ବଡ ଖବର: ବାଂଲାଦେଶର ଏହି କ୍ରିକେଟର କଲେ ଆତ୍ମହତ୍ୟା
Advertisement
Article Detail0/zeeodisha/odisha786875

ବଡ ଖବର: ବାଂଲାଦେଶର ଏହି କ୍ରିକେଟର କଲେ ଆତ୍ମହତ୍ୟା

ବାଂଲାଦେଶର ପୂର୍ବତନ ଅଣ୍ଡର-19 କ୍ରିକେଟର ମହମ୍ମଦ ସୌଜିବ (Mohammad Sozib) ଦୁନିଆରୁ ବିଦାୟ ନେଇଛନ୍ତି । ନଭେମ୍ବର ୧୪ ଶନିବାର ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ୨୧ ବର୍ଷୀୟ ସୌଜିବ ମଧ୍ୟ ବାଂଲାଦେଶର ଅଣ୍ଡର-19 ଦଳର ଏକ ଅଂଶ ଥିଲେ । ଏହି ଦଳକୁ ସୈଫ ହାସନ ସମ୍ଭାଳି ଥିଲେ । ସେ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଭାବରେ ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ, କିନ

ବଡ ଖବର: ବାଂଲାଦେଶର ଏହି କ୍ରିକେଟର କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ଅଣ୍ଡର-19 କ୍ରିକେଟର ମହମ୍ମଦ ସୋଜିବ (Mohammad Sozib) ଦୁନିଆରୁ ବିଦାୟ ନେଇଛନ୍ତି । ନଭେମ୍ବର ୧୪ ଶନିବାର ସେ ନିଜ ଘରେ ଆତ୍ମହତ୍ୟା କରିଥିଲେ । ୨୧ ବର୍ଷୀୟ ସୋଜିବ ମଧ୍ୟ ବାଂଲାଦେଶର ଅଣ୍ଡର-19 ଦଳର ଏକ ଅଂଶ ଥିଲେ । ଏହି ଦଳକୁ ସୈଫ ହାସନ ସମ୍ଭାଳି ଥିଲେ । ସେ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଭାବରେ ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ, କିନ୍ତୁ ଅନ୍ତିମ ଏକାଦଶରେ ଅନ୍ତର୍ଭୁକ୍ତ ହୋଇନଥିଲେ । ଏହି ଯୁବ ବ୍ୟାଟ୍ସମ୍ୟାନ୍ ମଧ୍ୟ ବାଂଲାଦେଶର ଅଣ୍ଡର-19 ଏସିଆ କପ୍ ଦଳର ଏକ ଅଂଶ ଥିଲେ ।

ଅଧିକ ପଢ଼ନ୍ତୁ:-ପୁଣିଥରେ କଂଗ୍ରେସ ନେତୃତ୍ୱ ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଲେ ସିବଲ, କହିଲେ ଏପରି କିଛି

୨୦୧୮ରେ ସେ ସିନେପୁକୁର ତରଫରୁ ଲିଷ୍ଟ ଏ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ । ଯେଉଁଥିରେ ସେ ୯,୦ ଏବଂ ୧ ରନ କରିଥିଲେ । ତେବେ ମାର୍ଚ୍ଚ ୨୦୧୮ ଠାରୁ ସେ କୌଣସି ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳି ନାହାଁନ୍ତି । ସେ ଆଗାମୀ ବଙ୍ଗବନ୍ଧୁ ଟି-20 କପ୍ ଡ୍ରାଫ୍ଟର ଏକ ଅଂଶ ମଧ୍ୟ ନଥିଲେ । ବାଂଲାଦେଶ କ୍ରିକେଟ୍ ବୋର୍ଡ ଗେମ୍ ଡେଭଲପମେଣ୍ଟ ମ୍ୟାନେଜର ଆବୁ ଇନାମ ମହମ୍ମଦ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟରୁ ବାହାର ହେବା କାରଣରୁ ସୋଜିବ ହୁଏତ ଏହି ବିପଦପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ବିଡି କ୍ରିକଟାଇମ ସହ କଥାବାର୍ତ୍ତା କରି ଆବୁ କହିଛନ୍ତି ଯେ ସୋଜିବ ସୈଫ ଏବଂ ଆଫିଫ ହୁସେନଙ୍କ ସହ ଆମର ୨୦୧୮ ବ୍ୟାଚର ଅଣ୍ଡର-19 ଟିମର ଅଂଶ ଥିଲେ । ବିଶ୍ୱକପରେ ଷ୍ଟାଣ୍ଡବାଇ ଥିଲେ । ସେ ଏସିଆ କପରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ ବୋଲି ଆବୁ କହିଛନ୍ତି ।