସହ ଏହାର ସଂଲଗ୍ନ ଅଞ୍ଚଳ ଗୁଡ଼ିକରେ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଅନ୍ୟପଟେ ଆରବସାଗରରେ (Arab sager) ସୃଷ୍ଟି ହୋଇଥିବା ଅବପାତ (Depression) ଶନିବାର ଅଧିକ ଘନୀଭୂତ ହୋଇ ବାତ୍ୟା ‘ତେଜ’ (Cyclone Tej)ରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟାରେ ମଧ୍ଯରେ ଏହା ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର (Cyclone) ରୂପ ନେବାର ସମ୍ଭାବନା ରହିଛି। ୨୪ ତାରିଖ ସକାଳରେ ଏହା ଦକ୍ଷିଣ ଓମାନ ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି।

Also Read-Dussehra 2023: ଆଜି ପବିତ୍ର ମହାଷ୍ଟମୀ, ଜାଣନ୍ତୁ କାହିଁକି ମହାଗୌରୀ ବେଶରେ ପୂଜା ପାଆନ୍ତି ମା’?