ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ମହଙ୍ଗା ଭତ୍ତାରେ ପୁଣି ହେବ ବୃଦ୍ଧି, ଜାଣନ୍ତୁ କେତେ ବଢ଼ିବ ଦରମା
Advertisement
Article Detail0/zeeodisha/odisha1090868

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ମହଙ୍ଗା ଭତ୍ତାରେ ପୁଣି ହେବ ବୃଦ୍ଧି, ଜାଣନ୍ତୁ କେତେ ବଢ଼ିବ ଦରମା

7th Pay Commission, DA Hike, Central Government Employees: ବାସ୍ତବରେ, ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ତଥ୍ୟ ପ୍ରକାଶ ପାଇବା ପରେ କେନ୍ଦ୍ର କର୍ମଚାରୀଙ୍କ DA କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କର୍ମଚାରୀମାନେ ୩୧ ପ୍ରତିଶତ DA ପାଉଛନ୍ତି । ଡିଏ ବୃଦ୍ଧି ଘୋଷଣା ପରେ ସେମାନେ ୩୪ ପ୍ରତିଶତ DA ପାଇବେ । ଏହି ବୃଦ୍ଧି ଜାନୁଆରୀ ୨୦୨୨ ପାଇଁ ହେବ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: 7th Pay Commission, DA Hike, Central Government Employees: କେନ୍ଦ୍ରର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ରହିଛି । ପୁଣି ବଢ଼ିବ ମହଙ୍ଗା ଭତ୍ତା (Dearness Allowance) । ସୂଚନା ମୁତାବକ, କେନ୍ଦ୍ର ସରକାର ପୁଣି ଥରେ କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଓ ପେନସନଭୋଗୀ (Pensioners) ଙ୍କ ମହଙ୍ଗା ଭତ୍ତା (DA) ଓ ମହଙ୍ଗା ରିଲିଫ୍ (Dearness Relief) ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି । କର୍ମଚାରୀମାନେ ଯାହାର ଘୋଷଣାକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ଏହି ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚରେ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା କରି କେନ୍ଦ୍ର ସରକାର (Central Government) ହୋଲିର ଉପହାର ଦେଇପାରନ୍ତି । ଅର୍ଥାତ ଏହା ପରେ କେନ୍ଦ୍ର କର୍ମଚାରୀଙ୍କ ବେତନରେ ଏକ ବଡ଼ ବୃଦ୍ଧି ଘଟିବ ।

ବାସ୍ତବରେ, ଅଲ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ତଥ୍ୟ ପ୍ରକାଶ ପାଇବା ପରେ କେନ୍ଦ୍ର କର୍ମଚାରୀଙ୍କ DA କୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ କର୍ମଚାରୀମାନେ ୩୧ ପ୍ରତିଶତ DA ପାଉଛନ୍ତି । ଡିଏ ବୃଦ୍ଧି ଘୋଷଣା ପରେ ସେମାନେ ୩୪ ପ୍ରତିଶତ DA ପାଇବେ । ଏହି ବୃଦ୍ଧି ଜାନୁଆରୀ ୨୦୨୨ ପାଇଁ ହେବ ।

ଶ୍ରମ ମନ୍ତ୍ରଣାଳୟ ଅନୁଯାୟୀ, ଡିସେମ୍ବର ୨୦୨୧ରେ AICPI ୧୨୫.୪ କୁ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାର ବୃଦ୍ଧି ପାଇଁ ରାସ୍ତା ମଧ୍ୟ ସଫା ହୋଇଯାଇଛି । ବର୍ତ୍ତମାନ ମନେ କରାଯାଉଛି ଯେ ହୋଲିରେ କେନ୍ଦ୍ର କର୍ମଚାରୀଙ୍କ ଭତ୍ତା ବୃଦ୍ଧି ଘୋଷଣା କରାଯାଇପାରେ ।

ଏହା ବି ପଢ଼ନ୍ତୁ:-କୁକୁର ସହ ମହିଳା ରଖିଲେ ଶାରୀରିକ ସମ୍ପର୍କ, ଫଟୋ ଦେଖି କୋର୍ଟ ଦେଲେ ଏହି ବଡ଼ ଦଣ୍ଡ

ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ବଡ଼ ଆଶ୍ୱସ୍ତିକର ଖବର

ଏହା ବି ପଢ଼ନ୍ତୁ:-ପୁରୁଷମାନେ ଯୌନ ଶକ୍ତି ବଢ଼ାଇବା ପାଇଁ ଆପଣାନ୍ତୁ ଏହି ୬ଟି ପ୍ରାକୃତିକ ଉପାୟ

ଏହା ବି ପଢ଼ନ୍ତୁ:-ଏହି ବଲିଉଡ଼ ଅଭିନେତ୍ରୀ ଏସବୁ ଫିଲ୍ମରେ ଦେଇଛନ୍ତି ଅତ୍ୟଧିକ ବୋଲ୍ଡ ସିନ୍, ନ୍ୟୁଡ୍ ଭିଡିଓ ମଧ୍ୟ ହୋଇସାରିଛି ଲିକ୍

 

ବକେୟା ସମ୍ପର୍କରେ ସରକାର ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାଁନ୍ତି । କିନ୍ତୁ, ଡିଏ ବୃଦ୍ଧି ଘୋଷଣା ସହିତ କର୍ମଚାରୀମାନେ ବେତନ କ୍ଷେତ୍ରରେ ବହୁତ ଲାଭବାନ ହେବେ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଜଣେ କର୍ମଚାରୀଙ୍କ ମୌଳିକ ଦରମା ମାସକୁ ୩୦ ହଜାର ଟଙ୍କା ଅଟେ, ତେବେ ମହଙ୍ଗା ଭତ୍ତା ୩୪ ପ୍ରତିଶତ ହେବା ପରେ ତାଙ୍କ ଦରମା ମାସକୁ ୯୦୦ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ବାର୍ଷିକ ଦରମା ୧୦,୮୦୦ ଟଙ୍କା ବୃଦ୍ଧି ପାଇବ ।

ସେହିଭଳି, ଯଦି ଆମେ କ୍ୟାବିନେଟ୍ ସଚିବ ସ୍ତରର ଅଧିକାରୀଙ୍କ ବିଷୟରେ ଆଲୋଚନା କରିବା, ତେବେ ସେମାନଙ୍କ ଦରମା ମାସକୁ ୭,୫୦୦ ଟଙ୍କା ବୃଦ୍ଧି ପାଇବ । ଅର୍ଥାତ୍ ସେମାନଙ୍କର ଦରମା ବାର୍ଷିକ ୯୦,୦୦୦ ଟଙ୍କା ବୃଦ୍ଧି ପାଇବ ।