Odisha Daily News Live: ରାଜଧାନୀରେ ନବୀନ ପଟ୍ଟନାୟକ କଲେ ରୋଡ୍ ଶୋ' ପଢ଼ନ୍ତୁ ଦିନର କିଛି ବଡ଼ ଖବର
Advertisement
Article Detail0/zeeodisha/odisha2250060

Odisha Daily News Live: ରାଜଧାନୀରେ ନବୀନ ପଟ୍ଟନାୟକ କଲେ ରୋଡ୍ ଶୋ' ପଢ଼ନ୍ତୁ ଦିନର କିଛି ବଡ଼ ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha Daily News Live: ରାଜଧାନୀରେ ନବୀନ ପଟ୍ଟନାୟକ କଲେ ରୋଡ୍ ଶୋ' ପଢ଼ନ୍ତୁ ଦିନର କିଛି ବଡ଼ ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

16 May 2024
22:45 PM

SRH vs GT Match: ପ୍ରବଳ ବର୍ଷା ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ୍ ବାତିଲ ହୋଇଛି। ଏହି ମ୍ୟାଚ ବାତିଲ ଯୋଗୁଁ ୨ଟି ଦଳ ପ୍ଲେ ଅଫ୍ ରେସରୁ ବାଦ ପଡିଛନ୍ତି।

22:16 PM

Swati Maliwal Case: ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ ପରେ ବିଭବ କୁମାରଙ୍କ ବିରୋଧରେ ଅସଦାଚରଣ ମାମଲାରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଦିଲ୍ଲୀ ପୋଲିସ ସ୍ୱାତୀଙ୍କ ବୟାନ ଆଜି ରେକର୍ଡ କରିଥିଲା। ଯାହାକୁ ନେଇ ବିଭବ କୁମାରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

21:20 PM

Swati Maliwal Reaction: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ହୋଇଥିବା ଆକ୍ରମଣ ମାମଲାରେ ସ୍ୱାତୀ ମାଲିୱାଲଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସ୍ୱାତୀ ମାଲିୱାଲ 'ଏକ୍ସ'ରେ ପୋଷ୍ଟ କରି କହିଛନ୍ତି, "ମୋ ସହ ଯାହା ଘଟିଥିଲା ​​ତାହା ଅତ୍ୟନ୍ତ ଖରାପ ଥିଲା। ମୋ ସହ ଘଟିଥିବା ଘଟଣାକୁ ନେଇ ମୁଁ ପୋଲିସକୁ ମୋର ବୟାନ ଦେଇଛି। ମୁଁ ଆଶା କରୁଛି ଉପଯୁକ୍ତ ପଦକ୍ଷେପ ନିଆଯିବ। ଶେଷ କିଛି ଦିନ ମୋ ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି। ଯେଉଁମାନେ ପ୍ରାର୍ଥନା କରିଥିଲେ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ଯେଉଁମାନେ ଚରିତ୍ରକୁ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଓ କହିଥିଲେ ଯେ ଏହା ଅନ୍ୟ ଦଳର ଆଦେଶରେ କରାଯାଉଛି, ଭଗବାନ ସେମାନଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ। ଦେଶରେ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଚାଲିଛି, ସ୍ୱାତୀ ମାଲିୱାଲ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦେଶର ପ୍ରସଙ୍ଗ ଗୁରୁତ୍ୱପୂର୍ଣ୍ଣ। ଏହି ଘଟଣାରେ ରାଜନୀତି ନକରିବାକୁ ବିଜେପି ଲୋକଙ୍କୁ ଏକ ବିଶେଷ ଅନୁରୋଧ କରୁଛି।"

19:45 PM

Swati Maliwal Case: ଦିଲ୍ଲୀ ପୋଲିସ ଟିମ୍ AAP ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଘରୁ ଆସିଛି। ଚାରି ଘଣ୍ଟାରୁ ଅଧିକ ସମୟ ରହିବା ପରେ ପୋଲିସ ଟିମ୍ ତାଙ୍କ ବାସଭବନ ଛାଡିଥିଲେ। ସ୍ୱାମୀ ମାଲିୱାଲ ନିଜ ବିବୃତ୍ତି ରେକର୍ଡ କରିଛନ୍ତି। ଦିଲ୍ଲୀ ପୋଲିସ ଅଧିକାରୀମାନେ ଅପରାହ୍ନ ୧:୫୦ ରେ ଏଠାକୁ ଆସିଥିଲେ। ୪ରୁ ୫ CRPF କର୍ମଚାରୀ ସ୍ୱାତୀ ମାଲିୱାଲଙ୍କ ଫ୍ଲାଟର ଟାୱାର ବାହାରେ ନିୟୋଜିତ ଥିଲେ।

19:20 PM

Naveen Patnaik’s roadshow in Bhubaneswar Live: ମଧ୍ୟ ଭୁବନେଶ୍ୱରରେ ନବୀନ ପଟ୍ଟନାୟକ କରୁଛନ୍ତି ରୋଡ୍ ଶୋ' 
> ଆପଣମାନେ ଖୁସିତ କହି ଲୋକଙ୍କୁ ସମ୍ଭୋଧନ କଲେ ନବୀନ ପଟ୍ଟନାୟକ
> ଜୁଲାଇରୁ ମାଗଣା ବିଜୁଳି ମିଳିବା ନେଇ କଲେ ଘୋଷଣା
> ମୁଖ୍ୟମନ୍ତ୍ରୀଙ୍କ ସହ ଭିକେ ପାଣ୍ଡିଆନ୍ ମଧ୍ୟ ସାମିଲ ଅଛନ୍ତି
> ଶଙ୍ଖ ଚିହ୍ନରେ ଭୋଟଦେବାକୁ କଲେ ଅନୁରୋଧ

19:14 PM

Naveen Patnaik’s roadshow in Bhubaneswar: ରାଜଧାନୀରେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଛନ୍ତି ରୋଡ୍ ଶୋ'
> ନବୀନଙ୍କ ରୋଡ ଶୋ’ରେ ହଜାର ହଜାର ଲୋକ ହେଲେ ସାମିଲ
>ଗଙ୍ଗନଗରରୁ ରୋଡ ଶୋ' ଆରମ୍ଭ କରିଛନ୍ତି ରୋଡ୍ ଶୋ'ଶୋ'

 

18:17 PM

JP Nadda In Bargarh: ଗୁରୁବାର ଦିନ ବରଗଡର ପଦମପୁରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି।ସମାବେଶକୁ ସମ୍ବୋଧିତ କରିବା ପୂର୍ବରୁ ନଡ୍ଡା ବରଗଡ ଜିଲ୍ଲାର ଶହୀଦ ମେଧା ସିଂ ଏବଂ କବି ଗଙ୍ଗାଧର ମେହେରଙ୍କୁ ଅଭିବାଦନ ଜଣାଇଥିଲେ ଓ ଏହାପରେ ସଙ୍ଗେ ସଙ୍ଗେ ଏହି ସମାବେଶରେ ଯୋଗ ଦେଇଥିଲେ। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏହାପରେ ଅନେକ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିଲେ। ଓଡି଼ଶାରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ନକରିବାରୁ ସେ ନବୀନ ପଟ୍ଟନାୟକକୁ ମଧ୍ୟ ଟାର୍ଗେଟ୍ କରିଥିଲେ।

17:33 PM

Amit Shah On PoK: ଗୃହମନ୍ତ୍ରୀ ଅମିତ ଶାହା ବିହାରର ମଧୁବାନୀରେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଜଣେ ବିଜେପି ସାଂସଦ ଅଛନ୍ତି ସେ ପର୍ଯ୍ୟନ୍ତ ଏସସି-ଏସଟି ଓ ଓବିସି ସଂରକ୍ଷଣକୁ କେହି ଶେଷ କରିପାରିବେ ନାହିଁ। ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ରାହୁଲ ବାବା କହୁଥିଲେ ଯେ ଧାରା ୩୭୦ ହଟାଗଲେ ରକ୍ତ ନଦୀ ପ୍ରବାହିତ ହେବ। କିନ୍ତୁ ୩୭୦ ଅପସାରିତ ହେଲା ଏବଂ ଗୋଟିଏ ପଥର ମଧ୍ୟ ଉଠିଲା ନାହିଁ। ଶାହା କହିଛନ୍ତି ଯେ ପିଓକେ ଆମର, ଆମର ଥିଲା ଓ ଏହା ଆମର ରହିବ।

15:12 PM

NCW summons Arvind Kejriwal's aide Bibhav Kumar: ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ବିବେକ କୁମାରଙ୍କୁ ସମନ କରିଛି। ମହିଳା ଆୟୋଗ ବିବେକ କୁମାରଙ୍କୁ ଶୁକ୍ରବାର ଦିନ (୧୭ ମଇ ୨୦୨୪) ସକାଳ ୧୧ ଟାରେ ହାଜର ହେବାକୁ କହିଛନ୍ତି।

13:41 PM

Road Accident: ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ଗୋଟିଏ ପରିବାରର ୬ ଜୀବନ। କେନ୍ଦୁଝର ଜିଲ୍ଲା ଯୋଡା ଚରମ୍ପା  ଥାନା ରିମୁଳି ବାଇପାସରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ୨ଟି ଟ୍ରକ୍ ସହ ଏକ କାର୍ ଧକ୍କା ହେବାରୁ ୬ ଜଣ ଯାତ୍ରୀଙ୍କ ଜୀବନ ଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି। 

 

13:14 PM

Odisha News Live Updates: ମୁମ୍ବାଇରେ ବିଲ୍‌ବୋର୍ଡ ପଡ଼ିବା ଘଟଣା: ମୃତକଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ଏଟିସି ମ୍ୟାନେଜର
ସୋମବାର ଦିନ ମୁମ୍ବାଇରେ ଏକ ବଡ଼ ଧୂଳି ଝଡ଼ରେ ଘାଟଗୋପର ଅଞ୍ଚଳରେ ଏକ ବିରାଟ ବିଲ୍‌ବୋର୍ଡ ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁବରଣ କରିଥିବା ୧୬ ଜଣଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ମ୍ୟାନେଜର ଏବଂ ତାଙ୍କ ପତ୍ନୀ ବି ଅଛନ୍ତି। ପୂର୍ବ ମୁମ୍ବାଇର ଏକ ପେଟ୍ରୋଲ ପମ୍ପ ଉପରେ ୧୦୦ ଫୁଟର ହୋର୍ଡିଂ ଖସିଯିବା ପରେ ବୁଧବାର ରାତିରେ ଅବସରପ୍ରାପ୍ତ ଏଟିସି ମ୍ୟାନେଜର ମନୋଜ ଚାନସୋରିଆ ଏବଂ ୬୦ ବର୍ଷୀୟା ତାଙ୍କ ପତ୍ନୀ ଅନିତାଙ୍କ ମୃତଦେହ ସେମାନଙ୍କ କାର ଭିତରୁ ମିଳିଛି।

11:56 AM

Odisha News Live Updates: ଗିରଫ ହେବେନି ଅନୁଭବ: ମିଳିଲା ଆଶ୍ୱସ୍ତି
ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଚାର୍ଜଫ୍ରେମ୍ ପାଇଁ ହାଜର ନହୋଇ ଅଭିନେତା ବାରମ୍ବାର ସମୟ ମାଗି ଚାଲିଥିଲେ । ତେଣୁ ଶେଷରେ କୋର୍ଟ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ ଜାରି କରି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

10:54 AM

Odisha News Live Updates: ଖଲ୍ଲିକୋଟରେ ରାଜନୈତିକ ହିଂସା: ଚାଲିଗଲା ଜଣଙ୍କର ଜୀବନ
ଖଲ୍ଲିକୋଟରେ ରାଜନୈତିକ ହିଂସା। ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ଅନ୍ୟ ଜଣେ ଗୁରୁତରଙ୍କୁ ବ୍ରହ୍ମପୁରରୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଛି । ଶ୍ରୀକୃଷ୍ଣଶରଣପୁର ଗାଁରେ ବିଜେପି କର୍ମୀଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି। ନିର୍ବାଚନ ପାଇଁ ସରଗରମ ରହିଛି ବିଭିନ୍ନ ରାଜନୈତିକ ମାହୋଲ। ରାଜ୍ୟରେ ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଦ୍ବିତୀୟ ପର୍ଯ୍ଯାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର ପ୍ରସାର। ଏହାରି ଭିତରେ ଖଲ୍ଲିକୋଟରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ହଣାହଣି ଭଳି ଘଟଣା ଦେଖିବାକୁ ମିଳିଥିଲା। ଉଭୟ ପକ୍ଷର ୭ ଜଣ ଆହତ ଏବଂ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

10:53 AM

Odisha News Live Updates: ବିଜେଡିରେ ସାମିଲ ହେଲେ ରାଧାରାଣୀ ପଣ୍ଡା
ବରଗଡ ଲୋକସଭା ଆସନ ତଥା ଏହା ଅଧୀନରେ ଆସୁଥିବା ଝାରସୁଗୁଡାର ବ୍ରଜରାଜନଗରରେ ଭାରତୀୟ ଜନତା ପାର୍ଟିକୁ ବଡ଼ ଝଟକା। ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା ବିଜେପି ଛାଡ଼ି ଶାସକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ବ୍ରଜରାଜନଗରର ପୂର୍ବତନ ବିଧାୟକ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ପଠାଇବା ପରେ ବିଜେଡିରେ ଯୋଗ ଦେଇଛନ୍ତି।

 

10:52 AM

Odisha News Live Updaets: ନିର୍ବାଚନୀ ହିଂସା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ 
ଖଲ୍ଲିକୋଟରେ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଗଞ୍ଜାମରେ ପ୍ରାକ୍ ନିର୍ବାଚନୀ ହିଂସା ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପିଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ନିର୍ବାଚନୀ ହିଂସାକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି ସିଇଓ।

10:12 AM

Odisha News Live updates: ଭୁବନେଶ୍ବରରେ ନଡ୍ଡାଙ୍କ ରୋଡ୍ ଶୋ
ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଭୁବନେଶ୍ବରରେ ଏକ ବିଶାଳ ରୋଡ୍ ସୋ କରିଛନ୍ତି। ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଏହି ରୋଡ୍ ସୋ’ କରାଯାଇଛି। ନଡ୍ଡାଙ୍କ ସହିତ ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ବର ଏକାମ୍ର  ବିଧାୟକ ପ୍ରାର୍ଥୀ ବାବୁ ସିଂ ଏହି ରୋଡ୍ ସୋରେ ସାମିଲ ହୋଇଛନ୍ତି। ବୁଧବାର ରାତିରେ ରାଜଧାନୀର ଏକ ହୋଟେଲରେ ସୁଭଦ୍ରା ଯୋଜନା ସମ୍ପର୍କରେ ବିଜେପି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ସେ ବୈଠକ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦିଆଯାଉଥିବା ଏହି ଅବସରରେ ସେ କହିଥିଲେ। ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମୋଦୀ ସରକାର ୫୦ ହଜାର ଟଙ୍କାର ଭାଉଚର ଦେବେ ।

 

09:52 AM

Odisha News Live Updates: ଭୁଶୁଡ଼ିଲା କଳାପଥର ଖାଦାନ: ଚାପି ହୋଇଗଲେ ୨ ମେସିନ କର୍ମଚାରୀ
ଧର୍ମଶାଳାର ଡଙ୍କାରୀ ପାହାଡରେ କଳାପଥର ଖାଦାନ ଭୁଷୁଡ଼ି ପଡ଼ିଛି। ୨ ମେସିନ କର୍ମଚାରୀ ଚାପି ହୋଇ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

09:51 AM

Odisha News Live Updates: ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ
ଯାଜପୁର ଜିଲ୍ଲା ବିଞ୍ଝାରପୁର କପିଳା ରାହାଁସ ନିକଟରେ ଗତ ରାତିରେ ମାଟି ଅତଡ଼ା ଖସି ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏଲ ଆଣ୍ଡ ଟି ପାଇପ ଲାଇନ କାମ ବେଳେ ଏହି ଅଘଟଣ ଘଟିଛି। ମୃତ ୩ ଜଣ ତାମିଲନାଡ଼ୁ ଓ ବିହାରର ବୋଲି ଜଣାପଡ଼ିଛି। କପିଳା ପଞ୍ଚାୟତ ରାହାଁସ ନିକଟରେ ଏଲ ଆଣ୍ଡ ଟି କମ୍ପାନୀର ପାଇପ ଲାଇନ୍‌ କାମ ଚାଲିଛି। ଗତ ରାତିରେ କାମ ଚାଲିଥିବା ବେଳେ ତଳେ ୩ ଶ୍ରମିକ କାମ କରୁଥିଲେ। ହଠାତ୍‌ ସେମାନଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା।

08:42 AM

Odisha News Live Updates: ଡମ୍ପରକୁ ପିଟିଲା ବୋଲେରୋ, ୮ ମୃତ
ବୁଧବାର ରାତିରେ ଇନ୍ଦୋର-ଅହମ୍ମଦାବାଦ ଜାତୀୟ ରାଜପଥରେ ଘଟିଥିବା ଏହି ଛାତି ଥରାଇବା ଭଳି ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଦେଖିଲେ ଅନୁମାନ କରାଯାଇପାରେ। ତେବେ ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ କହି ରଖୁ କି ବୁଧବାର ରାତିର ପ୍ରାୟ ସାଢେ ୧୦ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। 

08:39 AM

Odisha News LIve  Updates: ବସ୍-ଟ୍ରକ୍ ମୁହାଁମୁହିଁ: ୧୪ ଆହତ, ୪ ଗୁରୁତର
ଯାଜପୁର ସଦରଥାନା ବରୁହାଁ କବୀରପୁରଠାରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୪ ଜଣ ଆହତ ହୋଇଥିବା କୁହାଯାଉଛି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛି। ସେହିପରି ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଦୁର୍ଘଟଣାର କାରଣ ନେଇ ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

08:39 AM

Odisha News Live Updates: ଜେପି ନଡ୍ଡାଙ୍କ ଭୁବନେଶ୍ୱରରେ ଆଜି ଶୋ’
ବିଜେପି ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଆଜି ପୁରୁଣା ଭୁବନେଶ୍ୱରରେ ରୋଡ୍‍ ଶୋ’ରେ ଯୋଗ ଦେବେ। ସକାଳ ୯ଟା ୩୦ ମିନିଟରୁ ଏହି ରୋଡ୍‍ ଶୋ’ ବାରିକ ସାହିରୁ ବାହାରି ଲିଙ୍ଗରାଜ ମନ୍ଦିର ଅଭିମୁଖୋ ଯିବ। ଏହାପରେ ଶ୍ରୀ ନଡ୍ଡା ବରଗଡ଼ ଜିଲ୍ଲା ପଦ୍ମପୁର ଗସ୍ତରେ ଯିବେ। ସେଠାରେ ଅପରାହ୍ଣରେ ନିର୍ବାଚନ ସଭାରେ ଯୋଗ ଦେଇ ସାଢ଼େ ୩ଟା ବେଳେ ସୁନ୍ଦରଗଡ଼ର ଶଙ୍କରା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। 

08:38 AM

Odisha News Live Updates: ରୋଡ ଶୋ ପାଇଁ ଟ୍ରାଫିକ କଟକଣା
ଅପରାହ୍ଣ ସାଢେ ଚାରିଟାରୁ ଭୁବନେଶ୍ୱରର ବିଭିନ୍ନ ମୁଖ୍ୟ ମାର୍ଗରେ ଗାଡ଼ ଚଳାଚଳ ଉପରେ କଟକଣା ରହିବ। ଗଙ୍ଗନଗର ଛକରୁ ଏଲ୍‍ଆଇସି କାର୍ଯ୍ୟାଳୟ, ଗୋପବନ୍ଧୁ ଛକ, ଓୟୁଏଟି ଅତିଥିଭବନ, ୟୁନିଟ-୮ ଡିଏଭି, ଏଚଡିଏଫସି ବ୍ୟାଙ୍କ, ବାଲୁଙ୍କେଶ୍ୱର ମନ୍ଦିର, ମମତାଜ ଅଲ୍ଲୀ ସ୍କୁଲ, ବେହେରାସାହି, ନିକୋ ପାର୍କ, ବାୟାବାବା ମଠ, ରୂପାଲିଛକ, ରାମ ମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍‍ ଦେଇ  ଶିଶୁ ଭବନ ଯାଏ ମୁଖ୍ୟମନ୍ତ୍ରୀଙ୍କ ଶୋଭାଯାତ୍ରା ଯିବାକୁ ସ୍ଥିର ହୋଇଥିବାରୁ ଗାଡ଼ି ଚଳାଚଳ ଉପରେ ରୋକ ଲାଗିଛି। ଏପରିକି ଶୋଭାଯାତ୍ରାର କିଛି ସମୟ ପୂର୍ବରୁ ସଚିବାଳୟ ମାର୍ଗ, ଜନପଥ ଏବଂ ବିଦ୍ୟୁତ୍‍ ମାର୍ଗକୁ ସିଲ କରାଯିବାର ଆଶଙ୍କା ରହିଛି। 

08:37 AM

Odisha News Live Updates: ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ରୋଡ୍‍ ଶୋ’ କରିବେ। ଏହି ରୋଡ୍‍ ଶୋ’ ଗଙ୍ଗନଗର ଛକରୁ ବାହାରିବ। ଯାହା ରୂପାଲିଛକ ଦେଇ ଶିଶୁଭବନ ଯାଏ  ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଯେମିତି ବିଶୃଙ୍ଖଳା ନହେବ ସେଥିଲାଗି ପୁଲିସ ବାରିକେଡ୍‍ କରିଛି। ଟ୍ରାଫିକ ନିୟନ୍ତ୍ରଣ ଲାଗି ମଧ୍ୟ ପରାମର୍ଶ ସୂଚିକା ଜାରି କରିଛି। 

08:36 AM

Odisha News Live Updates: ଇସ୍ତଫା ଦେଲେ ରମାରଞ୍ଜନ ବଳିୟାରସିଂହ
ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପି ନେତା ରମାରଞ୍ଜନ ବଳିୟାର ସିଂହ ଆଜି ଦଳରୁ  ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଲେଖିଛନ୍ତି। ଲଗାତାର ଭାବେ ସତ୍ୟବାଦୀ ଓ ତାଙ୍କୁ ପ୍ରତାରିତ କରିଥିବାରୁ ସେ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଥିବା କହିଛନ୍ତି। ଏଥର ଟିକଟ ପାଇଁ ସେ ଆଶାୟୀ ଥିଲେ କିନ୍ତୁ ବିଜେପି ତାଙ୍କୁ ଅବହେଳା କରିଥିଲା। 

 

08:32 AM

Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମେ ୧୬ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରିପୋର୍ଟ...

08:31 AM

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।