ପୁଣି କଂଗ୍ରେସକୁ କାହିଁକି ଫେରିଲେ ସଚିନ, ଜାଣନ୍ତୁ ରାହୁଲ-ପାଇଲଟଙ୍କ ମଧ୍ୟରେ କ'ଣ ହୋଇଛି ଡିଲ୍ ?
Advertisement
Article Detail0/zeeodisha/odisha726656

ପୁଣି କଂଗ୍ରେସକୁ କାହିଁକି ଫେରିଲେ ସଚିନ, ଜାଣନ୍ତୁ ରାହୁଲ-ପାଇଲଟଙ୍କ ମଧ୍ୟରେ କ'ଣ ହୋଇଛି ଡିଲ୍ ?

ଦଳର ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ବୟାନରେ କୁହାଯାଇଛି ଯେ, "ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କୁ ଭେଟି ତାଙ୍କୁ ନିଜ ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଜଣାଇଛନ୍ତି । ଉଭୟଙ୍କ ମଧ୍ୟରେ ଏକ ସ୍ପଷ୍ଟ, ଖୋଲା ଏବଂ ନିର୍ଣ୍ଣାୟକ ବାର୍ତ୍ତାଳାପ ହୋଇଥିଲା ।"

ପୁଣି କଂଗ୍ରେସକୁ କାହିଁକି ଫେରିଲେ ସଚିନ, ଜାଣନ୍ତୁ ରାହୁଲ-ପାଇଲଟଙ୍କ ମଧ୍ୟରେ କ'ଣ ହୋଇଛି ଡିଲ୍ ?

ତମାଲ ବାକଚି, ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ରାଜସ୍ଥାନରେ ଚାଲୁଥିଲା ଥିଲା ହାଇଭୋଲଟେଜ୍ ରାଜନୈତିକ ଡ୍ରାମା । ବର୍ତ୍ତମାନ ଏଥିରେ ବିରାମ ଲାଗିଛି । କାରଣ ଗତକାଲି(ସୋମବାର)  ପୂର୍ବତନ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ(Sachin Pilot)ଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ(Former Congress President) ରାହୁଲ ଗାନ୍ଧୀ(Rahul Gandhi) ଓ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା(Priyanka Gandhi Vadra) ସାକ୍ଷାତ କରିଛନ୍ତି ।  ଏହା ପରେ କଂଗ୍ରେସ ଅଧ୍ୟକ୍ଷା(Congress President) ସୋନିଆ ଗାନ୍ଧୀ(Sonia Gandhi) ତିନିଜଣିଆ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ପାଇଲଟ ଏବଂ ସେମାନଙ୍କ ସମର୍ଥକ ବିଧାୟକମାନଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାର ସମାଧାନ କରିବା ।

ଦଳର ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲଙ୍କ ବୟାନରେ କୁହାଯାଇଛି ଯେ, "ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କୁ ଭେଟି ତାଙ୍କୁ ନିଜ ସମସ୍ୟା ବିଷୟରେ ବିସ୍ତୃତ ଭାବରେ ଜଣାଇଛନ୍ତି । ଉଭୟଙ୍କ ମଧ୍ୟରେ ଏକ ସ୍ପଷ୍ଟ, ଖୋଲା ଏବଂ ନିର୍ଣ୍ଣାୟକ ବାର୍ତ୍ତାଳାପ ହୋଇଥିଲା ।"

ଅଧିକ ପଢ଼ନ୍ତୁ:-ଟଳିଲା ସଙ୍କଟ, ପୁଣି କଂଗ୍ରେସ ପାଇଁ ବ୍ୟାଟିଂ କରିବେ ସଚିନ !

ଭେଣୁଗୋପାଲଙ୍କ କହିବାନୁସାରେ, ''ସଚିନ ପାଇଲଟ ରାଜସ୍ଥାନରେ କଂଗ୍ରେସ ଦଳ ଏବଂ କଂଗ୍ରେସ ସରକାରଙ୍କ ସ୍ୱାର୍ଥରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଷ୍ପତ୍ତି ନେଇଛନ୍ତି ଯେ ପାଇଲଟ ଏବଂ ଅନ୍ୟ ଅସନ୍ତୁଷ୍ଟ ବିଧାୟକଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟାର ନିରାକରଣ ତଥା ଉଚିତ ସମାଧାନ ପାଇଁ ଅଲ ଇଣ୍ଡିଆ କଂଗ୍ରେସ କମିଟି ତିନିଜଣିଆ କମିଟି ଗଠନ କରିବ ।''

ଅନ୍ୟପକ୍ଷେ ପାଇଲଟ କ୍ୟାମ୍ପର ବିଧାୟକମାନେ ଖୁବ୍ ଶୀଘ୍ର ଜୟପୁରକୁ ଫେରିବେ ବୋଲି ଖବର ରହିଛି । ପାଇଲଟ କ୍ୟାମ୍ପର ବରିଷ୍ଠ ନେତା ଭମ୍ୱର ଲାଲ ଶର୍ମା ଗତକାଲି ସିଏମ ଅଶୋକ ଗେହଲଟଙ୍କୁ ଭେଟିଥିଲେ । ସିଏମଙ୍କୁ ଭେଟିବା ପରେ ଶର୍ମା କହିଛନ୍ତି ଯେ, "ଗେହଲଟ୍ ଦଳର ମୁଖ୍ୟ ଏବଂ ବର୍ତ୍ତମାନ ତାଙ୍କ ଭିତରେ କୌଣସି ପ୍ରକାରର ଅସନ୍ତୋଷ ନାହିଁ । କୌଣସି କ୍ୟାମ୍ ନଥିଲା କିମ୍ବା କେହି ବନ୍ଦୀ ନଥିଲେ । ଭମ୍ୱର ଲାଲଙ୍କୁ କେହି କଏଦ କରି ରଖି ପାରିବେ ନାହିଁ । ମୁଁ ନିଜ ଇଚ୍ଛାରେ ସେଠାକୁ ଯାଇଥିଲି, ମୁଁ ନିଜ ଇଚ୍ଛାରେ ଏଠାକୁ ଆସିଛି ।"

ଅଧିକ ପଢ଼ନ୍ତୁ:-ରାଜସ୍ଥାନ ରାଜନୈତିକ ସଙ୍କଟ: ନିଜ ଜାଲରେ ଫସିଲା ବିଜେପି ?

ଅନ୍ୟପଟେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କାରଣରୁ ରାହୁଲ ଗାନ୍ଧୀ ଏବଂ ସଚିନ ପାଇଲଟଙ୍କ ସାକ୍ଷାତ ମଧ୍ୟ ସମ୍ଭବ ହୋଇପାରିଛି । ଏହି ସାକ୍ଷାତ ବେଳେ ଯେ ଡିଲ୍ ଉଭୟଙ୍କ ମଧ୍ୟରେ ହୋଇଛି ତାହା ଧୀରେ ଧୀରେ ଦେଖାଯିବ । କିନ୍ତୁ ରାଜସ୍ଥାନର ରାଜନୈତିକ ଡ୍ରାମାର ଏହି ସିଜନ୍ ସମାପ୍ତ ହୋଇସାରିଛି ।

ରାହୁଲ ସଚିନଙ୍କ କଥାକୁ ଯତ୍ନର ସହ ଶୁଣିଛନ୍ତି  ଏବଂ ସମସ୍ତ ସମସ୍ୟା ଦୂର କରିବାକୁ ପ୍ରତିଶୃତି ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାହୁଲ ଗାନ୍ଧୀ ପୁନର୍ବାର ସଚିନ ପାଇଲଟଙ୍କୁ ରାଜସ୍ଥାନ କଂଗ୍ରେସ ସଭାପତି ଏବଂ ଡେପୁଟି ସିଏମ ପଦର ଏଫର କରିଥିବାର ଖବର ସାମ୍ନାକୁ ଆସୁଛି । ଆଉ ହୁଏତ ଏହା କେବଳ କଂଗ୍ରେସରେ ହିଁ ସମ୍ଭବ ହୋଇପାରେ ।

ଅଧିକ ପଢ଼ନ୍ତୁ:-ପୁଣି ମୋଦି ସରକାର ଉପରେ କଡ଼ା ପ୍ରହାର କଲେ ରାହୁଲ, କହିଲେ ଏପରି କିଛି

ସଚିନ ପାଇଲଟଙ୍କୁ ଡେପୁଟି ସିଏମ ପଦ ଫେରି ପାଇବା କଷ୍ଟକର କାମ ନୁହେଁ । ମୁଖ୍ୟମନ୍ତ୍ରୀ କହିବା ପରେ ରାଜ ଭବନରେ ତାଙ୍କୁ ପୁଣିଥରେ ମନ୍ତ୍ରୀ ପଦର ଶପଥ ପାଠ କରାଯାଇ ହେବ । କିନ୍ତୁ ପ୍ରଦେଶ ଅଧ୍ୟକ୍ଷ ପଦ ପାଇଁ ମଧ୍ୟ ତାହା କରିବା ସହଜ ହେବ କି ?

ଏକ ମାସ ପାଇଁ କାହାକୁ ଦଳର ଅଧ୍ୟକ୍ଷ କରିବା ପରେ, ତାଙ୍କୁ ହଟାଇବା ଏବଂ ପରେ ସଚିନଙ୍କୁ ସେହି ଚେୟାରରେ ବସାଇବା ମଧ୍ୟ ସହଜ ହେବ କି ? ଏପର୍ଯ୍ୟନ୍ତ ସଚିନ୍ ପାଇଲଟ୍ ଏବଂ ଅଶୋକ ଗେହଲଟ୍ ପରସ୍ପର ମଧ୍ୟରେ ଲଢ଼େଇ କରୁଥିଲେ । ବର୍ତ୍ତମାନ ଜଣେ ନୂତନ ଖେଳାଳିଙ୍କୁ ମଧ୍ୟ ଫିଲ୍ଡିଂ କରିବା କେଉଁଠାରେ ବୁଦ୍ଧିମାନ କାମ ହେବ ?

ଅଧିକ ପଢ଼ନ୍ତୁ:-'ପୂର୍ବପରି ବିଶ୍ୱାସଘାତକତା କଲେ ମୋଦି ସରକାର'

ସଚିନ ପାଇଲଟ ବିଜେପି ଏବଂ ବସୁନ୍ଧରା ରାଜେଙ୍କ ବିରୋଧରେ ବର୍ଷ ବର୍ଷ ଧରି ଲଢ଼େଇ କରି କଂଗ୍ରେସକୁ କ୍ଷମତା ଆଣିଛି । ତଥାପି ସେ ରାଜସ୍ଥାନର ଜଣେ ବାହ୍ୟ ବ୍ୟକ୍ତି ଭାବରେ ବିବେଚିତ ହେଉଛନ୍ତି । ଅଶୋକ ଗେହଲଟ୍ ମଧ୍ୟ ଏହି କାରଣରୁ ପାଇଲଟଙ୍କୁ ମାତ୍ ଦେବାରେ ସଫଳ ହେଉଛନ୍ତି । ଗୋବିନ୍ଦ ଦୋଟାସରାଙ୍କୁ ପିସିସି ସଭାପତି ପଦରୁ ହଟାଇ ସଚିନଙ୍କୁ ସେହି ସ୍ଥାନରେ ପୁଣିଥରେ ବସାଇବା ଦ୍ୱାରା  ସମର୍ଥକଙ୍କ ମଧ୍ୟରେ ଭୁଲ ବାର୍ତ୍ତା ଯିବ ନାହିଁ କି ?