Shocking News: ଘରେ ଖୋଳିବା ବେଳେ ଶ୍ରମିକଙ୍କ ହାତରେ ଲାଗିଲା ଗୁପ୍ତଧନ, ଘର ମାଲିକ ଦେଲେ ନାହିଁ ଭାଗ, ଅଦାଲତରେ ପହଞ୍ଚିଲା ମାମଲା
Advertisement
Article Detail0/zeeodisha/odisha1658158

Shocking News: ଘରେ ଖୋଳିବା ବେଳେ ଶ୍ରମିକଙ୍କ ହାତରେ ଲାଗିଲା ଗୁପ୍ତଧନ, ଘର ମାଲିକ ଦେଲେ ନାହିଁ ଭାଗ, ଅଦାଲତରେ ପହଞ୍ଚିଲା ମାମଲା

Treasure Found News: ଅନେକ କାର୍ଯ୍ୟ କରିବା ସମୟରେ ବିଭିନ୍ନ ସ୍ଥାନରୁ ଗୁପ୍ତଧନ ମିଳିବା ଖବର ସାମ୍ନାକୁ ଆସିଥାଏ। ହେଲେ ଗୁପ୍ତଧନ ଉପରେ କାହାର ଅଧିକାର ରହିବ ସେ ନେଇ ସୋସିଆଲ ମିଡ଼ିଆ ଦୁନିଆରେ ହୋଇଯାଇଥିଲା ଚର୍ଚ୍ଚା।   

Shocking News: ଘରେ ଖୋଳିବା ବେଳେ ଶ୍ରମିକଙ୍କ ହାତରେ ଲାଗିଲା ଗୁପ୍ତଧନ, ଘର ମାଲିକ ଦେଲେ ନାହିଁ ଭାଗ, ଅଦାଲତରେ ପହଞ୍ଚିଲା ମାମଲା

Treasure Found During Excavation: ଯଦି ଜଣେ ଶ୍ରମିକ ଆପଣଙ୍କ ଘରେ ଖୋଳିବା କାମ କରୁଛନ୍ତି ଏବଂ ଖୋଳିବା ସମୟରେ ସେହି ଶ୍ରମିକଙ୍କୁ କିଛି ଗୁପ୍ତଧନ ମିଳିଯାଏ, ତାହେଲେ ସେହି ଧନ ଉପରେ କାହାର ଅଧିକାର ରହିବ। ଆପଣଙ୍କୁ ଲାଗୁଥିବ ଯେ ସେହି ଧନ ଉପରେ ଆପଣଙ୍କର ଅଧିକାର ରହିବ। ହେଲେ ଯଦି କାମ କରୁଥିବା ସେହି ଶ୍ରମିକ ଜଣଙ୍କ ଯଦି ସେହି ଧନରୁ କିଛି ଅଂଶ ମାଗିବା ଆରମ୍ଭ କରନ୍ତି, ତାହେଲେ ବୋଧହୁଏ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ସୋସିଆଲ ମିଡିଆ ଦୁନିଆରେ ଏହା ଉପରେ ଆଲୋଚନା କରାଯାଉଥିଲା। ଏପରିକି ଏହାର ଉଦାହରଣ ମଧ୍ୟ ଦିଆଯାଇଥିଲା। 

କିଛି ଦିନ  ପୂର୍ବେ ଆମେରିକାରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା। ଯେଉଁଠାରେ ଜଣେ ଶ୍ରମିକ ଘରର କାନ୍ଥ ଭାଙ୍ଗିବା କାମ କରିବା ସମୟରେ ସେହି କାନ୍ଥରୁ ବିପୁଳ ମାତ୍ରାରେ ନୋଟ୍ ବର୍ଷା ଆରମ୍ଭ ହୋଇଥିଲା। କାନ୍ଥରୁ  ନୋଟ ବର୍ଷା ହେବା ପଛରେ ରହିଥିବା କାରଣ ସମ୍ପର୍କରେ କିଛି ଜଣାପଡ଼ିନଥିଲା। କାନ୍ଥରୁ ନୋଟ୍ ବର୍ଷା ହେବାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା।  

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଭଳି ଘଟଣା ବହୁ ପୁରୁଣା। ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି। ସମ୍ପ୍ରତି ସୋସିଆଲ ମିଡିଆ ଦୁନିଆରେ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି। ଜଣେ ଶ୍ରମିକ ଗୋଟିଏ ଘରେ କାମ କରୁଥିଲେ। ଶ୍ରମିକ ଜଣଙ୍କ ଏକ ଘରର ପୁରୁଣା କାନ୍ଥ ଭାଙ୍ଗିବା ଏବଂ ଏକ ନୂତନ କାନ୍ଥ ନିର୍ମାଣ କରିବା କାର୍ଯ୍ୟ କରୁଥିଲେ। ପୁରୁଣା କାନ୍ଥ ଭାଙ୍ଗିବା ମାତ୍ରେ ସେଥିରୁ ନୋଟ ବଣ୍ଡଲ ବାହାରିବା ଆରମ୍ଭ ହୋଇଯାଇଥିଲା। ସେତେବେଳେ ସେଠାରେ କେହି ଉପସ୍ଥିତ ନଥିଲେ। ସେହି କାନ୍ଥ ଭଙ୍ଗାଯିବା ସମୟରେ ସେଥିରୁ ବିପୁଳ ପରିମାଣର ଟଙ୍କା ବାହାରିଥିଲା।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ସେହି କାନ୍ଥରୁ ପ୍ରାୟ ଦେଢ କୋଟି ବାହାରିଥିଲା। ଏପରିକି ସେହି ଲୋକଙ୍କୁ ଏହି ଟଙ୍କା ଗଣିବାକୁ ଅନେକ ଦିନ ସମୟ ଲାଗିଯାଇଥିଲା। ଏହି ସମସ୍ତ ଟଙ୍କା ସେହି ଘରର ମାଲିକ ଏବଂ ଘରର କାନ୍ଥରେ ଜମା କରାଯାଇଥିଲା। ସେହି ଘରେ କାମ କରୁଥିବା ଶ୍ରମିକ ଜଣଙ୍କ ମଧ୍ୟ ସେହି ଟଙ୍କା ଉପରେ ତାଙ୍କର ଅଧିକାର ଦାବି କରିଥିଲେ। ଦୀର୍ଘ ସମୟ ଧରି ଘର ମାଲିକ ଶ୍ରମିକଙ୍କୁ ଟଙ୍କା ଦେବାକୁ ନେଇ ସନ୍ଦେହରେ ପଡ଼ିଯାଇଥିଲେ। 

ଏହା ପରେ ଶ୍ରମିକ ଜଣଙ୍କ ଘରର କାନ୍ଥରୁ ଟଙ୍କା ମିଳିବା ମାମଲାରେ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ନିଜର ଯୁକ୍ତି ଦର୍ଶାଇ କହିଛନ୍ତି ଯେ ଘର କାନ୍ଥରୁ ମିଳିଥିବା ଟଙ୍କାରେ ଶ୍ରମିକଙ୍କ ଭାଗ ମଧ୍ୟ ରହିଛି। କାରଣ ଟଙ୍କା ମିଳିବା ସମୟରେ ସେଠାରେ କେହି ନଥିଲେ। ଯଦି ଶ୍ରମିକ ଜଣଙ୍କ ଚାହାଁଥାନ୍ତି, ତାହେଲେ ସେ ସମସ୍ତ ଟଙ୍କା ଲୁଚାଇ ରଖିପାରିଥାନ୍ତେ। ଏହି ପ୍ରସଙ୍ଗରେ ପୁଣି ଥରେ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ଦେଖିବାକୁ ପଡିବ ଯେ ଏହି ମାମଲାରେ କେଉଁ ନିଷ୍ପତ୍ତି ଗ୍ରହଣ କରାଯାଉଛି? କୁହାଯାଉଛି କାନ୍ଥରୁ ମିଳିଥିବା ଅର୍ଥର ଅଧିକାଂଶ ଅଂଶ ଘର ମାଲିକ ଖର୍ଚ୍ଚ କରି ଦେଇଛନ୍ତି।