ICC Test Ranking: ଶୀର୍ଷରେ ସ୍ମିଥ୍, ଟପ୍ ୧୦ରେ ୩ ଭାରତୀୟ
Advertisement

ICC Test Ranking: ଶୀର୍ଷରେ ସ୍ମିଥ୍, ଟପ୍ ୧୦ରେ ୩ ଭାରତୀୟ

ବ୍ୟାଟ୍ସମ୍ୟାନ୍ ତାଲିକାର ଶୀର୍ଷରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍(Steve Smith), ଦ୍ୱିତୀୟ ସ୍ଥାନରେ କୋହଲି ଏବଂ ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍(Kane Williamson) ରହିଛନ୍ତି । ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା(Cheteshwar Pujara) (ଅଷ୍ଟମ) ଏବଂ ଅଜିଙ୍କ୍ୟ ରାହାଣେ(Ajinkya Rahane) (ଦଶମ) ପୂର୍ବ ପରି ନିଜ ର଼୍ୟାଙ୍କିଙ୍ଗ ବଜାୟ ରଖିଛନ୍ତି ।

ICC Test Ranking: ଶୀର୍ଷରେ ସ୍ମିଥ୍, ଟପ୍ ୧୦ରେ ୩ ଭାରତୀୟ

ତମାଲ ବାକଚି, ନୂଆଦିଲ୍ଲୀ: ରବିବାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ICC) ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ଟେଷ୍ଟ ବ୍ୟାଟ୍ସମ୍ୟାନ୍ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି(Virat Kohli) ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟପଟେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଶନିବାର ଶେଷ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା କ୍ରିସ୍ ୱୋକ୍ସ( Chris Woakes) ଏବଂ ଶାନ ମାସୁଦ(Shaan Masood)ଙ୍କ ର଼୍ୟାଙ୍କିଙ୍ଗରେ ଜବରଦସ୍ତ ସୁଧାର ଆସିଛି । 

ବ୍ୟାଟ୍ସମ୍ୟାନ୍ ତାଲିକାର ଶୀର୍ଷରେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍(Steve Smith), ଦ୍ୱିତୀୟ ସ୍ଥାନରେ କୋହଲି ଏବଂ ତୃତୀୟ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍(Kane Williamson) ରହିଛନ୍ତି । ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଚେତେଶ୍ୱର ପୂଜାରା(Cheteshwar Pujara) (ଅଷ୍ଟମ) ଏବଂ ଅଜିଙ୍କ୍ୟ ରାହାଣେ(Ajinkya Rahane) (ଦଶମ) ପୂର୍ବ ପରି ନିଜ ର଼୍ୟାଙ୍କିଙ୍ଗ ବଜାୟ ରଖିଛନ୍ତି ।

ପାକିସ୍ତାନର ବାବର ଆଜମ ଷଷ୍ଠ ସ୍ଥାନରେ ଥିବାବେଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ନବମ ସ୍ଥାନରେ ଅଛନ୍ତି । ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ଶୂନ ଏବଂ ନଅ ରନ୍ ଖେଳିଥିବା ବେନ୍ ଷ୍ଟୋକ୍ସ ଚତୁର୍ଥ ସ୍ଥାନରୁ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୧୫୬ ରନ୍ ସ୍କୋର କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ୍ ମାସୁଦ୍ ୧୪ ସ୍ଥାନରେ ସୁଧାର ସହିତ କ୍ୟାରିୟରର ଶ୍ରେଷ୍ଠ ୧୯ତମ ମାନ୍ୟତାକୁ ଉନ୍ନୀତ ହୋଇଛନ୍ତି ।

ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଅପରାଜିତ ୮୪ ରନ୍ ସହ ଷଷ୍ଠ ୱିକେଟ୍ ପାଇଁ ଜୋସ୍ ବଟଲରଙ୍କ ସହ ୧୩୯ ରନର ପାର୍ଟନରସିପ କରି ଇଂଲଣ୍ଡ ଅଲରାଉଣ୍ଡର କ୍ରିସ୍ ୱୋକ୍ସ ୧୮ଟି ସ୍ଥାନର ଉନ୍ନତି ସହ ବ୍ୟାଟ୍ସମ୍ୟାନ୍ ତାଲିକାରେ ୭୮ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବଟଲର ୩୮ ଏବଂ ୭୫ ରନ୍ ଇଂନିସ ଖେଳି ର଼୍ୟାଙ୍କିଙ୍ଗରେ ୪୪ତମରୁ ୩୦ ତମ ସ୍ଥାନକୁ ଖସି ଆସିଛନ୍ତି । ପ୍ରଥମ ଇନିଂସରେ ୬୨ ସ୍କୋର କରିଥିବା ଓଲି ପୋପ୍ କ୍ୟାରିୟରର ଶ୍ରେଷ୍ଠ  ୩୬ତମ ସ୍ଥାନରେ ପହଞ୍ଚିଛନ୍ତି ।

ବୋଲର ର଼୍ୟାଙ୍କିଙ୍ଗରେ ପାକିସ୍ତାନର ଲେଗ ସ୍ପିନର ୟାସିର ଶାହା ଏବଂ ଶାଦବ ଖାନ  ନିଜର ସ୍ଥିତିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଛନ୍ତି । ଏହି ମ୍ୟାଚରେ ଆଠଟି ୱିକେଟ୍ ନେଇଥିବା ୟାସିର ଶାହା ଦୁଇଟି ସ୍ଥାନ ଚଢ଼ି ୨୨ତମ ସ୍ଥାନରେ ପହଞ୍ଚି ଥିବାବେଳେ ଶାଦବ କ୍ୟାରିୟରର ଶ୍ରେଷ୍ଠ ୬୯ ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ଷ୍ଟୁଆର୍ଟ ବ୍ରଡ ତୃତୀୟ ସ୍ଥାନ ବଜାୟ ରଖିଛନ୍ତି । ତେବେ ତାଙ୍କ ସହ ନ୍ୟୁଜିଲ୍ୟାଣ୍ଡର ନିଲ୍ ୱାଗନର୍ଙ୍କ ମଧ୍ୟରେ ମାତ୍ର ସାତ ପଏଣ୍ଟ ବ୍ୟବଧାନ ରହିଛି । ଜୋଫ୍ରା ଆର୍ଚର ମଧ୍ୟ ଦୁଇଟି ସ୍ଥାନ ବୃଦ୍ଧି କରି ୩୭ତମ ସ୍ଥାନକୁ ଉନ୍ନୀତ ହୋଇଥିଲେ ।

ଏହି ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ପ୍ୟାଟ୍ କମିନ୍ସ ଶୀର୍ଷରେ ଥିବାବେଳେ ଭାରତର ଜସପ୍ରୀତ ବୁମ୍ରା ଅଷ୍ଟମ ସ୍ଥାନରେ ଅଛନ୍ତି । ଅଲରାଉଣ୍ଡର ତାଲିକାରେ ଶ୍ରେଷ୍ଠ ପାଞ୍ଚଟି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ । ଷ୍ଟୋକ୍ସ ଶୀର୍ଷରେ ଅଛନ୍ତି । ଭାରତର ରବିନ୍ଦ୍ର ଜାଡେଜା ତୃତୀୟ ଏବଂ ଆର ଅଶ୍ୱିନ ପଞ୍ଚମ ସ୍ଥାନରେ ଅଛନ୍ତି । ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟେବୁଲରେ ଇଂଲଣ୍ଡ ତୃତୀୟ ସ୍ଥାନରେ ନିଜର ସ୍ଥିତିକୁ ମଜବୁତ କରିଛି ।

 ଇଂଲଣ୍ଡର ୨୬୬ ପଏଣ୍ଟ ହୋଇଯାଇଛି । ଯାହା ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ଠାରୁ  ୩୦ ପଏଣ୍ଟ କମ ରହିଛି । ୩୬୦ ପଏଣ୍ଟ ସହ ଭାରତ ଶୀର୍ଷରେ ଥିବାବେଳେ ନ୍ୟୁଜିଲ୍ୟାଣ୍ଡ ୧୮୦ ପଏଣ୍ଟ ସହ ଚତୁର୍ଥ ଏବଂ ପାକିସ୍ତାନ ୧୪୦ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି ।