ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହା କେତେ ବିପଜ୍ଜନକ?
Advertisement
Article Detail0/zeeodisha/odisha1127062

ସାମ୍ନାକୁ ଆସିଲା କୋରୋନାର ନୂଆ ଭାରିଆଣ୍ଟ, ଜାଣନ୍ତୁ ଏହା କେତେ ବିପଜ୍ଜନକ?

New Coronavirus Variant: ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ (Israel) ର ବେନ ଗୁରିଅନ ବିମାନବନ୍ଦରରେ ଅବତରଣ କରିଥିବା ଦୁଇଜଣ ଯାତ୍ରୀଙ୍କ ଆରଟିଓ-ପିସିଆର (RT-PCR) ରିପୋର୍ଟରେ ଏହି ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଭାରିଆଣ୍ଟକୁ ନେଇ ସମଗ୍ର ଦୁନିଆରେ କୌଣସି ସୂଚନା ନାହିଁ ।

ପ୍ରତୀକାତ୍ମକ ଫଟୋ

ଜେରୁଜେଲମ୍: New Coronavirus Variant: ଭାରତ ସମେତ ସାରା ଦୁନିଆରେ କୋରୋନା ଭୂତାଣୁ (COVID-19) ର  ପ୍ରକୋପ ଧୀରେ ଧୀରେ କମ୍ ହେବାରେ ଲାଗିଛି । ଏହି ସମୟରେ କୋରୋନାର ଏକ ନୂଆ ଭାରିଆଣ୍ଟ ବା ପ୍ରକାର (New Coronavirus Variant) ସାମ୍ନାକୁ ଆସିଛି । ଯାହା ସମସ୍ତ ଦୁନିଆ ପାଇଁ ଚିନ୍ତାର କାରଣ ପାଲଟିପାରେ । ଇସ୍ରାଏଲ (Israel) ରେ କରୋନା ଭାଇରସର ଏକ ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାରିଆଣ୍ଟରେ ଦୁଇ ଜଣ ସଂକ୍ରମିତ ହେବାର ସୂଚନା ରହିଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଏହା ଉପରେ ଅଧିକ ଚିନ୍ତିତ ନୁହଁନ୍ତି ବୋଲି କହିଛନ୍ତି । ଏହି ନୂତନ ଭାରିଆଣ୍ଟଟି ହେଉଛି କୋଭିଡ୍-19 ର ଓମିକ୍ରନ୍ ଭାରିଆଣ୍ଟ (Omicron Variant) ର ଦୁଇଟି ସବ୍-ଭାରିଆଣ୍ଟ BA.1 ଓ BA.2 ର ମିଶ୍ରଣ ।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ (Israel) ର ବେନ ଗୁରିଅନ ବିମାନବନ୍ଦରରେ ଅବତରଣ କରିଥିବା ଦୁଇଜଣ ଯାତ୍ରୀଙ୍କ ଆରଟିଓ-ପିସିଆର (RT-PCR) ରିପୋର୍ଟରେ ଏହି ନୂତନ ଭାରିଆଣ୍ଟ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି ଭାରିଆଣ୍ଟକୁ ନେଇ ସମଗ୍ର ଦୁନିଆରେ କୌଣସି ସୂଚନା ନାହିଁ ।

ମନ୍ତ୍ରଣାଳୟ କହିଛି ଯେ, ଇସ୍ରାଏଲରେ ଏହି ଭାରିଆଣ୍ଟର ଯେଉଁ ୨ଟି ମାମଲା ସାମ୍ନାକୁ ଆସିଛି, ସେଥିରେ ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ଏବଂ ମାଂସପେଶୀ ବ୍ୟାଧି ଭଳି ଲକ୍ଷଣ ଦେଖାଯାଇଛି । ତଥାପି, ଏହି ରୋଗୀମାନେ କୌଣସି ବିଶେଷ ଚିକିତ୍ସା ସୁବିଧା ଆବଶ୍ୟକ କରନ୍ତି ନାହିଁ । ଇସ୍ରାଏଲର ପାଣ୍ଡେମିକ୍ ରେସପନ୍ସ ମୁଖ୍ୟ ସଲମାନ ଜାର୍କା ଏହି ବିପଦକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଆମେ ଏ ବିଷୟରେ ଚିନ୍ତିତ ନାହୁଁ ।

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଚିନ୍ତା ବଢ଼ାଇଲେ ବାଇଡେନ, ୟୁକ୍ରେନକୁ ନେଇ ଏହି ବଡ଼ ପଦକ୍ଷେପ ନେଲା ଆମେରିକା

ଏହା ବି ପଢ଼ନ୍ତୁ:-୨୦୨୪ ପର୍ଯ୍ୟନ୍ତ ୧୫ କୋଟି ଲୋକଙ୍କୁ ମିଳିବ ଫ୍ରି ରାସନ, ହୋଲି ଓ ଦୀପାବଳୀରେ ଦେବେ ମାଗଣା ସିଲିଣ୍ଡର!

ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଝଟକା! ମହଙ୍ଗା ଭତ୍ତାକୁ ନେଇ ଆସିଲା ଏହି ବଡ ଅପଡେଟ୍

ଏହା ବି ପଢ଼ନ୍ତୁ:-ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍

 

ସୂଚନାଯୋଗ୍ୟ, ଇସ୍ରାଏଲର ୯.୨ ମିଲିୟନ ଜନସଂଖ୍ୟା ମଧ୍ୟରୁ ଚାରି ମିଲିୟନରୁ ଅଧିକ ଲୋକଙ୍କୁ କୋରୋନା ଟିକାର ୩-୩ଟି ଡୋଜ୍ ଲାଗି ସାରିଛି । ଏହା ସତ୍ତ୍ୱେ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏଠାରେ କହି ରଖୁଛୁ ଯେ ଚାଇନାରେ କୋରୋନା ପୁଣି ଭୟର ବିଷୟ ପାଲଟିଛି । ଏଭଳି ପରିସ୍ଥିତିରେ ଏହାର ପ୍ରଭାବ ଅନ୍ୟ ଦେଶରେ ମଧ୍ୟ ଦେଖାଯାଇପାରେ ବୋଲି ଆଶଙ୍କା କରାଯାଉଛି ।