Advertisement
photoDetails0hindi

ଏହି ମାମଲାରେ ଭାରତର ସାଥ୍ ଦେଲେ ପାକିସ୍ତାନ-ନେପାଳ, ମାନିଲା ନାହିଁ ଆମେରିକା

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବର୍ତ୍ତମାନ ଭାରତ (India) ଏବଂ ଦକ୍ଷିଣ ଆଫ୍ରିକା (South Africa) ର ଏହି ପ୍ରସ୍ତାବକୁ ସମର୍ଥନ କରିଛି ।

1/7

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭୂତାଣୁ ଭ୍ୟାକ୍ସିନ ବା ଟୀକା (Coronavirus Vaccine) ପ୍ରସ୍ତୁତିରେ ଲାଗିଛନ୍ତି ବୈଜ୍ଞାନିକମାନେ । ଏହା ଶୀଘ୍ର ଲୋକଙ୍କ ନିକଟରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଏହି ଟୀକାକୁ ନେଇ ଭାରତର ଏକ ପ୍ରସ୍ତାବକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସମର୍ଥନ କରିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମିଳିତ ଭାବେ ବିଶ୍ୱ ବାଣିଜ୍ୟ ସଂଗଠନ (World Trade Organization) କୁ  ପ୍ରସ୍ତାବ ଦେଇଛନ୍ତି ଯେ ବିଶ୍ୱର ପ୍ରତ୍ୟେକ ଦେଶକୁ କୋରୋନା ଭୂତାଣୁ ଟୀକା ମିଳୁ ।

2/7

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତ୍ତମାନ ଭାରତ (India) ଏବଂ ଦକ୍ଷିଣ ଆଫ୍ରିକା (South Africa) ର ଏହି ପ୍ରସ୍ତାବକୁ ସମର୍ଥନ କରିଛି । WHO ମୁଖ୍ୟ ଟେଡ୍ରୋସ୍ ଆଡନୋମ୍ ଗାବ୍ରିଏସ୍ ଏକ ଟ୍ୱିଟ୍ ଜରିଆରେ କହିଛନ୍ତି, WHO କୋରୋନା ଟୀକାକୁ ନେଇ ଅନ୍ତରାଷ୍ଟ୍ରୀୟ ନିୟମରେ ରିହାତିର ଦାବି, ଚିକିତ୍ସା ଓ ଟେଷ୍ଟ ଉପକରଣକୁ ଆବଶ୍ୟକତା କରୁଥିବା ଦେଶକୁ ଶସ୍ତା ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ WTO କୁ  ଦକ୍ଷିଣ ଆଫ୍ରିକା ଓ ଭାରତରୁ ପ୍ରସ୍ତାବକୁ ସ୍ୱାଗତ କରୁଛି ।   

3/7

WHO ମୁଖ୍ୟ କହିଛନ୍ତି, ମହାମାରୀର ଅନ୍ତ ସହଯୋଗରୁ ଆରମ୍ଭ ହୋଇଥାଏ । WHO ମେ ମାସରେ କୋଭିଡ-19 ଟେକ୍ନୋଲୋଜି ଆକ୍ସେସ୍ ପୁଲ୍ (CTAP) ଲଞ୍ଚ କରିଥିଲା । ଯେଉଁଥିରେ ଦେଶମାନଙ୍କୁ କୋରୋନା ଭୂତାଣୁ ମୁକାବିଲା ପାଇଁ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ଉତ୍ପାଦ ଉପରେ ତଥ୍ୟ, ସୂଚନା ଏବଂ ବୌଦ୍ଧିକ ସମ୍ପତ୍ତି ବାଣ୍ଟିବାକୁ ଆମନ୍ତ୍ରଣ କରିଥିଲା ।

4/7

ଅକ୍ଟୋବର ୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା WTO ପରିଷଦକୁ ଏକ ପ୍ରସ୍ତାବ ପଠାଇଥିଲା । ଯେଉଁଥିରେ ଏହାର ସଦସ୍ୟ ଦେଶଗୁଡ଼ିକରୁ ପେଟେଣ୍ଟ, ଶିଳ୍ପ ଡିଜାଇନ, କପିରାଇଟ୍ ପରି ବୌଦ୍ଧିକ ପ୍ରୋପର୍ଟି ନିୟମରେ ରିହାତି ଦେବା ଓ ସଠିକ ମୂଲ୍ୟରେ ଔଷଧ ଓ ଭ୍ୟାକ୍ସିନ ଉପଲବ୍ଧ କରାଇବା, କୋଭିଡ-19 ପାଇଁ ଆବଶ୍ୟକୀୟ ଗବେଷଣା, ବିକାଶ ଏବଂ ଚିକିତ୍ସା ଉତ୍ପାଦ ଯୋଗାଇବାକୁ ଅନୁରୋଧ କରାଯାଇଛି ।

ଅଧିକ ପଢ଼ନ୍ତୁ:-୫-୧୦ ଟଙ୍କାର ଏହି କଏନ ଆପଣଙ୍କୁ କରିବ ଧନୀ! ମିଲିପାରେ ୧୦ ଲକ୍ଷ ଟଙ୍କା

5/7

ଆମେରିକା, ୟୁରୋପୀୟ ୟୁନିଅନ୍, କାନାଡା, ଜାପାନ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ବିକଶିତ ଦେଶ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଅନ୍ୟପକ୍ଷେ ଆଫ୍ରିକୀୟ ଗୋଷ୍ଠୀ ଦେଶ, ବାଂଲାଦେଶ, ଶ୍ରୀଲଙ୍କା, ପାକିସ୍ଥାନ, ନେପାଳ, ବିକାଶଶୀଳ ଦେଶମାନେ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏଥି ସହିତ ଚୀନ୍, ତୁର୍କୀ, ଫିଲିପାଇନ୍ସ ଏବଂ କଲମ୍ବିଆ ଭଳି ଦେଶ ଏହି ପ୍ରସ୍ତାବ ଉପରେ ଅଧିକ ସୂଚନା ମାଗିଛନ୍ତି ।

6/7

ପରିଷଦରେ ଆଲୋଚନା ବେଳେ ବିଶ୍ୱ ବାଣିଜ୍ୟ ସଂଗଠନରେ ଭାରତର ରାଷ୍ଟ୍ରଦୂତ ବ୍ରିଜେନ୍ଦ୍ର ନବନୀତ କହିଛନ୍ତି, ଏହି ବିଶ୍ୱ ମହାମାରୀରେ ଯେଉଁଠାରେ ପ୍ରତ୍ୟେକ ଦେଶ ପ୍ରଭାବିତ ହୋଇଛି, ଆମକୁ ଏକ ବିଶ୍ୱସ୍ତରୀୟ ସମାଧାନର ଆବଶ୍ୟକତା ରହିଛି । ଆମର ପ୍ରସ୍ତାବ ଏକ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ସମାଧାନର ପ୍ରତିନିଧିତ୍ୱ କରେ ଯାହା covid-19 ପାଇଁ ସମସ୍ତ ଜରୁରୀ ସ୍ୱାସ୍ଥ୍ୟସେବା ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟାର ବିକାଶ, ଉତ୍ପାଦନ ଏବଂ ଯୋଗାଣରେ ନିରବଚ୍ଛିନ୍ନ ସହଯୋଗକୁ ଅନୁମତି ଦେଇଥାଏ ।

ଅଧିକ ପଢ଼ନ୍ତୁ:-ଗେହଲଟ ବନାମ ପାଇଲଟ: ରାଜସ୍ଥାନ କଂଗ୍ରେସରେ ଝଡ଼ ପୂର୍ବର ନୀରବତା !

7/7

ଆକ୍ସଫାମ, ମେଡେକ୍ସ ସେନ୍ସ ଫ୍ରଣ୍ଟିଅର୍ (MSF) ଆକ୍ସେସ୍ ଅଭିଯାନ ଏମ୍ଏସ୍ଏଫ୍, ପିପୁଲ୍ସ ଭ୍ୟାକ୍ସିନ୍ ଆଲାଇନ୍ସ ସହିତ ୩୭୯ ନାଗରିକ ସମାଜ ସଂଗଠନ WHO ର ସଦସ୍ୟଙ୍କୁ ପତ୍ର ଲେଖିଛନ୍ତି, ଯେଉଁଥିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକାର ପ୍ରସ୍ତାବକୁ ସ୍ୱାଗତ କରାଯାଇଛି । ଚିଠିରେ covid-19 ପରୀକ୍ଷା ଏବଂ ଚିକିତ୍ସା ସାମଗ୍ରୀର ଯୋଗାଣ ଏବଂ ଚାହିଦା ମଧ୍ୟରେ ଥିବା ଗ୍ୟାପ୍ ପୂରଣ ବିଷୟରେ କୁହାଯାଇଛି ।