Portable Fridge: ପାଣିକୁ ଥଣ୍ଡା କରିବା ପାଇଁ କିଣନ୍ତୁ ଏହି ଉପକରଣ, ଦାମ୍ ଜାଣିଲେ ହେବେ ଖୁସି
Advertisement
Article Detail0/zeeodisha/odisha1853981

Portable Fridge: ପାଣିକୁ ଥଣ୍ଡା କରିବା ପାଇଁ କିଣନ୍ତୁ ଏହି ଉପକରଣ, ଦାମ୍ ଜାଣିଲେ ହେବେ ଖୁସି

Portable Fridge: ଏହି ଉପକରଣଟିକୁ ଆପଣ ସବୁଠିକୁ ନିଜ ସହିତ ନେଇ ଯାଇପାରିବେ । ଏହା ଏତେ ଛୋଟ ଯେ, ଆପଣ ଚାହିଁଲେ ବ୍ୟାଗରେ ମଧ୍ୟ ରଖିପାରିବେ ।

Portable Fridge: ପାଣିକୁ ଥଣ୍ଡା କରିବା ପାଇଁ କିଣନ୍ତୁ ଏହି ଉପକରଣ, ଦାମ୍ ଜାଣିଲେ ହେବେ ଖୁସି

Portable Fridge: ଖରାଦିନେ ଅଧିକାଂଶ ଲୋକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାନ୍ତି । ଜଳବାୟୁ ପରିବର୍ତ୍ତନ (Climate change) ହେବାରେ ଲାଗିଛି । କେବଳ ଗ୍ରୀଷ୍ମ ନୁହେଁ ବର୍ତ୍ତମାନ ଅନ୍ୟ ଋତୁରେ ମଧ୍ୟ ଅନେକ ସମୟରେ ଭିଷଣ ଗରମ ଅନୁଭୂତ ହେଉଛି । ତେଣୁ ଗରମ କାରଣରୁ ଲୋକମାନେ ଥଣ୍ଡା ପାଣି ଖୋଜିଥାନ୍ତି ପିଇବା ପାଇଁ । କିନ୍ତୁ ଅନେକ ସମୟରେ ଥଣ୍ଡା ପାଣି ପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମଳିଥାଏ । ରାସ୍ତା କଡରେ ମିଳୁଥିବା ଥଣ୍ଡା ପାଣି ପିଇ କିଛି ବ୍ୟକ୍ତ ନିଜର ଶୋଷ ମେଣ୍ଟାଇଥାନ୍ତି । ବଜାରରେ ମିଳୁଥିବା ଥଣ୍ଡା ପାଣି (Cold water) ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ତଥ୍ୟ ଦେବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ ଖୁସି ହୋଇଯିବେ । କାରଣ କହିବାକୁ ଗଲେ ଆପଣଙ୍କ ପକେଟ୍ ରେ ରହିବ ଆପଣଙ୍କ ଫ୍ରିଜ୍ । ଥଣ୍ଡା ପାଣି ପାଇଁ ହେଉଥିବା ସମସ୍ୟାକୁ ସହଜରେ ଦୂର କରିପାରିବ ଏହି ଉପକରଣ । ଏକ ଛୋଟ ଫ୍ରିଜ୍ ବ୍ୟବହାର କରିବା ଦ୍ୱାରା ଆପଣ ସହଜ ସବୁବେଳେ ଥଣ୍ଡା ପାଣି ପାଇପାରିବେ । ଏହି ଫ୍ରିଜର ଆକାର ଏତେ ଏତେ ଛୋଟ ଯେ ଆପଣ ଏହାକୁ ନିଜ ବ୍ୟାଗରେ ମଧ୍ୟ ରଖିପାରିବେ ।

ଏହି ପୋର୍ଟେବଲ୍ ଫ୍ରିଜର ଦାମ ଶୁଣିଲେ ଆପଣ ଖୁବ୍ ଖୁସି ହୋଇଯିବେ । କାରଣ ଏହାର ଦାମ ଅଧିକ ନୁହେଁ ବରଂ ଆପଣଙ୍କ ପକେଟକୁ ସୁହାଇବା ପରି । ଯଦି ଆପଣ ଏହା ଜାଣିବାକୁ ଚାହୁଁଛନ୍ତି ଯେ, ଏହା କେଉଁଠାରେ ଉପଲବ୍ଧ ତେବେ ଜାଣି ରଖନ୍ତୁ ଆପଣ ଚାହିଁଲେ ଏହାକୁ ଅନଲାଇନ ସପିଂ (Online shopping) କରିପାରିବେ । ଆମାଜନରେ ଏହା ଉପଲବ୍ଧ ରହିଛି । ଏହାର ମୂଲ୍ୟ ମାତ୍ର ୩ରୁ ୪ ହଜାର ଟଙ୍କା ମଧ୍ୟରେ ରହିଛି । ଏହି ଫ୍ରିଜ୍ କିଣିବା ପରେ ଆପଣ ସବୁବେଳେ ସହଜରେ ଥଣ୍ଡା ପାଣି ପାଇପାରିବେ । ଆପଣଙ୍କୁ ଥଣ୍ଡା ପାଣି ଆଉ ବଜାରରୁ କିଣିବାକୁ ପଡିବ ନାହିଁ । ଆଉ ଏକ ଖାସ୍ କଥା ଏହା ଯେ, ଏହି ଫ୍ରିଜ୍ ପାଇଁ ଅଧିକ ବିଦ୍ୟୁତ୍ ଆବଶ୍ୟକ ପଡିବ ନାହିଁ । ଏହାକୁ ଆପଣ ନିଜ ଲାପଟପ୍ ସହିତ କନେକ୍ଟ କରି ସହଜରେ ଚଲାଇ ପାରିବେ । ଏହାର ଦେଖିବାକୁ ଛୋଟ ଏବଂ ହାଲୁକା । ତେଣୁ ଆପଣ ଯେଉଁଠିକୁ ଯାଉଛନ୍ତି ସେଠାକୁ ଖୁବ ସହଜରେ ଏହି ଫିଜକୁ ନେଇ ଯାଇପାରିବେ ।

ଆଉ ଏକ ଖାସ୍ କଥା ହେଉଛି ଏହି ପୋର୍ଟେବଲ୍ ଫ୍ରିଜରେ ଏକ ଏଲଇଡି ଟର୍ଚ୍ଚ (LED torch) ମଧ୍ୟ ରହିଛି । ଏହା ସହିତ ଏହି ରେଫ୍ରିଜରେଟର ମାତ୍ର ୫ ମିନିଟ ମଧ୍ୟରେ ତାପମାତ୍ରାକୁ ୮.୫ ଡିଗ୍ରୀ ପର୍ଯ୍ୟନ୍ତ କମ କରିପାରିବ । ଯଦି ଆପଣ ଏଥିରେ ଗରମ ପାଣି ରଖନ୍ତି ତେବେ ତାହା ମଧ୍ୟ ଏହି ଫିଜ୍ ଥଣ୍ଡା କରିପାରିବ । କିନ୍ତୁ ଆପଣ ଏହା ଜାଣି ରଖିବା ଉଚିତ ଯେ, ଯଦି ଆପଣ ଏହାକୁ କିଣନ୍ତି ତେବେ ଏଥିରେ ଆପଣ କୌଣସି ୱାରେଣ୍ଟି ପାଇବେ ନାହିଁ । ଥରକରେ ଆପଣ ଏହି ଫ୍ରିଜରେ ୨୫୦ଏମଏଲ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ଥଣ୍ଡା କରିପାରିବେ । ଯଦି ଆପଣ କାର୍ ବ୍ୟବହାର କରନ୍ତି ତେବେ ଏହି ପୋର୍ଟେବଲ୍ ଫ୍ରିଜକୁ ଆପଣଙ୍କ କାରରେ ମଧ୍ୟ ସହଜରେ ବ୍ୟବହାର କରିପାରିବେ । ଏହି ପୋର୍ଟେବଲ୍ ଫ୍ରିଜରେ ଚୁମ୍ବକୀୟ ଶକ୍ତି (Magnetic force) ରହିଛି । ଲକ୍ ଖୋଲିବା ଓ ବନ୍ଦ କରିବା ମଧ୍ୟ ଆପଣଙ୍କ ପାଇଁ ସହଜ ହୋଇପାରିବ । ସାଧାରଣ ଫ୍ରିଜ୍ ପରି ଏହାର ମଧ୍ୟ ଏକ ହ୍ୟାଣ୍ଡେଲ ରହିଛି ଯାହାକୁ ଧରି ଆପଣ ଡୋର୍ ଓପନ ଓ କ୍ଲୋଜ୍ କରିପାରିବେ ।

Also Read- Success Story: ବାପାଙ୍କ ଦେହାନ୍ତ ପରେ ଛାଡିଲେ ଚାକିରୀ, ମାଛ ଚାଷ କରି ଲାଭ କରୁଛନ୍ତି ଲକ୍ଷ ଲକ୍ଷ