ବଲାଙ୍ଗିରରେ ରାହୁଲଙ୍କ ସମ୍ୱୋଧନ, 'ବର୍ଷକରେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା'
Advertisement
Article Detail0/zeeodisha/odisha2249203

ବଲାଙ୍ଗିରରେ ରାହୁଲଙ୍କ ସମ୍ୱୋଧନ, 'ବର୍ଷକରେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା'

Odisha Politics: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବଲାଙ୍ଗିରରେ ଜନସଭାକୁ ସମ୍ୱୋଧନ କରିଛନ୍ତି । ବକ୍ତବ୍ୟ ଦେଇ ରାହୁଲ ଅନେକ ପ୍ରତିଶୃତି ଅଜାଡି ଦେଇଛନ୍ତି । ରାହୁଲ କହିଛନ୍ତି ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଯେ, ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି । ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ରାହୁଲ କହିଛନ୍ତି ।

ବଲାଙ୍ଗିରରେ ରାହୁଲଙ୍କ ସମ୍ୱୋଧନ, 'ବର୍ଷକରେ ମହିଳାଙ୍କୁ ମିଳିବ ଲକ୍ଷେ ଟଙ୍କା'

ବଲାଙ୍ଗିର: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବଲାଙ୍ଗିରରେ ଜନସଭାକୁ ସମ୍ୱୋଧନ କରିଛନ୍ତି । ବକ୍ତବ୍ୟ ଦେଇ ରାହୁଲ ଅନେକ ପ୍ରତିଶୃତି ଅଜାଡି ଦେଇଛନ୍ତି । ରାହୁଲ କହିଛନ୍ତି ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଯେ, ଜିତିଲେ ସମ୍ବିଧାନ ବଦଳାଇବ । ଦୁନିଆର କୌଣସି ଶକ୍ତି ସମ୍ବିଧାନକୁ ଛୁଇଁ ପାରିବନି । ଆମେ ଜିତିଲେ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରିବୁ ବୋଲି ରାହୁଲ କହିଛନ୍ତି ।

ଏଥିସହ ରାହୁଲ କହିଛନ୍ତି ଯେ, ଜୁନ୍‌ ୪ରେ ଇଣ୍ଡି ମେଣ୍ଟ ସରକାର ଗଠନ ହେବ । ସରକାରକୁ ଆସିବା କ୍ଷଣି ଜାତି ଜନଗଣନା ହେବ । ସବୁ ବର୍ଗଙ୍କ ଗଣତି କରାଯିବ । ପ୍ରତି ପରିବାରର ଜଣେ ଜଣେ ମହିଳାଙ୍କୁ ଲକ୍ଷପତି କରାଯିବ । ଜୁଲାଇ ୪ରେ ପ୍ରଥମ କିସ୍ତି ଭାବେ ମହିଳାଙ୍କ ଖାତାକୁ ୮୫୦୦ ଯିବ। ବର୍ଷକରେ ୧ ଲକ୍ଷ ଟଙ୍କା ପ୍ରତି ମହିଳାଙ୍କ ଖାତାକୁ ଯିବ ବୋଲି ରାହୁଲ କହିଛନ୍ତି । କୋଟିଏ ମହିଳାଙ୍କୁ ବର୍ଷକ ମଧ୍ୟରେ ଲକ୍ଷପତି କରିଦିଆଯିବ । ସାରା ଦେଶରେ ବନ୍ଦ ପଡ଼ିଥିବା କାରଖାନା ପୁଣି ଚାଲୁ କରିଦିଆଯିବ । ଚାଷୀମାନଙ୍କ ଋଣ ଛାଡ଼ କରାଯିବା ସହ ଗ୍ୟାରେଣ୍ଟି ଏମ୍‌ଏସ୍‌ପି ଲାଗୁ ହେବ । ଇଣ୍ଡି ମେଣ୍ଟ ସରକାର ମନରେଗା ମଜୁରୀ ୪ଶହ ଟଙ୍କା କରିବ ବୋଲି ରାହୁଲ ବଲାଙ୍ଗିରରେ କହିଛନ୍ତି ।

Also Read- Saturn Transit 2024: ଶନିଦେବଙ୍କ ଆଶୀର୍ବାଦ, ବର୍ଷେ ପର୍ଯ୍ୟନ୍ତ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Rahu Gochar 2024: ମେ ୨୩ରୁ ରାହୁ ହୋଇଯିବେ ବାହୁବଳୀ, ୩ ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ