ତେବେ ଉତ୍ତରାଖଣ୍ଡ ନିର୍ବାଚନରେ ହରିଶ ରାୱତ (Harish Rawat) କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ଏପର୍ଯ୍ୟନ୍ତ କାହାର ନାମ ଘୋଷଣା କରିନାହିଁ ।
Trending Photos
ନୂଆଦିଲ୍ଲୀ: Uttarakhand Assembly Election 2022: ଆଗାମୀ ବର୍ଷରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ଅଛି । ଏଥିପାଇଁ ଚଳ ଚଞ୍ଚଳ ହୋଇଉଠିଛି ଏସବୁ ରାଜ୍ୟର ରାଜନୀତି । ସମସ୍ତ ରାଜନୈତିକ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିଛନ୍ତି । ଏଥିପାଇଁ ନେତାମାନେ ନିଜ ନିଜ ଦଳର ସ୍ଥିତିକୁ ମଜଭୁତ କରିବା ପାଇଁ ଲଗାତର ମାନସ ମନ୍ଥନ କରୁଛନ୍ତି । ଏହି କ୍ରମରେ ଉତ୍ତରାଖଣ୍ଡରେ ମଧ୍ୟ କଂଗ୍ରେସ (Congress) ନିଜର ପ୍ରସ୍ତୁତି ଜୋରସରରେ ଆରମ୍ଭ କରିଛି । କିନ୍ତୁ ଦଳର ସଙ୍ଗଠନକୁ ନେଇ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ (Former Uttarakhand CM Harish Rawat) ଏପରି ଟ୍ୱିଟ୍ କରିଛନ୍ତି, ଯାହାକୁ ନେଇ ଦଳର ଶୀର୍ଷ ନେତୃତ୍ୱଙ୍କ ନିଜ ହଜିଯାଇପାରେ ।
#चुनाव_रूपी_समुद्र
है न अजीब सी बात, चुनाव रूपी समुद्र को तैरना है, सहयोग के लिए संगठन का ढांचा अधिकांश स्थानों पर सहयोग का हाथ आगे बढ़ाने के बजाय या तो मुंह फेर करके खड़ा हो जा रहा है या नकारात्मक भूमिका निभा रहा है। जिस समुद्र में तैरना है,
1/2 pic.twitter.com/wc4LKVi1oc— Harish Rawat (@harishrawatcmuk) December 22, 2021
ହରିଶ ରାୱତ (Harish Rawat) ଟ୍ୱିଟ୍ କରି କହିଛନ୍ତି ଯେ, ତାଙ୍କୁ ଦଳୀୟ ସଂଗଠନ ତରଫରୁ ସମର୍ଥନ ମିଳୁନାହିଁ । ଉତ୍ତରାଖଣ୍ଡ ନିର୍ବାଚନରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସ (Congress) ପାଇଁ ହରିଶ ରାୱତଙ୍କ ଟ୍ୱିଟ ଏକ ବଡ଼ ଝଟକା ବୋଲି ପ୍ରମାଣିତ ହୋଇପାରେ ।
फिर चुपके से मन के एक कोने से आवाज उठ रही है "न दैन्यं न पलायनम्" बड़ी उपापोह की स्थिति में हूंँ, नया वर्ष शायद रास्ता दिखा दे। मुझे विश्वास है कि #भगवान_केदारनाथ जी इस स्थिति में मेरा मार्गदर्शन करेंगे।#Uttarakhand @INCUttarakhand
— Harish Rawat (@harishrawatcmuk) December 22, 2021
ହରିଶ ରାୱତ (Harish Rawat) ଲେଖିଛନ୍ତି ଯେ, ସଂଗଠନ ଏକ ନକାରାତ୍ମକ ଭୂମିକା ଗ୍ରହଣ କରୁଛି ଓ ସହଯୋଗର ହାତ ବଢ଼ାଉ ନାହିଁ । ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି । ବର୍ତ୍ତମାନ ଭାରତୀୟ ଜନତା ପାର୍ଟି (BJP) ର ସରକାର ଅଛି । ହରିଶ ରାୱତଙ୍କ ଟ୍ୱିଟରୁ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ଥିବାର କଥା ସାମ୍ନାକୁ ଆସୁଛି ଓ ଦଳର ନେତୃତ୍ୱ ତରଫରୁ କୌଣସି ସମାଧାନ ମିଳୁନାହିଁ ।
#चुनाव_रूपी_समुद्र
है न अजीब सी बात, चुनाव रूपी समुद्र को तैरना है, सहयोग के लिए संगठन का ढांचा अधिकांश स्थानों पर सहयोग का हाथ आगे बढ़ाने के बजाय या तो मुंह फेर करके खड़ा हो जा रहा है या नकारात्मक भूमिका निभा रहा है। जिस समुद्र में तैरना है,
1/2 pic.twitter.com/wc4LKVi1oc— Harish Rawat (@harishrawatcmuk) December 22, 2021
ତେବେ ଉତ୍ତରାଖଣ୍ଡ ନିର୍ବାଚନରେ ହରିଶ ରାୱତ (Harish Rawat) କଂଗ୍ରେସ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । କିନ୍ତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳ ଏପର୍ଯ୍ୟନ୍ତ କାହାର ନାମ ଘୋଷଣା କରିନାହିଁ । ୨୦୧୬ ମସିହାରେ ହରିଶ ରାୱତ ଉତ୍ତରାଖଣ୍ଡର ସପ୍ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ମନମୋହନ ସିଂଙ୍କ ସରକାରରେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି ।
ଏହା ବି ପଢ଼ନ୍ତୁ:-ଓମିକ୍ରନ୍ ଆଣିବ କୋରୋନାର ମହାଲହର! ଜାଣନ୍ତୁ କେବେଠୁ ବଢ଼ିବାକୁ ଲାଗିବ ମାମଲା
ଏହା ବି ପଢ଼ନ୍ତୁ:-ପୁଣି ବଢ଼ିଲା କୋରୋନା ମାମଲା, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ
ଏହା ବି ପଢ଼ନ୍ତୁ:-ଭଲ ଖବର! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ଦର
ହରିଶ ରାୱତ (Harish Rawat) ମଧ୍ୟ କିଛି ସମୟ ପାଇଁ ପଞ୍ଜାବରେ କଂଗ୍ରେସର ପ୍ରଭାରୀ ଥିଲେ । ସେତେବେଳେ ନବଜୋତ ସିଂ ସିଦ୍ଧୁ (Navjot Singh Sidhu) ଓ କ୍ୟାପଟେନ ଅମରିନ୍ଦର ସିଂ (Captain Amarinder Singh) ଙ୍କ ମଧ୍ୟରେ ମତଭେଦ ଚରମରେ ଥିଲା । ପରେ ହରିଶ ରାୱତଙ୍କୁ ପ୍ରଭାରୀ ଦାୟିତ୍ୱରେ ରଖାଯାଇଥିଲା ।