ଋଷର କୋରୋନା ଟୀକା (Coronavirus Vaccine) କୁ ଖାରଜ କରି WHO ଲଗାତର ଏହା ମଧ୍ୟ କହିଛି ଯେ କୋରୋନାର କୌଣସି ଟୀକା ଏପର୍ଯ୍ୟନ୍ତ ଆସିନାହିଁ ।
Trending Photos
ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀ ଆତୁରତାର ସହ କୋରୋନା ଭ୍ୟାକ୍ସିନ (Coronavirus Vaccine) ର ଅପେକ୍ଷା କରି ବସିଛି । ଏହା ଅନ୍ତର୍ଗତ ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକ କୋରୋନା ଭ୍ୟାକ୍ସିନ ବା ଟୀକା ପ୍ରସ୍ତୁତି ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି । ଅନ୍ୟପକ୍ଷେ ଦୀର୍ଘ ସମୟ ଧରି କୋଭିଡ-19 ଟୀକା (COVID-19 Vaccine) କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର କାର୍ଯ୍ୟଶୈଳୀ ସନ୍ଦେହ ଘେରରେ ରହିଛି । ଏପରି ଲାଗୁଛି ଯେ ଚୀନ (China) କୋରୋନା ଟୀକା ବଣ୍ଟନ ପାଇଁ WHO ସହ ହାତ ମିଳାଇଛି । WHO କ୍ରମାଗତ ଭାବରେ କୋରୋନା ବିଷୟରେ ବିଶ୍ୱକୁ ଭୟଭୀତ କରିଆସୁଛି । ଏହାସହ WHO କହିଛି ଯେ କୋରୋନାର ତାଣ୍ଡବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।
ଋଷର କୋରୋନା ଟୀକାକୁ ଖାରଜ କରି WHO ଲଗାତର ଏହା ମଧ୍ୟ କହିଛି ଯେ କୋରୋନାର କୌଣସି ଟୀକା ଏପର୍ଯ୍ୟନ୍ତ ଆସିନାହିଁ । ଏବଂ ଚଳିତ ବର୍ଷ ଆସିବ ମଧ୍ୟ ନାହିଁ । ଯେଉଁ ଟୀକା ଆସିବ ତାହା କେବଳ ଆସନ୍ତା ବର୍ଷ ଆସିବ । ଆମେରିକା WHO କୁ ଚାଇନାର ଏକ ଚାମଚ ବୋଲି ଅଭିହିତ କରିସାରିଛି । ସେତେବେଳେ ଏହି ଅନୁଷ୍ଠାନ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲା ।
ନିକଟରେ ଖବର ପ୍ରକାଶ ପାଇଥିଲା ଯେ, କୋଭିଡ-19 ଟୀକା ତିଆରି ଏବଂ ବଣ୍ଟନ ପାଇଁ ଗଢ଼ାଯାଇଥିବା ସଙ୍ଗଠନ କୋଭ୍ୟାକ୍ସରେ ଚୀନ ମଧ୍ୟ ଯୋଗ ଦେଇଛି । ଅନ୍ୟପକ୍ଷରେ ଚୀନ୍ ମଧ୍ୟ ଜାଣେ ଯେ ଦୁନିଆ ତାର ଉଦ୍ଦେଶ୍ୟ ଉପରେ କ୍ରମାଗତ ଭାବରେ ସନ୍ଦେହ କରୁଛି, ଯାହା ଆଜି ବି ଚାଲିଛି । ଏଠାରେ ଜାଣିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୋଭ୍ୟାକ୍ସ ଗଠନ କରିଛି ।
WHO କୋଭ୍ୟାକ୍ସ ମେଣ୍ଟ ଗଠନ କରିଛି, କିନ୍ତୁ ଏହା ପଛରେ ଥିବା ମୁଣ୍ଡ ଚୀନର ବୋଲି ଜଣାପଡ଼ିଥାଏ । ଏହି ମେଣ୍ଟକୁ ଏପରି ଭାବରେ ଗଠନ କରାଯାଇଛି ଯେ ଧନୀ ଦେଶମାନେ ଏଥିରେ ପାଣ୍ଠି ଦେଉଛନ୍ତି ଏବଂ ଏହା ମାଧ୍ୟମରେ କୋରୋନା ଟୀକା ଗରିବ ଦେଶମାନଙ୍କରେ ପହଞ୍ଚିହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ 'ଯୋଜନା' ଅନୁଯାୟୀ ଚୀନ୍ ପ୍ରଥମେ କୋଭ୍ୟାକ୍ସରେ ଯୋଗଦେବାକୁ ମନା କରିଦେଇଥିଲା ଏବଂ ହଠାତ୍ ଏଥିରେ ଯୋଗ ଦେଇଥିଲା । ବୋଧହୁଏ ଚୀନ୍ ଆରମ୍ଭରେ ଯୋଗ ଦେଲେ ବିଶ୍ୱ କହିଥାନ୍ତେ ଯେ କୋଭ୍ୟାକ୍ସ ଚୀନର ଷଡ଼ଯନ୍ତ୍ରର ଏକ ଅଂଶ । ତେଣୁ ପରେ ଚୀନ୍ ଏଥିରେ ପ୍ରବେଶ କରିବାକୁ ପସନ୍ଦ କଲା ।
ଚାଇନା ଓ WHO ର ମିଳିତ ଯୋଜନାକୁ ଅନେକ କାରଣରୁ ବୁଝାଯାଏ । ଏହାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ମାର୍ଚ୍ଚ ମାସରୁ କୋରୋନା ଭାଇରସ୍ ସାରା ବିଶ୍ୱରେ ବ୍ୟାପିବା ଆରମ୍ଭ କଲା ଏବଂ ଏପ୍ରିଲ ମାସରେ WHO ମଧ୍ୟ କୋଭ୍ୟାକ୍ସ ଗଠନ କରିଥିଲା । WHO ଅନୁଯାୟୀ, ସେ କୋରୋନା ମହାମାରୀ ଟୀକା ପ୍ରସ୍ତୁତ କରିବା ପାଇଁ ଏହାକୁ ଗଠନ କରିଥିଲେ । ଆଜି ୟୁରୋପୀୟ ୟୁନିଅନ୍ ସହିତ ଅନେକ ଟୀକା ଉତ୍ପାଦନକାରୀ ଦେଶ ମଧ୍ୟ ଏଥିରେ ଯୋଗ ଦେଇଛନ୍ତି ଏବଂ ଏହାର ନୂତନ ଉଦ୍ଦେଶ୍ୟ ବର୍ତ୍ତମାନ କୋରୋନା ଟୀକାକୁ ସମସ୍ତ ଦେଶରେ ସମାନ ଭାବରେ ବଣ୍ଟନ କରିବା ।