ଆହୁରି ଖସିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍
Advertisement

ଆହୁରି ଖସିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ।

ଆହୁରି ଖସିଲା ଡିଜେଲ ମୂଲ୍ୟ, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର (Oil Price) ରେ ହ୍ରାସ ଘଟିଛି । ଯାହାର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଆଜି ଅର୍ଥାତ ଶନିବାର ଦେଶର ୪ଟି ମହାନଗର ଦିଲ୍ଲୀ, ମୁମ୍ୱାଇ, କୋଲକାତା, ଚେନ୍ନାଇରେ ଡିଜେଲ ମୂଲ୍ୟ (Diesel Price) ରେ ହ୍ରାସ ରେକର୍ଡ କରାଯାଇଛି । କିନ୍ତୁ ପେଟ୍ରୋଲ ମୂଲ୍ୟ (Petrol Price) ରେ କୌଣସି ପରିବର୍ତ୍ତନ ଆସିନାହିଁ । ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧି ଘଟିଛି ।

ଆଜି ତୈଳ କମ୍ପାନୀଗୁଡିକ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଅନ୍ୟପକ୍ଷେ ଭୁବନେଶ୍ୱରରେ ପେଟ୍ରୋଲ ମୂଲ୍ୟରେ ୪୯ ପଇସାର ବୃଦ୍ଧି ଘଟିଛି । ସେହିପରି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଡିଜେଲ ମୂଲ୍ୟରେ ଯଥାକ୍ରମେ-୧୬ ପଇସା, ୧୭ ପଇସା, ୧୬ ପଇସା, ୧୫ ପଇସାର ହ୍ରାସ ଘଟିଛି । କିନ୍ତୁ ଭୁବନେଶ୍ୱରରେ ଡିଜେଲ ମୂଲ୍ୟରେ ୩୮ ପଇସାର ବୃଦ୍ଧି ଘଟିଛି ।

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୮୧.୦୬ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୮୭.୭୪ ଟଙ୍କା ରହିଛି । କୋଲକାତା ଲିଟର ପିଛା ୮୨.୫୯ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୮୪.୧୪ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ପେଟ୍ରୋଲ ଲିଟର ପିଛା ୮୧.୯୪ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ (Diesel Price) ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୭୦.୯୪ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୭୭.୩୬ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୭୪.୪୬ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୭୬.୪୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ୭୭.୭୦ ଟଙ୍କା ରହିଛି ।