Dal Price Hike: ଚିନ୍ତା ବଢ଼ାଉଛି ହରଡ଼ ଡାଲି ଦର, ଓଡ଼ିଶାରେ କେଜି ପିଛା...
Advertisement
Article Detail0/zeeodisha/odisha2232226

Dal Price Hike: ଚିନ୍ତା ବଢ଼ାଉଛି ହରଡ଼ ଡାଲି ଦର, ଓଡ଼ିଶାରେ କେଜି ପିଛା...

Dal Price Hike: ଡରାଉଛି ଡାଲି ଡର, ଚିନ୍ତାରେ ଖାଉଟି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ଥିବା ହରଡ ଡାଲିର ଦର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି।ଖୋଲାବଜାରରୁ ଏବେ ହରଡ ଡାଲି କିଣିବାକୁ ଡରୁଛନ୍ତି ଗ୍ରାହକ। ଫେବୃଆରୀ ମାସରେ ହରଡ଼ ଡାଲି କିଲୋ ପିଛା ୧୩୦ ଟଙ୍କା ଥିବା ବେଳଏ ଏବେ ଏହା ୧୬୫ଟଙ୍କାରେ ପହଞ୍ଚିଛି। 

Dal Price Hike: ଚିନ୍ତା ବଢ଼ାଉଛି ହରଡ଼ ଡାଲି ଦର, ଓଡ଼ିଶାରେ କେଜି ପିଛା...

Dal Price Hike: ଡରାଉଛି ଡାଲି ଡର, ଚିନ୍ତାରେ ଖାଉଟି । ଡାଲି ଭିତରେ ସବୁଠୁ ଅଧିକ ଚାହିଦା ଥିବା ହରଡ ଡାଲିର ଦର ଏବେ ହୁ ହୁ ହୋଇ ବଢ଼ିବାରେ ଲାଗିଛି।ଖୋଲାବଜାରରୁ ଏବେ ହରଡ ଡାଲି କିଣିବାକୁ ଡରୁଛନ୍ତି ଗ୍ରାହକ। ଫେବୃଆରୀ ମାସରେ ହରଡ଼ ଡାଲି କିଲୋ ପିଛା ୧୩୦ ଟଙ୍କା ଥିବା ବେଳଏ ଏବେ ଏହା ୧୬୫ଟଙ୍କାରେ ପହଞ୍ଚିଛି। ମାତ୍ର ୨ ମାସ ମଧ୍ୟରେ କେଜି ପିଛା ୩୫ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି। ତେବେ ହରଡ଼ ଡାଲିର କଳାବଜାରୀ ହେଉଥିବାରୁ ଏପରି ବୃଦ୍ଧି ଦେଖିବାକୁ ମିଳୁଥିବା କହିଛନ୍ତି ବଣିକ ସଙ୍ଘ। ମହାରାଷ୍ଟ୍ର ଓ ଛତିଶଗଡ଼ରେ ଚଳିତ ବର୍ଷ ହରଡ଼ ଡାଲି ଭଲ ଉତ୍ପାଦର ହୋଇଥିବା ସତ୍ତ୍ୱେ ଡାଲି ଦରରେ ଏପରି ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି।

ମାଲଗୋଦାମରେ ୨ ପ୍ରକାରର ଡାଲି ବିକ୍ରି ହେଉଛି, ଯାହାକି ଡାଲିର ମାନ ଅନୁସାରେ ଗୋଟିଏ କେଜି ପିଛା ୧୫୨ ଟଙ୍କା ଓ ଆଉ ଏକ ୧୬୫ ଟଙ୍କା ରହିଛି। ତେବେ ପୂର୍ବରୁ ହରଡ଼ ଓ ବୁଟ ଡାଲି ଉତ୍ତରପ୍ରଦେଶ, କାନପୁର ଓ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ବେଳେ ଏବେ ଏହା ଛତିଶଗଡ଼ ଓ ମହାରାଷ୍ଟ୍ରର(Maharashtra) ନାଗପୁରରୁ ଆମଦାନୀ କରାଯାଉଛି। ଏବେ ପ୍ରତିଦିନ ମାଲଗୋଦାମକୁ ପାଖାପାଖି ୧୫୦ ଟନ୍ ହରଡ଼ ଡାଲି ଆମଦାନୀ କରୁଛନ୍ତି ବ୍ୟବସାୟୀ। ରାଜ୍ୟରେ ହରଡ଼ ଡାଲିର ଚାହିଦା ଅଧିକ ଥିବା କାରଣରୁ ପ୍ରତିଦିନ ପାଖାପାଖି ୯୦ ଟନ୍ ଡାଲି ବିଭିନ୍ନ ଜିଲ୍ଲାକୁ କାରବାର କରାଯାଉଛି।