Hansika Motwani Sohael Khaturiya Marriage: ହାତକୁ ଦି ହାତ ହେଲେ ହଂସିକା ମୋଟଓ୍ବାନି, ବିବାହର ଫଟୋ ଭାଇରାଲ
Hansika Motwani Sohael Khaturiya Marriage: ହଂସିକାଙ୍କ ବିବାହର ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ ନିଜ ବିବାହରେ ଏକ ରେଡ କର୍ଲର ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଥିଲା। ବଧୁ ବେଶରେ ହଂସିକା ବେଶ ସୁନ୍ଦର ଦେଖାଯାଉଥିଲେ ।

ଗତ କିଛି ଦିନ ହେବ ହଂସିକା ମୋଟୱାନି ସୋହେଲଙ୍କୁ ବିବାହ କରିବା ନେଇ ବେଶ ଚର୍ଚ୍ଚା ଜୋର ଧରିଥିଲା। ବର୍ତ୍ତମାନ ହଂସିକ ମୋଟୱାନିଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି । ପ୍ରଶଂସକମାନେ ମଧ୍ୟ ଫଟୋରେ ଏହି ନବ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ହଂସିକା ତାଙ୍କ ବିବାହରେ ରେଡ୍ କର୍ଲରର ଲେହେଙ୍ଗା ସହ, ଗୋଲ୍ଡର କିଛି ଅଳଙ୍କାର ମଧ୍ୟ ପିନ୍ଧିଥିଲେ। ସେ ହାତରେ ଚୁଡା ଝୁମର ମଧ୍ୟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏହାସହ ସୋହେଲ କାଥୁରିଆ ମଧ୍ୟ ଏକ କ୍ରିମ୍ କର୍ଲର ଶେରୱାନି ପିନ୍ଧିଥିବା ଦେଖିବାକୁ ମିଳିଥିଲା ।

ତେବେ ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ହଂସିକା ଏବଂ ସୋହେଲଙ୍କ ବିବାହ କାର୍ଯ୍ୟ ମୁମ୍ବାଇରୁ ଆରମ୍ଭ ହୋଇଥିଲା। ପରେ ଏହି ଲବବାର୍ଡ ଜୟପୁରରେ ସୁଫି ନାଇଟ୍, ହାଲଦି ଓ ମେହେନ୍ଦୀର ରଶମ ମଧ୍ୟର ଆୟୋଜନ କରାଯାଇ ଥିଲା ।

ସୋହେଲ ମୁମ୍ବାଇର ଜଣେ ବ୍ୟବସାୟୀ ଏବଂ ହଂସିକା ତାଙ୍କର ଗର୍ଲଫ୍ରେଣ୍ଡ ତଥା ତାଙ୍କର ବ୍ୟବସାୟିକ ସହଯୋଗୀ ମଧ୍ଯ । ନଭେମ୍ବରରେ ଅଭିନେତ୍ରୀ କିଛି ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସୋହେଲ କାଥୁରିଆ ପ୍ୟାରିସର ଆଇଫେଲ ଟାୱାର ସମ୍ମୁଖରେ ଆଣ୍ଠୁମାଡି ହଂସିକାଙ୍କୁ ପ୍ରୋପଜ କରିଥିବା ନଜର ଆସିଥିଲେ।

ହାନସିକା ମୋଟୱାନି ଏବଂ ସୋହେଲ ଖାଟୁରିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଜୀବନ ସାଥୀ ହେବା ପୂର୍ବରୁ ହଂସିକା ଏବଂ ସୋହେଲ ମଧ୍ୟ ବ୍ୟବସାୟିକ ସହଯୋଗୀ ମଧ୍ଯ ରହିଥିଲେ ।
ट्रेन्डिंग फोटोज़


