IPL 2023: ଚେନ୍ନାଇର ପରାଜୟର ଅପରାଧୀ ୧୪ କୋଟିର ଏହି ଖେଳାଳି, ପ୍ରଥମ ମ୍ୟାଚରେ ଟିମ ଉପରେ ହେଲା ବୋଝ!
Advertisement

IPL 2023: ଚେନ୍ନାଇର ପରାଜୟର ଅପରାଧୀ ୧୪ କୋଟିର ଏହି ଖେଳାଳି, ପ୍ରଥମ ମ୍ୟାଚରେ ଟିମ ଉପରେ ହେଲା ବୋଝ!

CSK vs GT IPL 2023: ଏହି ମ୍ୟାଚ୍‌ରେ ୧୪ କୋଟି ଟଙ୍କାର ବୋଲର ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସର ପରାଜୟର ସବୁଠାରୁ ବଡ଼ କାରଣ ହୋଇଥିଲେ । ଏହି ବୋଲରଙ୍କ ଗୋଟିଏ ଓଭର ଏହି ମ୍ୟାଚରେ ଦଳର ଡଙ୍ଗାକୁ ବୁଡ଼ାଇ ଦେଇଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସଗୁଜୁରାଟ ଟାଇଟାନ୍ସ ଆଗରେ ୧୭୯ ରନର ଟାର୍ଗେଟ ରଖିଥିଲା । 

IPL 2023: ଚେନ୍ନାଇର ପରାଜୟର ଅପରାଧୀ ୧୪ କୋଟିର ଏହି ଖେଳାଳି, ପ୍ରଥମ ମ୍ୟାଚରେ ଟିମ ଉପରେ ହେଲା ବୋଝ!

Chennai Super Kings vs Gujurat Titans: ଆଇପିଏଲ୍ ୨୦୨୩ (IPL 2023) ର ପ୍ରଥମ ମ୍ୟାଚ୍ ( CSK vs GT) ଗତକାଲି ଅର୍ଥାତ ଶୁକ୍ରବାର (ମାର୍ଚ୍ଚ ୩୧) ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜୁରାଟ ଟାଇଟାନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings vs Gujurat Titans Match) ମଧ୍ୟରେ ଖେଳାଯାଇଛି । ୪ ଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ  (CSK) ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ (GT) ହାତରେ ୫ ୱିକେଟରେ ପରାଜୟର ସମ୍ମୁଖୀନ ହୋଇଛି । ଏହି ମ୍ୟାଚ୍‌ରେ ୧୪ କୋଟି ଟଙ୍କାର ବୋଲର ଏମଏସ ଧୋନି (MS Dhoni) ଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ର ପରାଜୟର ସବୁଠାରୁ ବଡ଼ କାରଣ ହୋଇଥିଲେ । ଏହି ବୋଲରଙ୍କ ଗୋଟିଏ ଓଭର ଏହି ମ୍ୟାଚରେ ଦଳର ଡଙ୍ଗାକୁ ବୁଡ଼ାଇ ଦେଇଥିଲା ।

ଏହି ମ୍ୟାଚ୍‌ ( CSK vs GT) ରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ଗୁଜୁରାଟ ଟାଇଟାନ୍ସ (Gujurat Titans) ଆଗରେ ୧୭୯ ରନର ଟାର୍ଗେଟ ରଖିଥିଲା । ଏହି ଟାର୍ଗେଟକୁ ପିଛା କରି ଗୁଜୁରାଟ ଟାଇଟାନ୍ସ ୧୮ ଓଭରରେ ୫ ୱିକେଟ୍ ହରାଇ ୧୫୬ ରନ୍ ସ୍କୋର କରିଥିଲା । ଏହି ମ୍ୟାଚ୍ ଚେନ୍ନାଇ ଆଡ଼କୁ ଯାଉଥିବା ପରି ମନେ ହେଉଥିଲା । ଏଭଳି ପରିସ୍ଥିତିରେ ଏମଏସ ଧୋନି ଦଳର ମହଙ୍ଗା ବୋଲର ଦୀପକ ଚହର (Deepak Chahar) ଙ୍କ ଦ୍ୱାରା ଇନିଂସର ୧୯ତମ ଓଭର କରାଇଥିଲେ । କିନ୍ତୁ ଦୀପକ ଚହର  (Deepak Chahar) ଙ୍କ ଏହି ଓଭର ପୂରା ମ୍ୟାଚର ଦିଶାକୁ ପଲଟାଇ ଦେଇଥିଲା ।

fallback

ଯେତେବେଳେ ଦୀପକ ଚହର  (Deepak Chahar) ଇନିଂସର ୧୯ ଓଭରରେ ବୋଲିଂ କରିବାକୁ ଆସିଥିଲେ । ଗୁଜୁରାଟ ଟାଇଟାନ୍ସ ମ୍ୟାଚ ଜିତିବା ପାଇଁ ୧୨ ବଲରେ ୨୩ ରନର ଆବଶ୍ୟକ କରୁଥିଲେ । ଏଭଳି ପରିସ୍ଥିତିରେ ଦଳ ଦୀପକ ଚହରଙ୍କଠାରୁ ଏକ ଭଲ ଓଭର ଆବଶ୍ୟକ କରୁଥିଲା, କିନ୍ତୁ ଦୀପକ ଚହର ଏହି ଓଭରରେ ୧୫ ରନ୍ ଖର୍ଚ୍ଚ କରି ଚେନ୍ନାଇ ସୁପର କିଙ୍ଗ୍ସଠାରୁ ମ୍ୟାଚକୁ ଦୂରେଇ ନେଇ ଯାଇଥିଲେ । ଦୀପକ ଚହର  (Deepak Chahar) ଙ୍କ ଏହି ଓଭରରେ ଗୁଜୁରାଟ ଟାଇଟାନ୍ସ ବ୍ୟାଟ୍ସମ୍ୟାନ୍ ମୋଟ ୨ଟି ଚୌକା ଓ ୧ଟି ଛକା ମାରି ତାଙ୍କ ଦଳ ସପକ୍ଷରେ ମ୍ୟାଚ୍ କରିଥିଲେ ।

ଅଧିକ ପଢ଼ନ୍ତୁ:-ଚେନ୍ନାଇର ପରାଜୟ ପରେ ଅଧିନାୟକ ଧୋନି ରାଗି ପାଚି ହେଲେ ଲାଲ, କହିଲେ ମ୍ୟାଚ ହାରିବାର ସବୁଠାରୁ ବଡ଼ କାରଣ

ଅଧିକ ପଢ଼ନ୍ତୁ:-ଖୁସି ଖବର: ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର

ଅଧିକ ପଢ଼ନ୍ତୁ:-୭ କୋଟି ଲୋକଙ୍କ ପାଇଁ ଖୁସି ଖବର, ସରକାର ବଢ଼ାଇଲେ PF ସୁଧ ହାର

ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ (Gujarat Titans Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟସ୍ ଜିତି ଚେନ୍ନାଇ (Chennai Super Kings) କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । CSK ର ଏହି ଇନିଂସରେ ଋତୁରାଜ ଗାଇକୱାଡ (Rituraj Gaikwad) ୫୦ ବଲରେ ସର୍ବାଧିକ ୯୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଗୁଜୁରାଟ ଟାଇଟାନ୍ସ ୧୯.୨ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଗୁଜୁରାଟ ଟାଇଟାନ୍ସ ପାଇଁ ଓପନର୍ ଶୁଭମାନ ଗିଲ (Shubman Gill) ୩୬ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ ।