ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରୋଭର୍ସ ଓ ରେଞ୍ଜର୍ସ ୟୁନିଟକୁ ‘ରାଜ୍ୟ ପୁରସ୍କାର-2023’
Advertisement
Article Detail0/zeeodisha/odisha2250577

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରୋଭର୍ସ ଓ ରେଞ୍ଜର୍ସ ୟୁନିଟକୁ ‘ରାଜ୍ୟ ପୁରସ୍କାର-2023’

ସ୍କାଉଟିଂରେ ନିଜ ଅନନ୍ୟ ପରାକାଷ୍ଠା ପ୍ରଦର୍ଶନ କରି ବର୍ଷ ୨୦୨୩ ନିମନ୍ତେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରୋଭର୍ସ ଓ ରେଞ୍ଜର୍ସ ୟୁନିଟ୍ ରାଜ୍ୟ ପୁରସ୍କାର ହାସଲ କରିବା ଭଳି ଅପାର ସଫଳତା ହାସଲ କରିଛି। ମଙ୍ଗଳବାର ରାଜଭବନରେ ସ୍କାଉଟ୍ ଓ ଗାଇଡ୍ ରାଜ୍ୟ ମୁଖ୍ୟ କମିଶନର ତଥା ବରିଷ୍ଠ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡଃ.

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ରୋଭର୍ସ ଓ ରେଞ୍ଜର୍ସ ୟୁନିଟକୁ ‘ରାଜ୍ୟ ପୁରସ୍କାର-2023’

ଭୁବନେଶ୍ୱର: ସ୍କାଉଟିଂରେ ନିଜ ଅନନ୍ୟ ପରାକାଷ୍ଠା ପ୍ରଦର୍ଶନ କରି ବର୍ଷ ୨୦୨୩ ନିମନ୍ତେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରୋଭର୍ସ ଓ ରେଞ୍ଜର୍ସ ୟୁନିଟ୍ ରାଜ୍ୟ ପୁରସ୍କାର ହାସଲ କରିବା ଭଳି ଅପାର ସଫଳତା ହାସଲ କରିଛି। ମଙ୍ଗଳବାର ରାଜଭବନରେ ସ୍କାଉଟ୍ ଓ ଗାଇଡ୍ ରାଜ୍ୟ ମୁଖ୍ୟ କମିଶନର ତଥା ବରିଷ୍ଠ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡଃ. କାଳିପ୍ରସାଦ ମିଶ୍ରଙ୍କ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସ ଏହି ପୁରସ୍କାର ପ୍ରଦାନ କରିଥିଲେ। ସାମୂହିକ ସେବା ଓ ବିକାଶ ନିମନ୍ତେ ନିରନ୍ତର କାର୍ଯ୍ୟ କରିଥିବାରୁ ଏହି ସଫଳତା ମିଳିପାରିଥିବା ୟୁନିଟ୍ ପକ୍ଷରୁ କୁହାଯାଇଛି। ଏଥିସହ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ରୋଭର ୟୁନିଟ୍ କ୍ରିଉ ଲିଡର ଅରଣ୍ୟ କୁମାର ନାଥ (ଏଫଓଏସ-ବିସିଏସ-2021-24-009) ମଧ୍ୟ ମାନ୍ୟବର ରାଜ୍ୟପାଳଙ୍କ ହାତରୁ ମର୍ଯ୍ୟାଦାଜନକ ‘ରାଜ୍ୟ ପୁରସ୍କାର’ ଗ୍ରହଣ କରିଥିଲେ। 

ଖାଲି ସେତିକି ନୁହେଁ, ରୋଭର ସ୍କାଉଟ୍ ଲିଡର ଡଃ. ସନ୍ଦୀପ ରାଉତ ମଧ୍ୟ ତାଙ୍କର ସତତ ବିକାଶ ଲକ୍ଷ୍ୟ (ଏସଡିଜି) ନିମନ୍ତେ ସମ୍ମାନିତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟକୁ ଏହି ସମ୍ମାନ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆଶୀର୍ବାଦ, ବିଶ୍ୱବିଦ୍ୟାଳୟ ପ୍ରଶାସନିକ ଦୂରଦର୍ଶିତାର ସଫଳ ମାର୍ଗଦର୍ଶନ ଏବଂ ଡଃ. ରାଉତଙ୍କ ଓ ଦୃଢ଼ ନେତୃତ୍ୱ ଯୋଗୁଁ ସମ୍ଭବ ହୋଇପାରିଛି ।

ରୋଭର୍ସ ଓ ରେଞ୍ଜର୍ସ ୟୁନିଟର ଏହି ଅପାର ସଫଳତାରେ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର ଡଃ. ରଜିତା କୁଲକର୍ଣ୍ଣୀ, କୁଳପତି ପ୍ରଫେସର ଡଃ. ବି. ଆର. ଶର୍ମା, ଷ୍ଟୁଡେଣ୍ଟ ୱେଲଫେୟାର ବିଭାଗ ଡିନ୍ ପ୍ରଫେସର ଡଃ. ଜୟପ୍ରକାଶ ଭଟ୍ଟ, ଏଗ୍ରିକଲଚର ବିଭାଗ ଡିନ୍ ପ୍ରଫେସର ଡଃ. ଏସ୍. କୁମାରସ୍ୱାମୀ, ପୂର୍ବତନ ଡିଏସଏ ତଥା ନିରାପତ୍ତା ନିର୍ଦ୍ଦେଶକ  କ୍ୟାପଟେନ୍ (ଇନ୍) ସି. ଏସ୍. ପଣ୍ଡା, ରେଞ୍ଜର ଲିଡର ମିସ୍ ସୁମନ ସରିତା, ପୂର୍ବତନ ରେଞ୍ଜର ଲିଡର ଡଃ. କଲ୍ୟାଣୀ ପ୍ରଧାନ, କାର୍ଯ୍ୟାଳୟ ସଂଯୋଜକ ମିସ୍ ଶୁଭ୍ରା ଧର, ସମସ୍ତ କାର୍ଯ୍ୟକର୍ତ୍ତା ତଥା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସ୍କାଉଟ୍ ଓ ଗାଇଡ୍ ରାଜ୍ୟ ମୁଖ୍ୟ କମିଶନର ତଥା ବରିଷ୍ଠ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଡଃ. କାଳିପ୍ରସାଦ ମିଶ୍ରଙ୍କ ସମେତ ଏସଓସି ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀମତି ଅନାମିକା ଦାସ, ଏସଟିସି ଶ୍ରୀ ସୁରଜିତ ସେନ, ଜେଓସି ଶ୍ରୀମତି ପୁଷ୍ପାଞ୍ଜଳି ମହାପାତ୍ର, ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ପଟ୍ଟନାୟକ, ଶ୍ରୀ ଚନ୍ଦନ ଦାସ, ଅନିଲ କୁମାର ମହାନ୍ତି ତଥା ଭାରତ ସ୍କାଉଟ ଓ ଗାଇଡ୍ ରାଜ୍ୟ ଶାଖାର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।