UP Assembly Election 2022: ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ ।
Trending Photos
ବରେଲି: UP Assembly Election 2022: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ପାଇଁ ପ୍ରଥମ ପର୍ଯ୍ୟାୟର ମତଦାନ ଶେଷ ହୋଇସାରିଛି । ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟର ମତଦାନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରଚାରରେ ଲାଗିଛନ୍ତି । ଏହି ସମୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ (Samajwadi Party National President) ଅଖିଳେଶ ଯାଦବ (Akhilesh Yadav) ଏକ ବଡ଼ ବୟାନ ଦେଇଛନ୍ତି । ପାର୍ଟି ପାଇଁ ପ୍ରଚାର କରିବା ପାଇଁ ଅଖିଳେଶ ଯାଦବ ୟୁପିରେ ବରେଲିରେ ପହଞ୍ଚିଥିଲେ । ସେଠାରେ ସେ କହିଛନ୍ତି ଯେ ଯେଉଁମାନେ ଆଇନ ଭଙ୍ଗ କରୁଛନ୍ତି ସେମାନେ ସମାଜବାଦୀ ପାର୍ଟି (SP) କୁ ଭୋଟ୍ ଦିଅନ୍ତୁ ନାହିଁ ।
ଏସପି ସୁପ୍ରିମୋ ଅଖିଲେଶ ଯାଦବ (Akhilesh Yadav) କହିଛନ୍ତି ଯେ, ଯେଉଁମାନେ ନିୟମ ଭଙ୍ଗ କରୁଛନ୍ତି ସେମାନେ ସମାଜବାଦୀ ପାର୍ଟି (SP) ଙ୍କୁ ଭୋଟ୍ ଦିଅନ୍ତୁ ନାହିଁ । ମତଦାନର ପ୍ରଥମ ପର୍ଯ୍ୟାୟ ପରେ ଫଳାଫଳ ୧୦ ମାର୍ଚ୍ଚରେ ନୁହେଁ, ବରଂ ଫେବୃଆରୀ ୧୦ରେ ଆସିଯାଇଛି । ମେଣ୍ଟ ସରକାର ଗଠନ ହେବାକୁ ଯାଉଛି । କୃଷକ, ଯୁବକ ଏବଂ ସମସ୍ତ ବର୍ଗର ଲୋକମାନଙ୍କ ସମର୍ଥନ ମିଳୁଛି । ଦୁର୍ନୀତିକୁ ଦ୍ୱିଗୁଣିତ କରିବା ପାଇଁ ଡବଲ୍ ଇଞ୍ଜିନ୍ ସରକାର କାର୍ଯ୍ୟ କରିଛନ୍ତି ।
ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗଙ୍କ କହିବାନୁସାରେ, ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୬୦.୧୭ ପ୍ରତିଶତ ମତଦାନ ହୋଇଛି । ମତଦାନ ହୋଇଥିବା ୧୧ଟି ଜିଲ୍ଲା ମଧ୍ୟରୁ ଆଗ୍ରାରେ ୬୦.୨୩ ପ୍ରତିଶତ, ଆଲିଗଡରେ ୬୦.୪୯ ପ୍ରତିଶତ, ବାଗପତରେ ୬୧.୨୫ ପ୍ରତିଶତ, ବୁଲନ୍ଦଶହରରେ ୬୦.୫୭ ପ୍ରତିଶତ, ଗୌତମ ବୁଦ୍ଧ ନଗରରେ ୫୪.୩୮ ପ୍ରତିଶତ, ଗାଜିଆବାଦରେ ୫୨.୪୩ ପ୍ରତିଶତ ଏବଂ ହାପୁରରେ ୬୦.୫୩ ପ୍ରତିଶତ ମତଦାନ ହୋଇଛି ।
ନିର୍ବାଚନ ଆୟୋଗର ତଥ୍ୟରୁ ଜଣାପଡିଛି ଯେ ମଥୁରାରେ ୬୦.୯୦ ପ୍ରତିଶତ, ମେରୁଟରେ ୬୦ ପ୍ରତିଶତ, ମୁଜାଫରନଗରରେ ୬୫.୩୨ ପ୍ରତିଶତ ଏବଂ ଶାମଲିରେ ୬୬.୧୪ ପ୍ରତିଶତ ମତଦାନ ହୋଇଛି ।
ଏହା ବି ପଢ଼ନ୍ତୁ:-ଋଷର ଏହି ପଦକ୍ଷେପ ଯୁଦ୍ଧ ଆଶଙ୍କାକୁ ଦେଲା ଆହୁରି ବଢ଼ାଇ! ଚିନ୍ତାରେ ୟୁକ୍ରେନ
ଏହା ବି ପଢ଼ନ୍ତୁ:-ଏହି ୮ ଷ୍ଟାର କ୍ରିକେଟରଙ୍କ କଳା କାରନାମା ଯୋଗୁଁ ବଦନାମ ହୋଇଛି କ୍ରିକେଟ! ତାଲିକାରେ ରହିଛି ଏହି ୨ ପାକିସ୍ତାନୀ କ୍ରିକେଟରଙ୍କ ନାଁ
ଏହା ବି ପଢ଼ନ୍ତୁ:-'ଚରିତ୍ରହୀନ'ର ପ୍ରତ୍ୟେକ ସିନ୍ ଅତ୍ୟନ୍ତ ବୋଲ୍ଡ, ଭୁଲରେ ବି ଦେଖନ୍ତୁନି ପରିବାର ସହ
ଏହା ବି ପଢ଼ନ୍ତୁ:-OTT ରେ ରହିଛି ଏହି ୭ଟି ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ
ସୂଚନାଯୋଗ୍ୟ, ୟୁପି ବିଧାନସଭାରେ ମୋଟ ୪୦୩ଟି ଆସନ ଅଛି ଯେଉଁଠାରେ ସାତୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ । ଉତ୍ତର ପ୍ରଦେଶରେ ଫେବୃଆରୀ ୧୦ରେ ପ୍ରଥମ ପର୍ଯ୍ୟାୟର ମତଦାନ ହେବ, ଫେବୃଆରୀ ୧୪ରେ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ପ୍ରଦେଶରେ ମତଦାନ ହେବ ଏହାସହ ଉତ୍ତରାଖଣ୍ଡରେ ଗୋଟିଏ ପର୍ଯ୍ୟାୟ, ଗୋଆରେ ଗୋଟିଏ ପର୍ଯ୍ୟାୟ ମତଦାନ ଶେଷ ହେବ ।
ଫେବୃଆରୀ ୨୦ରେ ଉତ୍ତର ପ୍ରଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ସେହିପରି ପଞ୍ଜାବରେ ଗୋଟିଏ ପର୍ଯ୍ୟାୟର ମତଦାନ ସହ ରାଜ୍ୟର ମତଦାନ ଶେଷ ହେବ । ଫେବୃଆରୀ ୨୩ରେ ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଫେବୃଆରୀ ୨୭ରେ ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ଓ ମଣିପୁରର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।