ଦେଶରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ଆକ୍ରାନ୍ତ
Advertisement

ଦେଶରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ଆକ୍ରାନ୍ତ

Coronavirus in India: ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ଦେଶରେ ଲଗାତାର କୋରୋନା ଭୂତାଣୁ ସଂକ୍ରମଣ ମାମଲାରେ ହ୍ରାସ ଘଟୁଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର ୨୨୪ ନୂତନ କୋରୋନା ମାମଲା ଚିହ୍ନଟ

ଦେଶରେ ଗତ ୨୪ ଘଣ୍ଟାରେ ୬୨ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ଆକ୍ରାନ୍ତ

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ଦେଶରେ ଲଗାତାର କୋରୋନା ଭୂତାଣୁ ସଂକ୍ରମଣ ମାମଲାରେ ହ୍ରାସ ଘଟୁଛି । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ କମି ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨ ହଜାର ୨୨୪ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୫୪୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଅନ୍ୟପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୭ ହଜାର ୭୧୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଫଳରେ ଦିନକରେ ୪୮,୦୯୦ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିଛି ।

ଅଧିକ ପଢ଼ନ୍ତୁ:-ପୁଣି ସୁନା-ରୁପା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ରେଟ୍

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୯୬ ଲକ୍ଷ ୩୩ ହଜାର ୧୦୫ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୨ କୋଟି ୮୩ ଲକ୍ଷ ୮୮ ହଜାର ୧୦୦ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୮ ଲକ୍ଷ ୬୫ ହଜାର ୪୩୨ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୭୯ ହଜାର ୫୭୩ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଅଧିକ ପଢ଼ନ୍ତୁ:-ରାମ ମନ୍ଦିର: ଚମ୍ପତ ରାୟ ବୁଝାଇଲେ ଜମି କିଣାର ସମ୍ପୂର୍ଣ୍ଣ 'ଗଣିତ', ଲୋକଙ୍କୁ କଲେ ଏହି ଅପିଲ

ଆଜି ଦେଶରେ କ୍ରମାଗତ ୩୪ ଦିନ କୋରୋନାର ନୂଆ ମାମଲା ଅପେକ୍ଷା ଅଧିକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଜୁନ ୧୫ ପର୍ଯ୍ୟନ୍ତ ସାରା ଦେଶରେ ୨୬ କୋଟି ୧୯ ଲକ୍ଷ ୭୨ ହଜାର ୦୧୪ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ଲକ୍ଷ ୪୫୮ କୋରୋନା ଟିକାର ଡୋଜ୍ ଲାଗିସାରିଛି । ଏଥି ସହିତ ଏପର୍ଯ୍ୟନ୍ତ ୩୮ କୋଟି ୩୩ ଲକ୍ଷ ୦୬ ହଜାର ୯୭୧ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ଲକ୍ଷ ୩୦ ହଜାର ୯୮୭ କୋରୋନା ନମୁନା ପରୀକ୍ଷା କରାଯାଇଥିଲା ।