IND vs WI 1st T20: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?
Advertisement

IND vs WI 1st T20: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?

IND vs WI 1st T20: ଦିନିକିଆ ସିରିଜ୍ ପରେ ଏବେ ଟି-ଟ୍ୱେଣ୍ଟି ସିରିଜ୍ ଜିତିବାକୁ ଟିମ୍ ଇଣ୍ଡିଆ ଉଦ୍ୟମ ଆରମ୍ଭ କରିଛି । ଆଜିଠାରୁ (ଶୁକ୍ରବାର) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ରାତି ୮ଟାରେ ଖେଳାଯିବ ।

IND vs WI 1st T20: ୱେଷ୍ଟଇଣ୍ଡିଜ ବିପକ୍ଷରେ ଟିମ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍?

ନୂଆଦିଲ୍ଲୀ: IND vs WI 1st T20: ୱେଷ୍ଟଇଣ୍ଡିଜ ଟୁରରେ ଥିବା ଭାରତ ଦିନିକିଆ ସିରିଜ୍ ଜିତି ଇତିହାସ ରଚିଛି । ଦୀର୍ଘ ୩୯ ବର୍ଷ ପରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ମାଟିରୁ ଦିନିକିଆ ସିରିଜ୍ କ୍ଲିନ୍ ସୁଇପ୍ କରିଛି । ଏବେ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେଉଛି । ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ କବଜା କରିବାକୁ ଭାରତୀୟ ଟିମ୍ ଲକ୍ଷ୍ୟ ରଖିଛି । ଦିନିକିଆ ସିରିଜ୍ ପରେ ଏବେ ଟି-ଟ୍ୱେଣ୍ଟି ସିରିଜ୍ ଜିତିବାକୁ ଟିମ୍ ଇଣ୍ଡିଆ ଉଦ୍ୟମ ଆରମ୍ଭ କରିଛି । ଆଜିଠାରୁ (ଶୁକ୍ରବାର) ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ଆରମ୍ଭ ହେଉଛି । ପ୍ରଥମ ମ୍ୟାଚ୍ ତ୍ରିନିଦାଦର ବ୍ରାଏନ୍ ଲାରା ଷ୍ଟାଡିୟମରେ ରାତି ୮ଟାରେ ଖେଳାଯିବ । ଏଥିପାଇଁ ଉଭୟ ଟିମ୍ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି ।

ରେଗୁଲାର କ୍ୟାପଟେନ୍ ରୋହିତ ଶର୍ମା ଦଳକୁ କମବ୍ୟାକ୍ କରିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଦଳ ମଇଦାନକୁ ଓହ୍ଲାଇବ । ହାର୍ଡ ହିଟର ରିଭଷ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଦିନେଶ କାର୍ତ୍ତିକ ବ୍ୟାଟିଂ ଡିପାର୍ଟମେଣ୍ଟ ସମ୍ଭାଳିବେ । ଦୀପକ ହୁଡା ଓ ଶ୍ରେୟସ ଆୟରଙ୍କ ମଧ୍ୟରୁ ଜଣଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ । ସେହିପରି, ଅକ୍ଷର ପଟେଲ, ହର୍ଷେଲ ପଟେଲ, ଭୁବନେଶ୍ୱର କୁମାରଙ୍କ ଉପରେ ଦଳର ବୋଲିଂ ନିର୍ଭର କରୁଛି । କୁଳଦୀପ ଯାଦବ ଏବଂ ଆର.ଅଶ୍ୱିନଙ୍କ ମଧ୍ୟରୁ ଜଣେ ଟିମରେ ସାମିଲ ହେବା ସମ୍ଭାବନା ରହିଛି । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଦଳକୁ କିଛି ସିନିଅର ଖେଳାଳି କମବ୍ୟାକ୍ କରିଛନ୍ତି । ବୁମରା, କୋହଲିଙ୍କ ପରି ପ୍ଲେୟାର ଖେଳିବେ ନାହିଁ । ତେଣୁ ଖେଳାଳିଙ୍କୁ ବେଶ୍ ସତର୍କତାର ସହ ଲଢ଼ିବାକୁ ପଡ଼ିବ । ବ୍ୟାଟିଂ ଓ ବୋଲିଂରେ ଉନ୍ନତ ପ୍ରଦର୍ଶନ କଲେ ଘରୋଇ ଟିମକୁ ହରାଇବାରେ ଭାରତ ସକ୍ଷମ ହେବ ।  

ଏହା ବି ପଢ଼ନ୍ତୁ:-ପାର୍ଥ ଚାଟାର୍ଜୀଙ୍କ ପାଇଁ ଏବେ ବି ଖୋଲା ଅଛି ଟିଏମସିର ଦ୍ୱାର, ଅଭିଷେକ ବାନାର୍ଜୀ କହିଲେ ଫେରିବାର ସର୍ତ୍ତ

ଏହା ବି ପଢ଼ନ୍ତୁ:-୧୪୧ ଦିନ ଯାଏଁ ଶନିଙ୍କ କୋପରୁ ସାବଧାନ ରୁହନ୍ତୁ ଏସବୁ ରାଶି, ଆପଣାନ୍ତୁ ଏହି ଉପାୟ, ନଚେତ୍...

ଏହା ବି ପଢ଼ନ୍ତୁ:-ମହାରାଷ୍ଟ୍ରରେ ପୁଣି ପଲଟିବ ବାଜି, ଉଦ୍ଧବଙ୍କ ସହ ଯୋଗାଯୋଗରେ ଅଛନ୍ତି ସିନ୍ଦେ ଗୋଷ୍ଠୀର ଅନେକ ବିଧାୟକ!

 

ସେପଟେ, ଯଙ୍ଗଷ୍ଟାରଙ୍କୁ ନେଇ ମଇଦାନରେ ଲଢ଼େଇ କରିବେ ଅଧିନାୟକ ନିକୋଲାସ୍ ପୁରନ୍ । ନା ଟିମରେ ଅଛନ୍ତି ରସେଲ ନା ପୋଲାର୍ଡ । ସ୍ମିଥ, ଅଲରାଉଣ୍ଡର ହୋଲ୍ଡର, ହେଟମେୟାର, ବ୍ରାଣ୍ଡନ କିଙ୍ଗ, କିମୋ ପଲ୍, ହାଡେନ୍ ୱାଲ୍ସଙ୍କ ପରି ଟପ୍ ଖେଳାଳି ଚୂଡ଼ାନ୍ତ ଦଳରେ ସାମିଲ ହୋଇପାରନ୍ତି । ଟି-ଟ୍ୱେଣ୍ଟି ଫର୍ମାଟରେ ୱେଷ୍ଟଇଣ୍ଡିଜ୍ ଟପ୍ ପରଫରମାନ୍ସ ଦେଇଛି । ପୁଣି ଘରୋଇ ମାଟିରେ ଆହୁରି ଶକ୍ତିଶାଳୀ । ଦଳରେ ହାର୍ଡ ହିଟର ଥିବାବେଳେ ସେମାନେ ଜଣେ ଜଣେ ମ୍ୟାଚ୍ ୱିନର । ବିସ୍ପୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରିବାର କ୍ଷମତା ରଖିଛନ୍ତି । ତେଣୁ ଆଜିର ମ୍ୟାଚ୍ ବେଶ୍ ରୋମାଞ୍ଚକ ଓ ସଂଘର୍ଷପୂର୍ଣ୍ଣ ହେବ । ଦର୍ଶକ ଏଭଳି ମୁକାବିଲାର ଭରପୂର ମଜା ନେଇପାରିବେ ।