Advertisement
photoDetails0hindi

ମାତ୍ର ଟଙ୍କାଟିଏ ପେମେଣ୍ଟ କରି ଘରକୁ ଆଣନ୍ତୁ ସ୍କୁଟି କିମ୍ୱା ବାଇକ୍, ଏହି ବ୍ୟାଙ୍କ ଦେଉଛି ଅଫର୍

ବାସ୍ତବରେ, ଫେଡେରାଲ୍ ବ୍ୟାଙ୍କ ଏକ ସୁବିଧା ଆଣିଛି । ଯେଉଁଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଦେୟରେ ଦୁଇ ଚକିଆ ଯାନ କିଣି ପାରିବେ । ଆସନ୍ତୁ ଏହି ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା...

1/6

ନୂଆଦିଲ୍ଲୀ: ଯଦି ଆପଣ ପାର୍ବଣ ଋତୁରେ ବାଇକ୍ କିମ୍ବା ସ୍କୁଟି କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅ0ଛି । ବାସ୍ତବରେ, ଫେଡେରାଲ୍ ବ୍ୟାଙ୍କ ଏକ ସୁବିଧା ଆଣିଛି । ଯେଉଁଥିରେ ଗ୍ରାହକମାନେ ମାତ୍ର ୧ ଟଙ୍କା ଦେୟରେ ଦୁଇ ଚକିଆ ଯାନ କିଣି ପାରିବେ । ଆସନ୍ତୁ ଏହି ସ୍କିମ୍ ବିଷୟରେ ବିସ୍ତୃତ ଭାବରେ ଜାଣିବା...

2/6

ବାସ୍ତବରେ, ଫେଡେରାଲ୍ ବ୍ୟାଙ୍କ ଗ୍ରାହକଙ୍କୁ ଡେବିଟ୍ କାର୍ଡ EMI ରେ ବାଇକ୍ କିମ୍ବା ସ୍କୁଟର କିଣିବାର ସୁବିଧା ଦେଇଛି । ଏହା କହିବାକୁ ଗଲେ କେବଳ ଫେଡେରାଲ ବ୍ୟାଙ୍କ କାର୍ଡ ରଖିଥିବା ଗ୍ରାହକମାନେ ଏଥିପାଇଁ ଯୋଗ୍ୟ ହେବେ ।

3/6

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଗ୍ରାହକ ହିରୋ ମୋଟୋକର୍ପ, ହୋଣ୍ଡା ମୋଟରସାଇକେଲ ଏବଂ ଟିଭିଏସ୍ ମୋଟରର ଦେଶସାରା ଥିବା ୯୪୭ ଶୋ'ରୁମରୁ ୧ ଟଙ୍କାର ପେମେଣ୍ଟ କରି ଦୁଇ ଚକିଆ ଯାନ କିଣିବାକୁ ସକ୍ଷମ ହେବେ ।

4/6

ବ୍ୟାଙ୍କ ଅନୁଯାୟୀ, ନା କୌଣସି କାଗଜ କାମ ଅଛି ନା ବ୍ୟାଙ୍କକୁ ଯିବାର ଆବଶ୍ୟକତା ରହିଛି । କୌଣସି ପ୍ରକ୍ରିୟାକରଣ ଶୁଳ୍କ ନଥିବାବେଳେ ଏହା ଏକ ସମ୍ପୂର୍ଣ୍ଣ ଅନଲାଇନ୍ ପ୍ରକ୍ରିୟା । ଡେବିଟ୍ କାର୍ଡ EMI ଦେୟ ପାଇଁ ବ୍ୟାଙ୍କ ଗ୍ରାହକମାନେ 3/6/9/12 ମାସ ଅବଧି ପାଇଁ ଚୟନ କରିପାରିବେ ।

5/6

ଫେଡେରାଲ୍ ବ୍ୟାଙ୍କର ଗ୍ରାହକମାନେ ଏହି ସୁବିଧା ପାଇଁ ଯୋଗ୍ୟ କି ନାହିଁ ଜାଣିବା ପାଇଁ ସେମାନଙ୍କୁ "DC-SPACE-EMI" ଲେଖି '5676762' କୁ ଏକ SMS ପଠାଇବାକୁ ପଡିବ । ଗ୍ରାହକମାନେ '7812900900' କୁ ମିସ୍ କଲ ମଧ୍ୟ ଦେଇପାରିବେ ।

6/6

ଗ୍ରାହକଙ୍କୁ ମଧ୍ୟ ହୋଣ୍ଡା ମୋଟରସାଇକେଲ ସ୍କୁଟର କିମ୍ବା ବାଇକ୍ କ୍ରୟ ଉପରେ ୫ ପ୍ରତିଶତ କ୍ୟାସବ୍ୟାକ୍ ପ୍ରଦାନ କରୁଛି । ଏଥିପାଇଁ ସର୍ବନିମ୍ନ କ୍ରୟ ପରିମାଣ ୩୦,୦୦୦ ଟଙ୍କା ହେବା ଉଚିତ । ଏକ କାର୍ଡରେ ସର୍ବାଧିକ କ୍ୟାସବ୍ୟାକ୍ ପରିମାଣ ୫,୦୦୦ ଟଙ୍କା ହେବ ।