ସର୍ଭେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଦର ପସନ୍ଦ ବିଷୟରେ ପଚରାଯାଇଥିଲା, ତେବେ ଏଥର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।
Trending Photos
ନୂଆଦିଲ୍ଲୀ: ଆଉ ଅଳ୍ପ ଦିନର ଅପେକ୍ଷା । ୫ଟି ରାଜ୍ୟରେ ଆରମ୍ଭ ରାଜୈନିତକ ଲଢ଼େଇ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ଏହି କ୍ରମରେ ଦେଶର ବୃହତ୍ତମ ରାଜ୍ୟ ଉତ୍ତର ପ୍ରଦେଶରେ ମଧ୍ୟ ଚଳିତ ପ୍ରାରମ୍ଭରେ ବିଧାନ ସଭା ନିର୍ବାଚନ (Uttar Pradesh Assembly Election 2022) ହେବାର ଅଛି । ଏହା ପୂର୍ବରୁ ସି ଭୋଟର ଜନସାଧାରଣଙ୍କ ମୁଡ୍ ଜାଣିବାକୁ କ୍ରମାଗତ ଭାବରେ ଚେଷ୍ଟା କରୁଛି । ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ମହଲରେ ଦ୍ରୁତ ଗତି ପରିବର୍ତ୍ତନରେ ଆସୁଛି ଓ ଜନତା ମଧ୍ୟ ନିଜ ମୁଡରେ ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ କରୁଛନ୍ତି । ଏଭଳି ପରିସ୍ଥିତିରେ ସି ଭୋଟର ସର୍ଭ ମାଧ୍ୟମରେ ଜାଣିବାକୁ ଚେଷ୍ଟା କରୁଛି ଯେ ବର୍ତ୍ତମାନ ସମୟରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପ୍ରଥମ ପସନ୍ଦ କିଏ?
ସର୍ଭେ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଦର ପସନ୍ଦ ବିଷୟରେ ପଚରାଯାଇଥିଲା, ତେବେ ଏଥର ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ଯେ ସିଏମ୍ ପୋଷ୍ଟର ପସନ୍ଦ ପ୍ରସଙ୍ଗରେ ଅଖିଳେଶ ଯାଦବ (Akhilesh Yadav) ଓ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇଛି । ପସନ୍ଦ ପ୍ରସଙ୍ଗରେ ଅଖିଳେଶ ଯାଦବଙ୍କ ପାଇଁ ଏକ ଝଟକା ଭାବେ ଦେଖାଯାଉଛି ।
ଏହା ବି ପଢ଼ନ୍ତୁ:-ଏଣିକି ବିନା ଇଣ୍ଟରନେଟରେ ପଠାଇପାରିବେ ଟଙ୍କା, ଜାଣନ୍ତୁ ସଂପୂର୍ଣ୍ଣ ପ୍ରକ୍ରିୟା
ଏହା ବି ପଢ଼ନ୍ତୁ:-କୋରୋନା ମାମଲାରେ ପୁଣି ବୃଦ୍ଧି: ଦିନକରେ ଚିହ୍ନଟ ହେଲା ୩୭,୩୭୯ ମାମଲା, ଆଖି ବୁଜିଲେ ୧୨୪ ସଂକ୍ରମିତ
ଏହା ବି ପଢ଼ନ୍ତୁ:-ୟୁପିରେ ନିର୍ବାଚନ ଲଢ଼ିବାକୁ ନେଇ ବଡ଼ ବୟାନ ଦେଲେ ରାକେଶ ଟିକାୟତ, ଜାଣନ୍ତୁ କ'ଣ କହିଲେ...
ସର୍ଭେ ତଥ୍ୟ ଅନୁଯାୟୀ, ସିଏମ୍ ଭାବରେ ୪୪ ପ୍ରତିଶତ ଲୋକଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ଭାରତୀୟ ଜନତା ଦଳ (BJP) ର ଯୋଗୀ ଆଦିତ୍ୟନାଥ (Yogi Adityanath) । ଏଥି ସହିତ ୩୨ ପ୍ରତିଶତ ଲୋକ ସମାଜବାଦୀ ପାର୍ଟି (SP) ର ଅଖିଳେଶ ଯାଦବଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି କହିଛନ୍ତି । ଯେଉଁମାନେ ବହୁଜନ ସମାଜବାଦୀ ପାର୍ଟି (BSP) ର ମାୟାବତୀ (Mayawati) ଙ୍କୁ ପସନ୍ଦ କରନ୍ତି ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ବର୍ତ୍ତମାନ ସୁଦ୍ଧା କେବଳ ୧୫ ପ୍ରତିଶତ ଲୋକ ମାୟାବତୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି ।