ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍
Advertisement

ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ତୈଳ କମ୍ପାନୀଗୁଡିକ ରବିବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୯ ପଇସା, ୧୭ ପଇସା, ୧୬ ପଇସା, ୧୫ ପଇସା ଓ ୨୯ ପଇସା ବୃଦ୍ଧି କରିଛନ୍ତି । 

ପୁଣି ମହଙ୍ଗା ହେଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ନୂଆଦିଲ୍ଲୀ: Today Petrol-Diesel Rate May 23rd 2021: ଦେଶରେ କ୍ରମାଗତ ତୈଳ ଦରରେ ବୃଦ୍ଧି ଘଟିବାରେ ଲାଗିଛି । ସେହିପରି ବୈଶ୍ୱିକ ବଜାରରେ ଅଶୋଧିତ ତୈଳ ଦର (Crued Oil) ରେ ବୃଦ୍ଧି ଘଟିଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଦେଶର ଅନେକ ସହରରେ ପେଟ୍ରୋଲ ଦର ୧୦୦ ପାର କରିସାରିଛି । ଆଜି (ରବିବାର) ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି ଘଟିଛି । ରବିବାର ଦେଶର ୪ଟି ମହାନଗରରେ ପେଟ୍ରୋଲ-ଡିଜେଲ ଦର (Petrol-Diesel Rate) ରେ ବୃଦ୍ଧ ଘଟିଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ତୈଳ ଦର ମଧ୍ୟ ବୃଦ୍ଧି ଘଟିଛି । 

ଅଧିକ ପଢ଼ନ୍ତୁ:-୧.୫ କୋଟି ୱର୍କର୍ସଙ୍କ ପାଇଁ ବହୁତ ବଡ଼ ଖୁସି ଖବର

ତୈଳ କମ୍ପାନୀଗୁଡିକ ରବିବାର ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ପେଟ୍ରୋଲର ମୂଲ୍ୟ ଯଥାକ୍ରମେ ୧୯ ପଇସା, ୧୭ ପଇସା, ୧୬ ପଇସା, ୧୫ ପଇସା ଓ ୨୯ ପଇସା ବୃଦ୍ଧି କରିଛନ୍ତି । ସେହିପରି ଦିଲ୍ଲୀ, ମୁମ୍ବାଇ,  କୋଲକାତା, ଚେନ୍ନାଇ ଏବଂ ଭୁବନେଶ୍ୱରରେ ଡିଜେଲର ମୂଲ୍ୟ ଯଥାକ୍ରମେ ୨୭ ପଇସା, ୨୯ ପଇସା, ୨୭ ପଇସା, ୨୫ ପଇସା ଏବଂ ୪୨ ପଇସା ବୃଦ୍ଧି ପାଇଛି । 

ଅଧିକ ପଢ଼ନ୍ତୁ:-କୋରୋନାର ପ୍ରକୋପ: ଦ୍ୱିତୀୟ ଲହରରେ ଆଖି ବୁଜିଲେ ୪୨୦ ଡାକ୍ତର, ଏହି ରାଜ୍ୟରେ ସର୍ବାଧିକ ମୃତ୍ୟୁ

ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ୯୩.୦୪ ଟଙ୍କାରେ ପେଟ୍ରୋଲ ବିକ୍ରି ହେଉଛି । ମୁମ୍ବାଇରେ ଲିଟର ପିଛା ୯୯.୪୯ ଟଙ୍କା ରହିଛି । କୋଲକାତା ଲିଟର ପିଛା ୯୩.୨୭ ଟଙ୍କାରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୯୪.୮୬ ଟଙ୍କା ରହିଛି । ଅନ୍ୟପକ୍ଷେ ଆଜି ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୩.୯୨ ଟଙ୍କା ରହିଛି ।

ସେହିପରି ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଦିଲ୍ଲୀରେ ଏହା ଲିଟର ପିଛା ୮୪.୦୭ ଟଙ୍କା ରହିଛି । ଡିଜେଲ ଲିଟର ପିଛା ମୁମ୍ବାଇରେ ୯୧.୩୦ ଟଙ୍କା ଏବଂ କୋଲକାତାରେ ଲିଟର ପିଛା ୮୬.୯୧ ଟଙ୍କା ରହିଛି । ଚେନ୍ନାଇରେ ଡିଜେଲ ଲିଟର ପିଛା ୮୮.୮୭ ଟଙ୍କା ରହିଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୧.୬୦ ଟଙ୍କା ଦରରେ ବିକ୍ରି ହେଉଛି ।

ଅଧିକ ପଢ଼ନ୍ତୁ:-ବାତ୍ୟା ୟାସକୁ ଦୃଷ୍ଟିରେ ରଖି ୭୪ଟି ଟ୍ରେନ୍ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।