ପଲିସି ଧାରକଙ୍କ ପାଇଁ ଜରୁରୀ ଖବର, ମେ ୧୦ରୁ LIC ନିୟମରେ ହେବ ବଡ଼ ପରିବର୍ତ୍ତନ!
Advertisement

ପଲିସି ଧାରକଙ୍କ ପାଇଁ ଜରୁରୀ ଖବର, ମେ ୧୦ରୁ LIC ନିୟମରେ ହେବ ବଡ଼ ପରିବର୍ତ୍ତନ!

LIC Holiday New Rule: ଯଦି ଆପଣ ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ LIC ର ଗ୍ରାହକ, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ, LIC ରେ ବର୍ତ୍ତମାନ ସପ୍ତାହରେ ମାତ୍ର ୫ ଦିନ କାମ ହେବ, ଅବଶିଷ୍ଟ ୨ ଦିନକୁ ସାଧାରଣ ଛୁଟି ଭାବରେ ମନେ କରାଯିବ । ବର୍ତ୍ତମାନ ପ୍ରତ୍ୟେକ ଶନିବାର LIC କର୍ମଚାରୀଙ୍କ ପାଇଁ ଛୁଟି ଦି

ପଲିସି ଧାରକଙ୍କ ପାଇଁ ଜରୁରୀ ଖବର, ମେ ୧୦ରୁ LIC ନିୟମରେ ହେବ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ: LIC Holiday New Rule: ଯଦି ଆପଣ ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ LIC ର ଗ୍ରାହକ, ତେବେ ଏହି ଖବର ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବାସ୍ତବରେ, LIC ରେ ବର୍ତ୍ତମାନ ସପ୍ତାହରେ ମାତ୍ର ୫ ଦିନ କାମ ହେବ, ଅବଶିଷ୍ଟ ୨ ଦିନକୁ ସାଧାରଣ ଛୁଟି ଭାବରେ ମନେ କରାଯିବ । ବର୍ତ୍ତମାନ ପ୍ରତ୍ୟେକ ଶନିବାର LIC କର୍ମଚାରୀଙ୍କ ପାଇଁ ଛୁଟି ଦିନ ରହିବ ।

ଅଧିକ ପଢ଼ନ୍ତୁ:-ଦ୍ୱିତୀୟ ଥର ପାଇଁ ଦେଶରେ ଦିନକରେ ୪ ଲକ୍ଷରୁ ଅଧିକ ମାମଲା ଚିହ୍ନଟ, ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୩୯୮୦ ମୃତ୍ୟୁ

LIC କାର୍ଯ୍ୟାଳୟ ବର୍ତ୍ତମାନ ୫ ଦିନ ପାଇଁ ଖୋଲିବ 

ତେଣୁ ମଇ ୧୦ ପରେ ଯଦି ଆପଣ LIC କାର୍ଯ୍ୟାଳୟକୁ ଯାଆନ୍ତି, ତେବେ ଆପଣଙ୍କୁ ଏହା ଧ୍ୟାନ ରଖିବା ଆବଶ୍ୟକ ଯେ ଅଫିସ କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ । କାରଣ ଶନିବାର ଓ ରବିବାର ଦିନ ଅଫିସ୍ ବନ୍ଦ ରହିବ । ବାସ୍ତବରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ, ବର୍ତ୍ତମାନ ପ୍ରତ୍ୟେକ ଶନିବାର ମଧ୍ୟ LIC ପାଇଁ ପବ୍ଲିକ୍ ହୋଲିଡେ (Public Holiday) ଭାବେ ମନେ କରାଯିବ । ଏହା ପୂର୍ବରୁ କେବଳ ରବିବାର ସପ୍ତାହିକ ଛୁଟି ମିଳୁଥିଲା । ଫଳରେ ବର୍ତ୍ତମାନ LIC ଅଫିସ ସପ୍ତାହରେ ୨ ଦିନ ବନ୍ଦ ରହିବ ।

ଅଧିକ ପଢ଼ନ୍ତୁ:-ଲଗାତର ତୃତୀୟ ଦିନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

LIC ର ଛୁଟିଦିନ ନିୟମରେ ପରିବର୍ତ୍ତନ

LIC ର କାର୍ଯ୍ୟ ଦିନରେ ହୋଇଥିବା ଏହି ପରିବର୍ତ୍ତନରେ LIC ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ସୂଚନା ଦେଇଛି । ନୂତନ ନିୟମ ଅନୁଯାୟୀ, ଏଲଆଇସିର କାର୍ଯ୍ୟାଳୟ ମେ ୧୦ ପରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଖୋଲା ରହିବ, ଏହାର ସମୟ ସକାଳ ୧୦ଟାରୁ ୫.୩୦ ପର୍ଯ୍ୟନ୍ତ ହେବ । ତେଣୁ ଯଦି ଆପଣ କୌଣସି କାମ ପାଇଁ LIC କାର୍ଯ୍ୟାଳୟକୁ ଯାଉଛନ୍ତି, ତେବେ ଉଭୟ ଦିନକୁ ଧ୍ୟାନରେ ରଖନ୍ତୁ, ନଚେତ୍ ଅଫିସ୍ ବନ୍ଦ ରହିବ ଏବଂ ଖାଲି ହାତରେ ଫେରିବାକୁ ପଡିବ । ଗତ ମାସରେ ସରକାର ଏହି ପରିବର୍ତ୍ତନ କରିଛନ୍ତି । ବୁଝାମଣାକାରୀ ଉପକରଣ ଅଧିନିୟମ 1881ର ଧାରା 25 ଅନୁଯାୟୀ କେନ୍ଦ୍ର ସରକାର ଏହି ପରିବର୍ତ୍ତନ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଆଶ୍ୱସ୍ତିକର ଖବର!

ଅନଲାଇନ୍ ଠକେଇ ବିଷୟରେ ଆର୍ଲଟ୍ ଜାରି

ଫେକ୍ କଲ୍ ବିଷୟରେ LIC ଏହାର ଗ୍ରାହକମାନଙ୍କୁ ସଚେତନ କରାଇଛି । କମ୍ପାନୀ କହିଛି ଯେ କିଛି ଠକମାନେ ଗ୍ରାହକଙ୍କୁ LIC ଅଧିକାରୀ, ଏଜେଣ୍ଟ କିମ୍ବା ଆଇଆରଡିଏ ଅଧିକାରୀ ହୋଇ ଫେକ୍ କଲ୍ କରନ୍ତି ଏବଂ ସେମାନଙ୍କର ଗୋପନୀୟ ତଥ୍ୟ ଲୁଟ କରନ୍ତି । ଏହି ଠକମାନେ ଭଲ ରିଟର୍ନ ପାଇବା ନାମରେ ପଲିସି ସରେଣ୍ଡର କରାନ୍ତି ଏବଂ ଗ୍ରାହକଙ୍କଠାରୁ ପ୍ରଚୁର ପରିମାଣରେ ଅର୍ଥ ଆଦାୟ କରନ୍ତି । ଗ୍ରାହକ ଯେଉଁ ରାଶି ସରେଣ୍ଡ କରନ୍ତି ସେହି ରାଶିକୁ ତୁରନ୍ତ ଅନ୍ୟତ୍ର ନିବେଶ କରିଦିଆଯାଏ ।