କୌଣସି ରାଜ୍ୟ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କହିଛନ୍ତି କି? ରେଳ ବୋର୍ଡ ଅଧ୍ୟକ୍ଷ ଦେଲେ ଏହି ସୂଚନା
Advertisement
Article Detail0/zeeodisha/odisha886068

କୌଣସି ରାଜ୍ୟ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କହିଛନ୍ତି କି? ରେଳ ବୋର୍ଡ ଅଧ୍ୟକ୍ଷ ଦେଲେ ଏହି ସୂଚନା

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଶର୍ମା କହିଛନ୍ତି ଯେ, ରେଳବାଇ ଇଙ୍ଗିତ କରିଛି ଯେ ଆଇଆରସିଟିସି ଟିକେଟ୍ ବୁକିଂ ୱେବସାଇଟରେ ଦିଆଯାଇଥିବା ପ୍ରୋଟୋକଲକୁ ସମସ୍ତ ରାଜ୍ୟ ଅନୁସରଣ କରୁଛନ୍ତି । ୱେବସାଇଟରେ ଏହା କୁହାଯାଉଛି ଯେ ଯାତ୍ରୀଙ୍କୁ କେଉଁ କ୍ଷେତ୍ରରେ ଯିବା ପୂର୍ବରୁ RT-PCR ଯାଞ୍ଚ କରିବାକୁ ପଡିବ କିମ୍ବା ଯିବା ପୂର୍ବରୁ କୋଭିଡ-19 (COVID-19) ର ପଜିଟିଭ ପ୍ରମାଣପତ୍ର ନେବାକୁ ପଡିବ କିମ୍ବା କେଉଁଠାରେ ପହଞ୍ଚିଲେ ସେମାନଙ୍କୁ ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ପଡିବ ।

କୌଣସି ରାଜ୍ୟ ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କହିଛନ୍ତି କି? ରେଳ ବୋର୍ଡ ଅଧ୍ୟକ୍ଷ ଦେଲେ ଏହି ସୂଚନା

ନୂଆଦିଲ୍ଲୀ: ଲଗାତର କୋରୋନା ମାମଲା (Coronavirus Cases) ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ମହାମାରୀ ଭୂତାଣୁର ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ୱିକେଣ୍ଡରେ କଠୋର କର୍ଫ୍ୟୁର ଘୋଷଣା କରାଯାଇଛି । ଏହି ସମୟରେ ଭାରତୀୟ ରେଳ ବୋର୍ଡ ଅଧ୍ୟକ୍ଷ (Indian Railway board chairman) ସୁନୀତ ଶର୍ମା ଶୁକ୍ରବାର କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ରାଜ୍ୟ ଟ୍ରେନ ସେବା ବନ୍ଦ କରିବାକୁ ଅନୁରୋଧ କରିନାହାଁନ୍ତି । ସେ କହିଛନ୍ତି ଯେ ଯେଉଁଠାରେ ରାଜ୍ୟଗୁଡ଼ିକ କଣ୍ଟେନମେଣ୍ଟ ଜୋନ୍ ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି, ସେଠାରେ ଯାତ୍ରୀମାନଙ୍କର ରେଣ୍ଡମ୍ ଯାଞ୍ଚ ଓ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ଯାଞ୍ଚ କରାଯାଉଛି ।

ଅଧିକ ପଢ଼ନ୍ତୁ:-ଜେଲରୁ ମୁକୁଳିବେ ଲାଲୁ ଯାଦବ! ଦୁମକା କୋଷାଗାର ମାମଲାରେ ମିଳିଲା ଜାମିନ

ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଶର୍ମା କହିଛନ୍ତି ଯେ, ରେଳବାଇ ଇଙ୍ଗିତ କରିଛି ଯେ ଆଇଆରସିଟିସି ଟିକେଟ୍ ବୁକିଂ ୱେବସାଇଟରେ ଦିଆଯାଇଥିବା ପ୍ରୋଟୋକଲକୁ ସମସ୍ତ ରାଜ୍ୟ ଅନୁସରଣ କରୁଛନ୍ତି । ୱେବସାଇଟରେ ଏହା କୁହାଯାଉଛି ଯେ ଯାତ୍ରୀଙ୍କୁ କେଉଁ କ୍ଷେତ୍ରରେ ଯିବା ପୂର୍ବରୁ RT-PCR ଯାଞ୍ଚ କରିବାକୁ ପଡିବ କିମ୍ବା ଯିବା ପୂର୍ବରୁ କୋଭିଡ-19 (COVID-19) ର ପଜିଟିଭ ପ୍ରମାଣପତ୍ର ନେବାକୁ ପଡିବ କିମ୍ବା କେଉଁଠାରେ ପହଞ୍ଚିଲେ ସେମାନଙ୍କୁ ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀରୁ କେମିତି ପାଇବେ ରକ୍ଷା? WHO କହିଲା କ’ଣ ଖାଇବେ ଓ କ’ଣ ନୁହେଁ...

ସେ କହିଛନ୍ତି ଯେ, ଏପର୍ଯ୍ୟନ୍ତ କୌଣସି ରାଜ୍ୟ ସରକାର ଟ୍ରେନ୍ ଚଳାଚଳ ବନ୍ଦ କରିବାକୁ କହି ନାହାଁନ୍ତି । କିନ୍ତୁ ଯେଉଁଠାରେ ଚିନ୍ତା ଅଛି, ରାଜ୍ୟ ସରକାର ଆମ ସହ ଏହି ବିଷୟରେ ଆଲୋଚନା କରିଛନ୍ତି ଏବଂ ଯେଉଁଠାରେ ନିଷିଦ୍ଧ ଅଞ୍ଚଳ ଅଛି ସେଠାରେ ରେଣ୍ଡମ ଯାଞ୍ଚ କରାଯାଉଛି । ଇ-ଟିକେଟ୍ ପାଇବା ପାଇଁ ରେଳବାଇ ୱେବସାଇଟରେ ସମସ୍ତ ସୂଚନା ଦେଇଛି ଏବଂ ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି ଯେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ଯାଞ୍ଚ କରିବାକୁ ପଡିବ କିମ୍ବା କୋଭିଡ-19 ପ୍ରମାଣପତ୍ର ନେବାକୁ ପଡିବ ।

ଶର୍ମା ଏହା ମଧ୍ୟ କହିଛନ୍ତି ଯେ, ରେଳବାଇ ଯାତ୍ରୀମାନଙ୍କୁ ଥର୍ମାଲ ସ୍କାନ କରୁଛି ଏବଂ କୋଭିଡ-19 ପ୍ରୋଟୋକଲ ଅନୁଯାୟୀ ଜରିମାନା ପରିମାଣକୁ ମଧ୍ୟ ସୂଚିତ କରିଛି । ସେ ଶ୍ରମିକ୍ ସ୍ପେଶାଲ୍ ଟ୍ରେନ୍ ଚଲାଇବାର ସମ୍ଭାବନାକୁ ଏଡ଼ାଇ ଦେଇ କହିଛନ୍ତି ଯେ ଚାହିଦା ଏବଂ ଆବଶ୍ୟକତା ଅନୁଯାୟୀ ଟ୍ରେନ୍ ଚଳାଚଳ କରିବ । ଷ୍ଟେସନରେ ଯାତାୟାତ ବନ୍ଦ କରିବା ଲକ୍ଷ୍ୟରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଇଛି ବୋଲି ଶର୍ମା କହିଛନ୍ତି ।

ଅଧିକ ପଢ଼ନ୍ତୁ:-କୋରୋନା ସଂକ୍ରମିତ ହେଲେ ସୋନୁ ସୁଦ

କୋଭିଡ୍ କେୟାର ସେଣ୍ଟର ଭାବରେ ବ୍ୟବହୃତ ହେବାକୁ ଥିବା ରୂପାନ୍ତରିତ କୋଚ୍ ବିଷୟରେ ପଚରାଯିବାରୁ ଶର୍ମା କହିଛନ୍ତି ଯେ, "ଦେଶର ବିଭିନ୍ନ ସ୍ଥାନରେ ଆମର ୪,୦୦୦ ଆଇସୋଲେଶନ କୋଚ୍ (ବଗି) ଅଛି । ଆମେ ମହାରାଷ୍ଟ୍ରର ନନ୍ଦୁରବରରୁ ୧୦୦ରୁ ଅଧିକ ବଗିର ଦାବି ପାଇଛୁ ଏବଂ ୨୦ଟି ଆଇସୋଲେଶନ କୋଚ୍ ଯୋଗାଇ ଦିଆଯାଇଛି ।"

ଅଧିକ ପଢ଼ନ୍ତୁ:-ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...

ଶର୍ମା କହିଛନ୍ତି ଯେ, "ରେଳବାଇ ମୁମ୍ବାଇ, ଗୁଜୁରାଟ, କର୍ଣ୍ଣାଟକର ସମସ୍ତ ଷ୍ଟେସନ ଉପରେ ତୀକ୍ଷ୍ଣ ନଜର ରଖିଛି । ଯେଉଁଠାରେ ଚାହିଦା ଅଧିକ ଥାଏ ଏବଂ ଜୋନାଲ ଜେନେରାଲ ମ୍ୟାନେଜରମାନଙ୍କୁ ଅତିରିକ୍ତ ଟ୍ରେନ୍ ଚଳାଇବାକୁ ଅଧିକାର ଦିଆଯାଇଛି । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ସେବାରେ ଅଭାବ ନାହିଁ, ବିଶେଷ କରି ମୁମ୍ବାଇ, ସୁରଟ ଏବଂ ବେଙ୍ଗାଲୁରୁରେ ପରିସ୍ଥିତି ସ୍ୱାଭାବିକ ।"