ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of April 11: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of April 11: ମେଷ ରାଶି:- ଘାତଚନ୍ଦ୍ର ଭୋଗ ହେତୁ ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଅନାଦର ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ ।

ଅଧିକ ପଢ଼ନ୍ତୁ:-ବଡ଼ ଖବର: ଏପରି ଲୋକଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ଯୋଜନା'ର ଟଙ୍କା!

ବୃଷ ରାଶି:- କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁସମ୍ବାଦ ପାଇ ଉତ୍‌ଫୁଲିତ ହେବେ । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ଆର୍ଥକ ସ୍ଥିତି ସ୍ୱଚ୍ଛଳ ରହିବ । ଶୁଭ କାର୍ଯ୍ୟ କରଣୀୟ । ବିବାଦରେ ବିଜୟୀ ହେବେ ।

ମିଥୁନ ରାଶି:- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ହେବେ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବାଦ ବିବାଦ ଦେଖାଦେବ । ଶତ୍ରୁ ବୃଦ୍ଧି ପାଇବେ । ଖର୍ଚ୍ଚାନ୍ତ ହେବେ ।

କର୍କଟ ରାଶି:- ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ । ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ସୁସମ୍ବାଦ ପାଇଁ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ ।

ଅଧିକ ପଢ଼ନ୍ତୁ:-ରାତିରେ କ୍ଷୀର ସହିତ ଖାଆନ୍ତୁ କେବଳ ୨ଟି ଅଳେଇଚ, ମିଳିବ ଆଶ୍ଚର୍ଯ୍ୟଜନକ ଲାଭ

ସିଂହ ରାଶି:- ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୂକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।  

କନ୍ୟା ରାଶି:- ସୁଯୋଗର ଉପଯୋଗ କରିପାରନ୍ତି । ଶ୍ରମ ସାର୍ଥକ ହୋଇପାରେ । ଶୁଭ ଖବର ପାଇଁ ପ୍ରଫୁଲ୍ଳିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।

ତୁଳା ରାଶି:- ଧନ-ସମ୍ପଦ ଲାଭର ସୂଚନା ମିଳୁଛି । ଅଧ୍ୟୟନରତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ଖବର ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବ୍ୟବସାୟରେ ପ୍ରଚୁର ଲାଭ ମିଳିବ । ହଠାତ୍ କିଛି ଅର୍ଥ ମିଳିପାରେ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲା ବଢ଼ିବା ପରେ ରେଲୱେ ନେଲା ଏହି ବଡ଼ ନିଷ୍ପତ୍ତି

ବିଛା ରାଶି:- ଭଲ ରୋଜଗାର ହେବାର ସୂଚନା ମିଳୁଛି । ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଉପରେ କାନ ଡେରିବେ । 

ଧନୁ ରାଶି:- ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କୁ ଚକ୍ରାନ୍ତର ଶିକାର ହେବେ ।  ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ମକର ରାଶି- ଆଶା ଫଳବତୀ ହେବ । ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଯେତେ ବଳବାନ୍ ହେଉନା କାହିଁକି ତାକୁ ଦମନ କରିବେ । 

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

କୁମ୍ଭ ରାଶି:- ଧର୍ମ-ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ । ଉଚ୍ଚ ଆଶା ପୂରଣ ହୋଇପାରେ । ଭଲ ଆୟ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନ ମିଳିବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସୁଖଭୋଗ କରିପାରନ୍ତି ।

ମୀନ ରାଶି:- ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଧି ପାଇବ । ସତ୍ ମାର୍ଗୀ ହେବେ । ଦୟାର ଅବତାର ହୋଇପାରନ୍ତି । ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ମିଳିବ । ପୁତ୍ର ସୁଖ ମିଳିବ । ବନ୍ଧୁ ଓ ପ୍ରିୟଜନଙ୍କ ସହାୟତା ମିଳିବ ।