ପିଆଜ ଓ ରସୁଣର ଏହି ଟିପ୍ସ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ, ଜାଣନ୍ତୁ କିପରି...
Advertisement
Article Detail0/zeeodisha/odisha1052538

ପିଆଜ ଓ ରସୁଣର ଏହି ଟିପ୍ସ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ, ଜାଣନ୍ତୁ କିପରି...

ଦେଶର ଜଣେ ଜଣାଶୁଣା ଆୟୁର୍ବେଦିକ ବିଶେଷଜ୍ଞ ତଥା ବହୁ ପୁସ୍ତକର ଲେଖକ ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, ବିବାହିତ ପୁରୁଷଙ୍କ ପାଇଁ ପିଆଜ ଓ ରସୁଣ ଅତ୍ୟନ୍ତ ଲାଭଦାୟକ ହୋଇପାରେ ।

ପିଆଜ ଓ ରସୁଣର ଏହି ଟିପ୍ସ ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ, ଜାଣନ୍ତୁ କିପରି...

Men Sexual Problems Solve Onion and Garlic Recipe: ଯୌନ ସମସ୍ୟା ଯୋଗୁଁ ବିବାହିତ ପୁରୁଷଙ୍କ ଜୀବନ କଷ୍ଟସାଧ୍ୟ ହୋଇପାରେ । ଏହା ସେମାନଙ୍କ ଦାମ୍ପତ୍ୟ ଜୀବନରେ ଟେନସନ ଓ ମନମାଳିନ ବଢ଼ାଇପାରେ । କିନ୍ତୁ ଆୟୁର୍ବେଦରେ ପୁରୁଷଙ୍କ ଯୌନ ଶକ୍ତି ବୃଦ୍ଧି ପାଇଁ ଅନେକ ଟିପ୍ସ ଦିଆଯାଇଛି । ଯାହା ସେମାନଙ୍କର ଯୌନ ଜୀବନକୁ ପୁନଃ ଆନନ୍ଦଦାୟକ କରିଦେବ ଓ ସେମାନେ ଏକ ସୁଖୀ ଦାମ୍ପତ୍ୟ ଜୀବନଯାପନ କରିବାକୁ ସମର୍ଥ ହେବେ । ଆସନ୍ତୁ ଜାଣିବା ଯୌନ ସମସ୍ୟାକୁ ଦୂର କରିବା ପାଇଁ ପିଆଜ ଓ ରସୁଣ ରସିପି କିପରି ପ୍ରସ୍ତୁତ କରାଯାଏ...

ପୁରୁଷମାନଙ୍କ ଯୌନ ସ୍ୱାସ୍ଥ୍ୟ ପାଇଁ ଆୟୁର୍ବେଦିକ ଚିକିତ୍ସା (Ayurvedic Treatment for Men Sexual Health)

ଦେଶର ଜଣେ ଜଣାଶୁଣା ଆୟୁର୍ବେଦିକ ବିଶେଷଜ୍ଞ ତଥା ବହୁ ପୁସ୍ତକର ଲେଖକ ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ, ବିବାହିତ ପୁରୁଷଙ୍କ ପାଇଁ ପିଆଜ ଓ ରସୁଣ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଉତ୍ତମ ଫଳାଫଳ ପାଇବା ପାଇଁ ପୁରୁଷମାନେ ଏହି ଚଟନୀକୁ ପ୍ରତିଦିନ ଖାଇପାରିବେ । ଏହି ରେସିପି ପ୍ରସ୍ତୁତ କରିବାକୁ ନିମ୍ନରେ ଦିଆଯାଇଥିବା ପଦକ୍ଷେପଗୁଡ଼ିକୁ ଅନୁସରଣ କରନ୍ତୁ ।

ପିଆଜ ଓ ରସୁଣ ଚଟନୀ ରସିପି: ସାମଗ୍ରୀ

୧ଟି ପିଆଜ 

୨ଟି ଟମାଟୋ 

୫-୬ଟି ରସୁଣ କୋଲା

୨-୩ଟି କଞ୍ଚା ଲଙ୍କା

୧ / ୨ ଚାମଚ କଳା ଲୁଣ 

ସ୍ୱାଦ ଅନୁସାରେ ଧଳା ଲୁଣ 

୧ ଚାମଚ ଭଜା ଜିରା 

କିଛି ବୁନ୍ଦା ଲେମ୍ବୁ ରସ 

୧/୨ ଚାମଚ ଚିନି 

କିପରି ତିଆରି କରିବେ 

ସର୍ବପ୍ରଥମେ ଗ୍ୟାସ ଉପରେ ପିଆଜ, ଟମାଟୋ, ରସୁଣ କୋଲା ଏବଂ କଞ୍ଚା ଲଙ୍କାକୁ ଭାଜନ୍ତୁ । ଏହା ପରେ ମିକ୍ସରରେ ଉପରୋକ୍ତ ସମସ୍ତ ଜିନିଷକୁ ଗ୍ରାଇଣ୍ଡ୍ କରନ୍ତୁ । ଖାଦ୍ୟ ସହିତ ଏହି ଚଟନି ନିଅନ୍ତୁ ।

ପୁରୁଷମାନଙ୍କର ଯୌନ ଶକ୍ତି ବଢ଼ାଇଥାଏ ପିଆଜ 

ଡକ୍ଟର ଅବରାର ମୁଲତାନୀଙ୍କ ଅନୁଯାୟୀ ପିଆଜ ଖାଇବା ଦ୍ୱାରା ପୁରୁଷଙ୍କ ଯୌନାଙ୍ଗ ମଜବୁତ ହୋଇଥାଏ ଓ ଯୌନଇଚ୍ଛା ବଢିଥାଏ । ଏହାର ସେବନ ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନ୍ ହରମୋନର ସ୍ତରକୁ ବଢ଼ାଇଥାଏ ଓ ଯୌନ ଶକ୍ତିକୁ ଉନ୍ନତ କରିଥାଏ ।

ପୁରୁଷମାନଙ୍କ ନପୁଂସକତା ଦୂର କରିଥାଏ ରସୁଣ

ପୁରୁଷମାନଙ୍କ ଯୌନ ଡ୍ରାଇଭ୍ ବୃଦ୍ଧିରେ ରସୁଣ ମଧ୍ୟ ବହୁତ ସାହାଯ୍ୟକାରୀ ହୋଇଥାଏ । ଏଥିରେ ଥିବା ଆଲିସିନ୍ (allicin) ଯୌଗିକ ଶରୀରରେ ରକ୍ତ ପ୍ରବାହକୁ ବଢ଼ାଇଥାଏ ଓ ଶକ୍ତିହୀନତାର ସମସ୍ୟାକୁ ଦୂର କରିଥାଏ । ଏହା ସହିତ ଏହି ଖାଦ୍ୟ ଶୁକ୍ରାଣୁ ସଂଖ୍ୟା ଓ ଗୁଣରେ ଉନ୍ନତି ଆଣେ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।

ଏହା ବି ପଢ଼ନ୍ତୁ:-ନାଟୋକୁ କଡ଼ା ଚେତାବନୀ ଦେଲା ଋଷ, କହିଲା-ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ

ଏହା ବି ପଢ଼ନ୍ତୁ:-ଭୁଲ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଛି କି ଟଙ୍କା? ଚିନ୍ତା କରନ୍ତୁନି, ଫେରି ପାଇବେ ଆପଣଙ୍କ ଟଙ୍କା, ଜାଣନ୍ତୁ ପୂରା ପ୍ରକ୍ରିୟା

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ପେଟ୍ରୋଲ-ଡିଜେଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ଜାନୁଆରୀ ୧ରୁ ଲାଗୁ ହେବ କ୍ରେଡିଟ୍-ଡେବିଟ୍ କାର୍ଡର ନୂତନ ନିୟମ, ଆପଣଙ୍କୁ କିପରି କରିବ ପ୍ରଭାବିତ; ଜାଣନ୍ତୁ ଏଠାରେ