Advertisement
Photo Details/zeeodisha/odisha1611432
photoDetails0hindi

Pakistan: ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି ଲାହୋର! ଇମ୍ରାନଙ୍କୁ ରହିଛି ହତ୍ୟାର ଭୟ, ଫଟୋରେ ଦେଖନ୍ତୁ ବର୍ତ୍ତମାନର ପାକିସ୍ତାନ

Pakistan: ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଆସିଥିବା ଇସଲାମାବାଦ ପୋଲିସ ବିରୋଧରେ ତାଙ୍କ ସମର୍ଥକମାନେ ଏକତ୍ରିତ ହୋଇ ବିରୋଧ କରିଥିଲେ । ତୋସାଖାନା ମାମଲାରେ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବାର ଗୋଟିଏ ଦିନ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା ।

1/7

Pakistan: ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଆସିଥିବା ଇସଲାମାବାଦ ପୋଲିସ ବିରୋଧରେ ତାଙ୍କ ସମର୍ଥକମାନେ ଏକତ୍ରିତ ହୋଇ ବିରୋଧ କରିଥିଲେ । ତୋସାଖାନା ମାମଲାରେ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବାର ଗୋଟିଏ ଦିନ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା ।

2/7

ପାକିସ୍ତାନର ନା ଆର୍ଥିକ ଅବସ୍ଥା ଭଲ ରହିଛି ନା ରାଜନୌତିକ ଅବସ୍ଥା । ଲାହୋର ଗତ ୧୪ ଘଣ୍ଟା ପାଇଁ ଏକ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଛି । ପୋଲିସ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକଙ୍କ ମଧ୍ୟରେ ଲଢେଇ ଚାଲିଛି । ଜମାନ ପାର୍କ, ଯେଉଁଠାରେ ଇମ୍ରାନ ଖାନଙ୍କ ବାସଭବନ ଅଛି, ପୋଲିସ ପୁଣି ଥରେ ସେଠାରେ ଘେରାବନ୍ଦୀ ଆରମ୍ଭ କରିଛି । ଇମ୍ରାନଙ୍କ ସମର୍ଥକମାନେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିବା ପୋଲିସ ସହିତ ସଂଘର୍ଷ କରିଥିଲେ । ଉଭୟ ପାର୍ଶ୍ୱରେ ଲୋକମାନେ ଆହତ ହୋଇଥିଲେ । ଦେଖନ୍ତୁ ଲାହୋରର ବର୍ତ୍ତମାନ ଚିତ୍ର ।

3/7

ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ଅନେକ ଘଣ୍ଟା ଚେଷ୍ଟା କରିବା ସତ୍ତ୍ୱେ ପୋଲିସ ତାଙ୍କୁ ଗିରଫ କରିପାରିନାହିଁ । ଖାନଙ୍କ ସମର୍ଥକଙ୍କୁ ଘଉଡାଇବା ପାଇଁ ପୋଲିସ ପାଣି ବିସର୍ଜନ କରିବା ସହ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା ।

4/7

ଇମ୍ରାନ ଖାନଙ୍କୁ ଗିରଫ କରିବାକୁ ଆସିଥିବା ଇସଲାମାବାଦ ପୋଲିସ ବିରୋଧରେ ତାଙ୍କ ସମର୍ଥକମାନେ ଏକତ୍ରିତ ହୋଇ ବିରୋଧ କରିଥିଲେ । ତୋସାଖାନା ମାମଲାରେ ଖାନଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହେବାର ଗୋଟିଏ ଦିନ ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା ।

5/7

ପୋଲିସ ଏକ ସଶସ୍ତ୍ର ଗାଡି ନେଇ ଇମ୍ରାନ ଖାନଙ୍କ ଜମାନ ପାର୍କ ବାସଭବନ ଆଡକୁ ଯାଇ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମର୍ଥକଙ୍କୁ ଘଉଡ଼ାଇବା ପାଇଁ ପାଣି ଓ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା ।

6/7

ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ବାସଭବନ ଅଭିମୁଖେ ଯାତ୍ରା ସମୟରେ ପୋଲିସ ଓ ପିଟିଆଇ କର୍ମଚାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ମୁହଁରେ କପଡା ଘୋଡାଇ ରଖିଥିବା ଖାନଙ୍କ ସମର୍ଥକମାନେ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ ।

7/7

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୋଲିସ୍ ଦଳର ନେତୃତ୍ୱ ନେଉଥିବା ଇସଲାମାବାଦର ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (ଅପରେସନ୍ସ) ଶାହାଜାଦ ବୁଖାରୀ ପଥର ମାଡରେ ଆହତ ହୋଇଥିଲେ । ଏହି ସଂଘର୍ଷରେ ଉଭୟ ଖାନଙ୍କ ସମର୍ଥକ ଏବଂ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।