୪୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବିଶେଷ ରିହାତି, ଏବେ ଶେଷ ହେଲା ଟେନସନ୍
Advertisement
Article Detail0/zeeodisha/odisha864327

୪୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବିଶେଷ ରିହାତି, ଏବେ ଶେଷ ହେଲା ଟେନସନ୍

ଯଦି ଜଣେ କର୍ମଚାରୀ LTC ସ୍କିମ୍ ଅଧୀନରେ କ୍ରୟ କରିବା ସମୟରେ କିଛି ଟଙ୍କା ନଗଦ ଦେଇଛନ୍ତି ଏବଂ ବାକିଗୁଡିକ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି, ତେବେ ସଂପୃକ୍ତ ବିଭାଗ ଏହାକୁ ଗ୍ରହଣ କରିବ କି ନାହିଁ ଆଦି ପ୍ରଶ୍ନ କର୍ମଚାରୀଙ୍କ ପାଇଁ ଏକ ସମସ୍ୟା ଥିଲା ।

୪୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବିଶେଷ ରିହାତି, ଏବେ ଶେଷ ହେଲା ଟେନସନ୍

ନୂଆଦିଲ୍ଲୀ:7th Pay Commission, 7th LTC Latest News, Central Government Employees: କେନ୍ଦ୍ର ସରକାର (Central Govt) ଙ୍କ ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ (Government Employees) ଙ୍କୁ ଏଲଟିସି (LTC) ନଗଦ ଯୋଜନା ଅଧୀନରେ ବିଶେଷ ରିହାତି ପ୍ରଦାନ କରାଯାଇଛି । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦ୍ୱାରା ନଗଦ ଯୋଜନା ବିଷୟରେ ପ୍ରତିଦିନ ଅନେକ ପ୍ରଶ୍ନ ପଚରାଯାଉଥିଲା । ଉଦାହରଣ ସ୍ୱରୂପ, କେତେ ଦିନ ପର୍ଯ୍ୟନ୍ତ ବିଲ୍ ଜମା କରିବାକୁ ପଡିବ, ଯଦି ପରିବାର ସଦସ୍ୟଙ୍କ ନାମରେ ବିଲ୍ କଟାଯାଏ, ତେବେ ସେହି କ୍ଷେତ୍ରରେ କେଉଁ ପ୍ରକ୍ରିୟା ଗ୍ରହଣ କରିବାକୁ ପଡିବ । ଯେଉଁ କର୍ମଚାରୀମାନେ ଏକ ବର୍ଷ ଧରି ନିଯୁକ୍ତି ପାଇଛନ୍ତି, ସେମାନେ କିପରି ଏହି ସୁବିଧା ନେଇପାରିବେ?

ଅଧିକ ପଢ଼ନ୍ତୁ:-କୋରୋନାର ୟୁ-ଟର୍ଣ୍ଣ: କ'ଣ ପୁଣି ଲକଡାଉନ୍ ଆଡକୁ ବଢ଼ୁଛି ଦେଶ? ମହାରାଷ୍ଟ୍ର, ଦିଲ୍ଲୀ-ପଞ୍ଜାବର ଅବସ୍ଥା ଚିନ୍ତାଜନକ

ଯଦି ଜଣେ କର୍ମଚାରୀ LTC ସ୍କିମ୍ ଅଧୀନରେ କ୍ରୟ କରିବା ସମୟରେ କିଛି ଟଙ୍କା ନଗଦ ଦେଇଛନ୍ତି ଏବଂ ବାକିଗୁଡିକ ଡିଜିଟାଲ୍ ପେମେଣ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି, ତେବେ ସଂପୃକ୍ତ ବିଭାଗ ଏହାକୁ ଗ୍ରହଣ କରିବ କି ନାହିଁ ଆଦି ପ୍ରଶ୍ନ କର୍ମଚାରୀଙ୍କ ପାଇଁ ଏକ ସମସ୍ୟା ଥିଲା । କେନ୍ଦ୍ର ସରକାର ବର୍ତ୍ତମାନ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରଣାଳୟ ଏବଂ ବିଭାଗରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଚିନ୍ତାକୁ ସମାପ୍ତ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେଠୁ ଆରମ୍ଭ ହେବ ଟ୍ରେନର ସାମାନ୍ୟ ପରିଚାଳନା

ଏଠାରେ କହି ରଖୁଛୁ ଯେ, ୧୨ ଅକ୍ଟୋବର ୨୦୨୦ରେ କେନ୍ଦ୍ର ସରକାର ନିଜ କର୍ମଚାରୀମାନଙ୍କୁ ସ୍ୱତନ୍ତ୍ର ନଗଦ ପ୍ୟାକେଜ୍ ଅର୍ଥାତ୍ ବ୍ଲକ୍ ୨୦୧୮-୨୧ ଅନ୍ତର୍ଗତ LTC ଫେୟର ସ୍ଥାନରେ ସ୍ପେଶାଲ କ୍ୟାଶ୍ ପ୍ୟାକେଜ ଅର୍ଥାତ LTC ନଗଦ ଯୋଜନା ପ୍ରଦାନ କରିବାକୁ ଘୋଷଣା କରିଥିଲେ । ପ୍ରଥମ ଥର ପାଇଁ କେନ୍ଦ୍ର ସରକାରରେ ସ୍ୱତନ୍ତ୍ର କ୍ୟାଶ୍ ପ୍ୟାକେଜ୍ ଯୋଜନା ଲାଗୁ ହୋଇଥିବାରୁ ଅନେକ କର୍ମଚାରୀ ଏହାର ବ୍ୟବସ୍ଥା ବିଷୟରେ ସୂଚନା ମିଳିପାରି ନାହିଁ । ଏହି ଯୋଜନା ସହ ଜଡିତ ଅନେକ ବିଷୟ ଉପରେ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟ ଦ୍ୱନ୍ଦ୍ୱରେ ଥିଲେ । ଫଳସ୍ୱରୂପ, କର୍ମଚାରୀଙ୍କ ବିଲ୍ ପୈଠ ହୋଇପାରିଲା ନାହିଁ । ଫାଇଲଗୁଡିକ ଏଠାରୋ ସେଠାରେ ବୁଲିବାକୁ ଲାଗିଲା ଏବଂ ଶେଷରେ ଅବଜେକଶନ୍ ଲାଗି ପୁଣି ଫେରି ଆସିଥିଲା ।

ଅଧିକ ପଢ଼ନ୍ତୁ:-୭ ବର୍ଷରେ ଦୁଇ ଗୁଣ ବଢ଼ିଛି LPG ସିଲିଣ୍ଡର ମୂଲ୍ୟ, ସବସିଡି ମଧ୍ୟ ହୋଇଛି ଶେଷ

ସ୍ୱତନ୍ତ୍ର ନଗଦ ପ୍ୟାକେଜ୍ ସମ୍ବନ୍ଧରେ କର୍ମଚାରୀ ଓ ବିଭାଗ ଦ୍ୱାରା ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଉଦାହରଣ ସ୍ୱରୂପ, LTC କ୍ୟାଶ୍ ସ୍କିମ୍ ଅଧୀନରେ ବିଲର ସମ୍ପୂର୍ଣ୍ଣ ଏବଂ ଅନ୍ତିମ ସମାଧାନ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ କରିବାକୁ ପଡିବ କିମ୍ବା ଏହାକୁ ଆହୁରି ବଢ଼ାଇ ହେବ ।  ଏହାର ଫାଇଲ ଆଗାମୀ ଆର୍ଥିକ ବର୍ଷରେ ଯାଇପାରେ କି ନାହିଁ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କହିଛନ୍ତି ଯେ ସମସ୍ତ କ୍ଲେମ୍ ୩୧ ମାର୍ଚ୍ଚ ୨୦୨୧ ପୂର୍ବରୁ ସମାଧାନ ହେବା ଉଚିତ୍ । କୌଣସି ମନ୍ତ୍ରଣାଳୟ କିମ୍ବା ବିଭାଗରେ ଉକ୍ତ ତାରିଖ ପରେ ଯଦି ଏପରି କ୍ଲେମ୍ ଆସେ, ତେବେ ଏହାର ସମାଧାନ ହୋଇପାରିବ । ସର୍ତ୍ତ ଅନୁଯାୟୀ କାଗଜପତ୍ର କିମ୍ବା କ୍ରୟ ବିଲ୍ ୩୧ ମାର୍ଚ୍ଚ ୨୦୨୧ରେ କିମ୍ବା ଏହାର ପୂର୍ବର ଅଛି ।