Russia-Ukraine War, Chemical War: ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ (UK Defense Ministry) ସୋମବାର ଏକ ଟ୍ୱିଟରେ କହିଛି ଯେ, ଋଷର ସେନା (Russian Troops) ଉପରେ ହୋଇଥିବା ଫେକ୍ ବା ମିଛ ଆକ୍ରମଣର ପ୍ରତିକ୍ରିୟାରେ ଋଷ (Russia) ୟୁକ୍ରେନ (Ukraine) ରେ ରାସାୟନିକ କିମ୍ବା ଜୈବିକ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରିପାରେ । ତେବେ ଏହି ଦାବିକୁ ସମର୍ଥନ କରିବାକୁ ବ୍ରିଟେନ ପକ୍ଷରୁ କୌଣସି ପ୍ରମାଣ ପ୍ରଦାନ କରାଯାଇ ନାହିଁ । ଏହାକୁ ଏକ ଇଣ୍ଟେଲିଜେନ୍ସ ଅପଡେଟ୍ କୁହାଯାଏ ।
Trending Photos
ନୂଆଦିଲ୍ଲୀ: Russia-Ukraine War, Chemical War: ଲଗାତାର ୨୦ ଦିନ ଧରି ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧ ଚାଲିଛି । ଏହି ସମୟରେ ୟୁକ୍ରେନରେ ରାସାୟନିକ ଯୁଦ୍ଧ (Chemical War) କୁ ନେଇ ଚର୍ଚ୍ଚା ଜୋର ଧରିଛି । ବ୍ରିଟେନ (Britain) ଅଭିଯୋଗ କରିଛି ଯେ, ଋଷ ୟୁକ୍ରେନ ଉପରେ ରାସାୟନିକ ଅସ୍ତ୍ର (Chemical Weapons) ରେ ଆକ୍ରମଣ କରିପାରେ । ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ ମନେ କରୁଛି ଯେ ଋଷ ୟୁକ୍ରେନରେ ଜୈବିକ କିମ୍ବା ରାସାୟନିକ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଛି ।
ସେପଟେ ଆମେରିକା (America) ପୂର୍ବରୁ ହିଁ ଋଷ (Russia) ଉପରେ ରାସାୟନିକ ଅସ୍ତ୍ର (Chemical Weapons) ବ୍ୟବହାର କରିବାକୁ ଯୋଜନା କରୁଥିବାର ଅଭିଯୋଗ କରିଛି । ଋଷର ସୈନିକମାନେ (Russian Soldiers) ୟୁକ୍ରେନ (Ukraine) ର ବିଭିନ୍ନ ସହରକୁ ଟାର୍ଗେଟ କରୁଛନ୍ତି । ୟୁକ୍ରେନ ଅଭିଯୋଗ କରିଛି ଯେ ପୂର୍ବ ଲୁହାନସ୍କର ପପାସନା ସହର (Popasna Town) ରେ ଧଳା ଫସଫରସ୍ ବୋମା (White Phosphorus Bombs) ବ୍ୟବହାର କରାଯାଇଛି ଯାହା ମଣିଷ ପାଇଁ ଅତ୍ୟନ୍ତ ମାରାତ୍ମକ ଅଟେ ।
ବ୍ରିଟେନର ପ୍ରତିରକ୍ଷା ମନ୍ତ୍ରଣାଳୟ (UK Defense Ministry) ସୋମବାର ଏକ ଟ୍ୱିଟରେ କହିଛି ଯେ, ଋଷର ସେନା (Russian Troops) ଉପରେ ହୋଇଥିବା ଫେକ୍ ବା ମିଛ ଆକ୍ରମଣର ପ୍ରତିକ୍ରିୟାରେ ଋଷ (Russia) ୟୁକ୍ରେନ (Ukraine) ରେ ରାସାୟନିକ କିମ୍ବା ଜୈବିକ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରିପାରେ । ତେବେ ଏହି ଦାବିକୁ ସମର୍ଥନ କରିବାକୁ ବ୍ରିଟେନ ପକ୍ଷରୁ କୌଣସି ପ୍ରମାଣ ପ୍ରଦାନ କରାଯାଇ ନାହିଁ । ଏହାକୁ ଏକ ଇଣ୍ଟେଲିଜେନ୍ସ ଅପଡେଟ୍ କୁହାଯାଏ ।
ଏହାପୂର୍ବରୁ ଆମେରିକାର ଅଧିକାରୀମାନେ ମଧ୍ୟ ଋଷ ବିରୋଧରେ ୟୁକ୍ରେନ ଉପରେ ଜୈବିକ ଅସ୍ତ୍ର ବ୍ୟବହାର କରିବାକୁ ଯୋଜନା କରୁଥିବାର ବୟାନ ଦେଇଛନ୍ତି । ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଟ୍ୱିଟର ପୋଷ୍ଟରେ କୁହାଯାଇଛି ଯେ ୟୁକ୍ରେନ ବିରୁଦ୍ଧରେ ଏକ ମନଗଢ଼ା ଆକ୍ରମଣର ପ୍ରମାଣ ମାଧ୍ୟମରେ ଏହି ଅପରେସନ କରାଯାଇପାରେ ।
ଏହା ବି ପଢ଼ନ୍ତୁ:-ହିଜାବ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଦେଲେ ଏହି ଗୁରୁତ୍ୱପୂର୍ଣ୍ଣ ରାୟ
ଏହା ବି ପଢ଼ନ୍ତୁ:-ୟୁକ୍ରେନ ସହ ଯୁଦ୍ଧ ପଡ଼ିଲା ମହଙ୍ଗା! ବର୍ତ୍ତମାନ ଋଷ ଭାରତର ପଡ଼ୋଶୀ ଦେଶଠୁ ମାଗିଲା ସହାୟତାର ଭିକ
ଏହା ବି ପଢ଼ନ୍ତୁ:-ଭାଙ୍ଗିଯିବ ଇମ୍ରାନ ସରକାର! ମାର୍ଚ୍ଚ ୨୮ରେ ଦେବେ ଅଗ୍ନି ପରୀକ୍ଷା
ଏହା ବି ପଢ଼ନ୍ତୁ:-କୋରୋନା ଭୂତାଣୁର ନୂଆ ଭାରିଆଣ୍ଟକୁ ନେଇ କଡ଼ା ଚେତାବନୀ ଜାରି କଲା WHO
ଏଠାରେ କହି ରଖୁଛୁ ଯେ, ଋଷ (Russia) ମଧ୍ୟ ୟୁକ୍ରେନ ଉପରେ ରାସାୟନିକ ଓ ଜୈବିକ ଅସ୍ତ୍ରଶସ୍ତ୍ର ଉପରେ ଅନୁସନ୍ଧାନ କରୁଥିବାର ଅଭିଯୋଗ ଆଣିଛି । ମିଳିତ ଜାତିସଂଘ (United Nations:UN) ଶୁକ୍ରବାର କହିଛି ଯେ ତା' ପାଖରେ କୌଣସି ପ୍ରମାଣ ନାହିଁ ଯେ ୟୁକ୍ରେନର ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମ ଜାରି ରହିଛି । ଆମେରିକା ଓ ଏହାର ସହଯୋଗୀମାନେ ଋଷ ଉପରେ ନିଜର ଜୈବିକ କିମ୍ବା ରାସାୟନିକ ଆକ୍ରମଣକୁ ଆରମ୍ଭ କରିବାର ସମ୍ଭାବିତ ପ୍ରସ୍ତାବ ରୂପରେ ଅପ୍ରମାଣିକ ଦାବିକୁ ପ୍ରଚାର କରିଥିବାର ଅଭିଯୋଗ କରିଛନ୍ତି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ଋଷକୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଋଷର ସୈନ୍ୟବାହିନୀ ୟୁକ୍ରେନ ବିରୁଦ୍ଧରେ ରାସାୟନିକ ଅସ୍ତ୍ର ବ୍ୟବହାର କରନ୍ତି ତେବେ ଏହାର ବଡ଼ ମୂଲ୍ୟ ଦେବାକୁ ପଡ଼ିବ ।