Putin On Nuclear War: ପୁଟିନ କେବେ ୟୁକ୍ରେନ ଉପରେ କରିବେ ପରମାଣୁ ଆକ୍ରମଣ; ମିଟିଂରେ ସମସ୍ତଙ୍କ ସାମ୍ନାରେ କହିଲେ
Advertisement

Putin On Nuclear War: ପୁଟିନ କେବେ ୟୁକ୍ରେନ ଉପରେ କରିବେ ପରମାଣୁ ଆକ୍ରମଣ; ମିଟିଂରେ ସମସ୍ତଙ୍କ ସାମ୍ନାରେ କହିଲେ

Russia-Ukraine War: ଋଷକୁ ମଧ୍ୟ ଏହି ଯୁଦ୍ଧରେ ବଡ଼ କ୍ଷତି ସହିବାକୁ ପଡ଼ିଛି । ଏହି ସମୟରେ ସାରା ଦୁନିଆରେ ପରମାଣୁ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଅର୍ଥାତ ଡିସେମ୍ୱର ୮ରେ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । 

Putin On Nuclear War: ପୁଟିନ କେବେ ୟୁକ୍ରେନ ଉପରେ କରିବେ ପରମାଣୁ ଆକ୍ରମଣ; ମିଟିଂରେ ସମସ୍ତଙ୍କ ସାମ୍ନାରେ କହିଲେ

Vladimir Putin On Nuclear War: ଦୀର୍ଘ ୧୦ ମାସ ହେବ ଋଷ ଓ ୟୁକ୍ରେନ (Russia-Ukraine War) ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଏହି ଯୁଦ୍ଧରେ ୟୁକ୍ରେନର ବଡ଼ ବଡ଼ ସହର ଧ୍ୱଂସାବଶେଷର ପରିଣତ ହୋଇସାରିଛି । ଋଷ ଲଗାତର ୟୁକ୍ରେନ ଉପରେ ନିଜର ଆକ୍ରମଣ ଜାରି ରଖିଛି । ଋଷ (Russia) କୁ ମଧ୍ୟ ଏହି ଯୁଦ୍ଧରେ ବଡ଼ କ୍ଷତି ସହିବାକୁ ପଡ଼ିଛି । ଏହି ସମୟରେ ସାରା ଦୁନିଆରେ ପରମାଣୁ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବୁଧବାର ଅର୍ଥାତ ଡିସେମ୍ୱର ୮ରେ ୟୁକ୍ରେନ ବିରୋଧରେ ଯୁଦ୍ଧକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଋଷ ରାଷ୍ଟ୍ରପତି (Russian President) ଭ୍ଲାଦିମିର ପୁଟିନ (Vladimir Putin) କହିଛନ୍ତି ଯେ, "ପରମାଣୁ ଯୁଦ୍ଧ (Nuclear War) କୁ ନେଇ ଟେନସନ ବୃଦ୍ଧି ପାଉଛି । କିନ୍ତୁ ଆମେ ପାଗଳ ନୁହେଁ । ଋଷ ୟୁକ୍ରେନ ବିରୋଧ ଯୁଦ୍ଧରେ ପରମାଣୁ ଅସ୍ତ୍ର ((Nuclear Weapons) ର ବ୍ୟବହାର କରିବ ନାହିଁ ।"

ୟୁକ୍ରେନ ଆକ୍ରମଣର ୧୦ ମାସ ପରେ ଋଷର ରାଷ୍ଟ୍ରପତି (Russia President) ପୁଟିନ (Putin) ଚେତାବନୀ ଦେଇଛନ୍ତି ଯେ,  ଯୁଦ୍ଧ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିପାରେ । ଫେବୃଆରୀ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଋଷ ଯୁଦ୍ଧରେ ଅନେକ ସାମରିକ ଲକ୍ଷ୍ୟ ହାସଲ କରିପାରି ନାହିଁ । ଏହା ପରେ ଆଶଙ୍କା କରାଯାଉଥିଲା ଯେ ଋଷ (Russia) ଯୁଦ୍ଧ ଜିତିବା ପାଇଁ ପରମଣୁ ଅସ୍ତ୍ର (Nuclear Weapons) ବ୍ୟବହାର କରିପାରେ । ବୁଧବାର ମାନବ ଅଧିକାର ପରିଷଦର ଏକ ବୈଠକରେ ଭ୍ଲାଦିମିର ପୁଟିନ କହିଛନ୍ତି ଯେ, "ଆମେ ପାଗଳ ନୁହେଁ । ଆମେ ଜାଣିଛୁ ପରମାଣୁ ଅସ୍ତ୍ର କ’ଣ ହୋଇଥାଏ । ଆମେ ସାରା ଦୁନିଆରେ ଦୌଡ଼ୁଥିବା ସମୟରେ ଏପରି କରିବାକୁ ଯାଉନାହୁଁ ।" 

କିନ୍ତୁ ଭ୍ଲାଦିମିର ପୁଟିନ (Vladimir Putin) ବଢୁଥିବା ଉତ୍ତେଜନାକୁ ସ୍ୱୀକାର କରି କହିଛନ୍ତି ଯେ, "ଏହି ପ୍ରକାରର ବିପଦ ବଢ଼ୁଛି । ଏହାକୁ ଏଠାରେ କାହିଁକି ରହସ୍ୟ କରାଯିବ?" ପୁଟିନ କହିଛନ୍ତି ଯେ, "ଋଷ ପରମାଣୁ ଅସ୍ତ୍ରର ବ୍ୟବହାର ଶତ୍ରୁ ଆକ୍ରମଣ ପରେ କରିବ । ଯେତେବେଳେ ଆମ ଉପରେ ଆକ୍ରମଣ କରାଯିବ, ସେତେବେଳେ ଆମେ ମଧ୍ୟ ଏହାର ପାଲଟା ଆକ୍ରମଣ କରିବୁ । କିନ୍ତୁ ଆମେ କୌଣସି ପରିସ୍ଥିତିରେ ଏହାର ପ୍ରଥମ ବ୍ୟବହାର କରିବୁ ନାହିଁ, ତେବେ ଆମେ ଏହାକୁ ବ୍ୟବହାର କରିବାରେ ଦ୍ୱିତୀୟ ହେବୁ ନାହିଁ କାରଣ ଆମ ଦେଶ ବିରୁଦ୍ଧରେ ପରମାଣୁ ଆକ୍ରମଣ ହେଲେ ସେମାନଙ୍କୁ ବ୍ୟବହାର କରିବାର ସମ୍ଭାବନା ବହୁତ ସୀମିତ ହେବ ।"

ଏହା ବି ପଢ଼ନ୍ତୁ:-ଭାରତ-ବାଂଲାଦେଶ ତୃତୀୟ ଦିନିକିଆ ହେବ ବାତିଲ? ଜାଣନ୍ତୁ କେମିତି ରହିବ ଚଟ୍ଟଗ୍ରାମର ପାଣିପାଗ

ଏହା ବି ପଢ଼ନ୍ତୁ:-ହିମାଚଳରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଗୁଜୁରାଟରେ ପରାଜୟକୁ ନେଇ ବି କହିଲେ ଏପରି କିଛି

ଏହା ବି ପଢ଼ନ୍ତୁ:-ବିଶ୍ୱକପରୁ ପାକିସ୍ତାନ ହେଲା ବାହାର, ଭାରତ ଭିସା ଦେବାକୁ କଲା ମନା

 

ଋଷ ରାଷ୍ଟ୍ରପତି ପୁଟିନ (Putin) ଙ୍କ ଏହି ବୟାନ ଉପରେ ଆମେରିକା (America) ମଧ୍ୟ ପ୍ରତିକ୍ରିୟା ରଖିଛି । ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ କହିଛନ୍ତି ଯେ, ଆମକୁ ଲାଗୁଛି କି ପରମାଣୁ ଅସ୍ତ୍ରଶସ୍ତ୍ର ବିଷୟରେ କୌଣସି ହାଲୁକା କଥାବାର୍ତ୍ତା କରିବା ସମ୍ପୂର୍ଣ୍ଣ ଦାୟିତ୍ୱହୀନ । ଏହା ବିପଜ୍ଜନକ ଓ ଶୀତଳ ଯୁଦ୍ଧ ପରଠାରୁ ପରମାଣୁ ବିସ୍ତାର ନକରିବା ସର୍ତ୍ତ ମୂଳରେ ରହିଥିବା ବୟାନର ଆତ୍ମା ​​ବିରୁଦ୍ଧରେ ଯାଉଛି ।