Solar Eclipse 2024: ଆରମ୍ଭ ହୋଇଗଲା ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ
Advertisement
Article Detail0/zeeodisha/odisha2195516

Solar Eclipse 2024: ଆରମ୍ଭ ହୋଇଗଲା ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

First Solar Eclipse of 2024: ଅପ୍ରେଲ ୮ ତାରିଖ ସୋମବାର ଲାଗିଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଯାହା ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ବୋଲି କୁହାଯାଉଛି।

ପ୍ରତୀକାତ୍ମକ ଫଟୋ

first solar eclipse of this year has started: ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଆଜି ହେଉଛି ଚଳିତ ବର୍ଷ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଯାହା ଅପ୍ରେଲ ୮ ତାରିଖ ସୋମବାର ରାତି ୯ ଘଣ୍ଟା ୧୨ ମିନିଟ ସମୟରୁ ଆରମ୍ଭ ହୋଇ ପର ଦିନ ଅର୍ଥାତ ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀ (୯ ଅପ୍ରେଲ) ୨ ଘଣ୍ଟା ୨୨ ମିନିଟ ପର୍ଯ୍ୟନ୍ତ ଚାଲିବ। ବିଗତ ୫୦ ବର୍ଷ ମଧ୍ୟରେ ଏହା ସବୁଠାର ଲମ୍ବା ସୂର୍ଯ୍ୟପରାଗ ବୋଲି କୁହାଯାଉଛି। ଯାହାର ଅବଧି ପ୍ରାୟ ୫ ଘଣ୍ଟା ୧୦ ମିନିଟ ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି।  

୨୦୨୪ ଅପ୍ରେଲ ୮ ତାରିଖ ସୋମବାର ଲାଗିଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ସୋମବାର ଲାଗୁଥିବା ସୂର୍ଯ୍ୟପରାଗ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ବୋଲି କୁହାଯାଉଛି। ପ୍ରାୟ ୫୪ ବର୍ଷ ପରେ ଏପରି ଏକ ଦୀର୍ଘ ଅବଧି ବିଶିଷ୍ଚ ସୂର୍ଯ୍ୟପରାଗ ହେଉଛି। ଏହି ସୂର୍ଯ୍ୟ ପରାଗ ପୃଥିବୀର କେତେକ ସ୍ଥାନ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଉଠିଛି। ଏହି କାରଣରୁ ସୋମବାର ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ଭଳି ବିରଳ ଖଗୋଳୀୟ ଘଟଣାକୁ ଦେଖିବା ପାଇଁ ଜ୍ୟୋତିର୍ବିଜ୍ଞାନ ପ୍ରେମୀ ତଥା ସାଧାରଣ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ସୋମବାର ହେଉଥିବା ସୂର୍ଯ୍ୟପରାଗ କେଉଁଠାରେ ଏବଂ କେତେ ପ୍ରଭାବ ପକାଇବ ସେ ସମ୍ପର୍କରେ ଜାଣନ୍ତୁ। 

ଭାରତରେ କେବେ ଦୃଶ୍ୟମାନ ହେବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ?   
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତୀୟ ପ୍ରାମାଣିକ ସମୟ ଅପ୍ରେଲ ୮ ତାରିଖ ସୋମବାର ରାତି ୯ ଘଣ୍ଟା ୧୨ ମିନିଟ ସମୟରୁ ଆରମ୍ଭ ହୋଇସାରିଛି। ଯାହା ଏହାର ପର ଦିନ ଅର୍ଥାତ ସୋମବାର-ମଙ୍ଗଳବାର ମଧ୍ୟରାତ୍ରୀ (୯ ଅପ୍ରେଲ) ୨ ଘଣ୍ଟା ୨୨ ମିନିଟ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ରାତ୍ରୀ ସମୟରେ ଲାଗିଛି। ରାତ୍ରୀ ସମୟ ହୋଇଥିବାରୁ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏପରିକି ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବ ନାହିଁ।

Also Read: Total Solar Eclipse: ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ କ'ଣ? କେତେ ବେଳେ ହୋଇଥାଏ ଏପରି ସୂର୍ଯ୍ୟପରାଗ?

ବିଶ୍ୱର କେଉଁ ସ୍ଥାନରେ ଦେଖାଯିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ? 
ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଯୁକ୍ତରାଷ୍ଟ୍ର ଆମେରିକା, କାନାଡା, ମେକ୍ସିକୋ ଏବଂ ଉତ୍ତର ଆମେରିକାର ଅନ୍ୟାନ୍ୟ ଅଞ୍ଚଳରେ ଦୃଶ୍ୟମାନ ହେବ। ଏହି ସୂର୍ଯ୍ୟ ପରାଗର ସର୍ବାଧିକ ପ୍ରଭାବ ଉତ୍ତର ଆମେରିକାରେ ରହିବ। ସେଠାକାର ଲୋକେ ଏପରି ବିରଳ ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିପାରିବେ। ଯୁକ୍ତରାଷ୍ଟ୍ର ଆମେରିକାର କେତେକ ରାଜ୍ୟ ବିଶ୍ୱର କିଛି ସ୍ଥାନରେ ସୂର୍ଯ୍ୟ ପରାଗ କାରଣରୁ ଦିନ ସମୟରେ ରାତି ଭଳି ମାହୋଲ ସୃଷ୍ଟି ହୋଇଛି। 

ସୂର୍ଯ୍ୟ ପରାଗ କାରଣରୁ ଦିନ ହୋଇଯିବ ରାତି
ଚଳିତ ବର୍ଷ ଅପ୍ରେଲ ୮ ତାରିଖ ରାତିରେ ସୂର୍ଯ୍ୟପରାଗର ପ୍ରଭାବ ପୃଥିବୀର କିଛି ଅଂଶରେ ରହିବ। ଯାହାର ଅବଧି ୫ ଘଣ୍ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ। ବିଗତ ୫୪ ବର୍ଷ ମଧ୍ୟରେ ଏହା ହେଉଛି ଦୀର୍ଘତମ ସୂର୍ଯ୍ୟ ପରାଗ। ଏହା ପୂର୍ବରୁ ଗତ ୧୯୭୦ ମସିହାରେ ଏପରି ଏକ ଦୀର୍ଘ ଅବଧି ସୂର୍ଯ୍ୟ ପରାଗ ହୋଇଥିଲା। ଚଳିତ ବର୍ଷ ବିଶ୍ୱର ପ୍ରଥମ ସୂର୍ଯ୍ୟପରାଗ ହେଉଛି ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ। ଏହି ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗର ଅବଧି ୪ ମିନିଟ ୨୮ ସେକେଣ୍ଡ ବିଶିଷ୍ଟ ହେବ।    

ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଅନୁଯାୟୀ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ ସମୟରେ ଦେଶର ଟେକ୍ସାସ ରାଜ୍ୟର ଡଲାସ୍ ସହର, ଆର୍କାନସ୍ ରାଜ୍ୟର ଲିଟିଲ୍ ରକ୍ ସହର, ଓହିଓ ରାଜ୍ୟର କ୍ଲିଭଲ୍ୟାଣ୍ଡ ସହର କିଛି ମିନିଟ୍  ସମୟ ପାଇଁ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇଉଠିବ। ଏହା ବ୍ୟତୀତ ନ୍ୟୁୟର୍କ ସହରରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ ଅନ୍ଧକାର ଛାଇଯିବ।

ଆମେରିକୀୟ ମହକାଶ ଗବେଷଣା ସଂସ୍ଥା  ନାସା ଦ୍ୱାରା ଦେଖନ୍ତୁ ପୂର୍ଣ୍ଣଗ୍ରାସ ସୂର୍ଯ୍ୟପରାଗ