Harada Dali Side Effects: ହରଡ ଡାଲିର ସେବନ ଏହି ୩ଟି ରୋଗରେ ବିଷ ପରି କରେ କାମ, ଜାଣନ୍ତୁ କିପରି
Advertisement

Harada Dali Side Effects: ହରଡ ଡାଲିର ସେବନ ଏହି ୩ଟି ରୋଗରେ ବିଷ ପରି କରେ କାମ, ଜାଣନ୍ତୁ କିପରି

Harada Dali Side Effects: ଫୋଲିକ୍ ଏସିଡ୍, ଆଇରନ୍, ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ପୋଟାସିୟମ୍ ପରି ପୁଷ୍ଟିକର ଖାଦ୍ୟରେ ଭରପୂର ଏହି ଡାଲି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଓ ଓଜନ ନିୟନ୍ତ୍ରଣ ହୋଇଥାଏ । 

Harada Dali Side Effects: ହରଡ ଡାଲିର ସେବନ ଏହି ୩ଟି ରୋଗରେ ବିଷ ପରି କରେ କାମ, ଜାଣନ୍ତୁ କିପରି

Harada Dali Side Effects: ଡାଲି (Pulse) ଆମର ଖାଦ୍ୟ ଥାଳିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଯାହାକୁ ଆମେ ପ୍ରତିଦିନ ଭୋଜନ ସମୟରେ ଖାଇଥାଉ । ସମସ୍ତ ପ୍ରକାରର ଡାଲି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ହରଡ ଡାଲି (Harada Dali) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଫୋଲିକ୍ ଏସିଡ୍, ଆଇରନ୍, ପ୍ରୋଟିନ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଫସଫରସ୍ ଏବଂ ପୋଟାସିୟମ୍ ପରି ପୁଷ୍ଟିକର ଖାଦ୍ୟରେ ଭରପୂର ଏହି ଡାଲି (Pulse) ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଓ ଓଜନ ନିୟନ୍ତ୍ରଣ ହୋଇଥାଏ । ମଧୁମେହ (Diabetes) ଓ ରକ୍ତଚାପ (blood Pressure) ପରି ଅନେକ କ୍ରନିକ ରୋଗକୁ ନିୟନ୍ତ୍ରଣ କରିବାରେ ଏହି ହରଡ ଡାଲି ଅତ୍ୟନ୍ତ ଲାଭଦାୟକ । ଜିଙ୍କ, କପର, ସେଲେନିୟମ୍ ଏବଂ ମାଙ୍ଗାନିଜ୍ ପରି ପୋଷକ ତତ୍ତ୍ୱରେ ଭରପୂର ଏହି ହରଡ ଡାଲି ହଜମ ଶକ୍ତିକୁ ସୁସ୍ଥ ରଖେ ।

ଡାକ୍ତର ଗ୍ରୀଷ କାକଡ଼େ ପରାମର୍ଶଦାତା ରିମାଟୋଲୋଜିଷ୍ଟ କହିଛନ୍ତି ଯେ, ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଏହି ହରଡ ଡାଲି (Harada Dali) ର ସେବନ କିଛି ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ । କେତେକ ରୋଗରେ ହରଡ ଡାଲିର ସେବନ ବିଷ ପରି ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କେଉଁ ରୋଗରେ ରୋଗୀମାନେ ହରଡ ଡାଲି ଖାଇବା ଉଚିତ୍ ନୁହେଁ ।

୧. ୟୁରିକ୍ ଏସିଡ୍ (Uric Acid)

ୟୁରିକ୍ ଏସିଡ୍ ହେଉଛି ଶରୀରରେ ନିର୍ମିତ ବିଷାକ୍ତ ପଦାର୍ଥ ଯାହା ୟୁରିନ ଡାଏଟର ସେବନରୁ ଶୀଘ୍ର ତିଆରି ହୋଇଥାଏ । ଯେଉଁମାନଙ୍କର ୟୁରିକ୍ ଏସିଡ୍ ଅଧିକ ରହିଥାଏ, ଯଦି ସେମାନେ ହରଡ ଡାଲି (Harada Dali) ଖାଆନ୍ତି, ତେବେ ସେମାନଙ୍କର ସମସ୍ୟା ବଢ଼ିପାରେ । ହରଡ ଡାଲିରେ ପ୍ରୋଟିନ୍ ଭରପୂର ମାତ୍ରାରେ ରହିଥାଏ । ଯଦି ୟୁରିକ୍ ଏସିଡ୍ ରୋଗୀ ହରଡ ଡାଲି ଖାଆନ୍ତି, ତାହାଲେ ସେମାନଙ୍କ ଶରୀରରେ ୟୁରିକ୍ ଏସିଡ୍ ପରିମାଣ ବଢ଼ିବାରେ ଲାଗେ । ଯେଉଁମାନଙ୍କର ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା ଥାଏ, ସେମାନଙ୍କ ହାତ ଓ ପାଦର ଗଣ୍ଠିରେ ଯନ୍ତ୍ରଣା ଓ ଫୁଲା ହେବାର ଅଧିକ ଅଭିଯୋଗ ଥାଏ ।

୨. କିଡନୀ ସମସ୍ୟା (Kidney Problem)

ଯେଉଁମାନଙ୍କର କିଡନୀ ସମସ୍ୟା ଥାଏ ସେମାନେ ହରଡ ଡାଲି (Harada Dali) ସେବନ ଠାରୁ ଦୂରେଇ ରହିବା ଉଚିତ୍ । ହରଡ ଡାଲରେ ପୋଟାସିୟମ ଭରପୂର ମାତ୍ରାରେ ରହିଥାଏ, ଯାହା କିଡନୀ ସମସ୍ୟାକୁ ବଢ଼ାଇପାରେ । ଏହି ଡାଲିକୁ ଖାଇବା ଦ୍ୱାରା କିଡନୀ ପଥରର ସମସ୍ୟା ବଢ଼ିପାରେ । ହରଡ ଡାଲିର ଅତ୍ୟଧିକ ସେବନ ଯୋଗୁଁ କିଡନୀକୁ ଶରୀରର ଡିଟକ୍ସାଇଫ କରିବାରେ ଅସୁବିଧା ହୋଇଥାଏ ।

ଅଧିକ ପଢ଼ନ୍ତୁ:-ରୋହିତ ଶର୍ମାଙ୍କୁ ରବି ଶାସ୍ତ୍ରୀଙ୍କ ବୟାନରୁ ଲାଗିପାରେ ଝଟକା, ଟିମ୍ ଇଣ୍ଡିଆର ଅଧିନାୟକତ୍ୱକୁ ନେଇ କହିଲେ ଏପରି କିଛି

ଅଧିକ ପଢ଼ନ୍ତୁ:-ନାର୍କୋ ଟେଷ୍ଟ କ'ଣ, ଏହା କିପରି କରେ କାମ? ଜାଣନ୍ତୁ ଅପରାଧୀଙ୍କଠୁ ସତ ବାହାର କରିବାରେ କେତେ ସଫଳ

ଅଧିକ ପଢ଼ନ୍ତୁ:-ବ୍ଲେଡରେ ପତିଙ୍କ ଗୁପ୍ତାଙ୍ଗ କାଟିଲେ ପତ୍ନୀ, କାରଣ ଜାଣିଲେ ଉଡ଼ିଯିବ ହୋସ୍!

 

୩. ଆଲର୍ଜି (Allergy)

ପ୍ରାୟତଃ କିଛି ଲୋକ ରାତିରେ ଏହି ହରଡ ଡାଲି (Harada Dali) କୁ ସେବନ କରିବା ପରେ ଆଲର୍ଜି ହେବା ବିଷୟରେ ଅଭିଯୋଗ କରନ୍ତି । ରାତିରେ ହରଡ ଡାଲି ଖାଇବାରୁ ହଜମ ପ୍ରକ୍ରିୟାକୁ ଖରାପ କରିଥାଏ ଓ ଖାଦ୍ୟ ସହଜରେ ହଜମ ହୁଏ ନାହିଁ । ଯଦି ଆପଣ ହରଡ ଡାଲି ଖାଇବା ପରେ କୌଣସି ପ୍ରକାରର ଆଲର୍ଜି ଅନୁଭବ କରୁଛନ୍ତି, ତେବେ ଏହାକୁ ଖାଆନ୍ତୁ ନାହିଁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ପଦ୍ଧତି ଆପଣାଇବା ପୂର୍ବରୁ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ଗ୍ରହଣ କରନ୍ତୁ ।)