Prakruti Mishra: ପୁଣି ଚର୍ଚ୍ଚାରେ ପ୍ରକୃତି ମିଶ୍ର, ଲୁକକୁ ନେଇ ଆସିଲା ବଡ ଅପଡେଟ୍
Prakruti Mishra: ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ର ଶିଶୁ କଳାକାର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ରୂପେଲି ପରଦାରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିଲେ ପ୍ରକୃତି। ବର୍ତ୍ତମାନ ସୁଦ୍ଧା ୧୧ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।


ପରେ ପ୍ରକୃତିଙ୍କୁ କାର ଭିତରୁ ଘୋଷାଡି ନେବା ସହ ଗାଳି ମଧ୍ୟ ଦେଇଥିଲେ। ଏହି ଷ୍ଟାର କଳି ରାଜରାସ୍ତାରୁ ଯାଇ ଥାନାରେ ପହଞ୍ଚିଥିଲା। ପରେ ପ୍ରକୃତିଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ପରେ ବାବୁଶାନଙ୍କ ପତ୍ନୀ ବିରୋଧରେ ପ୍ରକୃତି ମାନହାନୀ ମକଦ୍ଦମା କରିଥିଲେ।

ନିକଟରେ ପ୍ରକୃତି ଓଲିଉଡ ସୁପରଷ୍ଟାର ବାବୁଶାନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ପରେ ରାଜରାସ୍ତାରେ ବାବୁଶାନଙ୍କ ପତ୍ନୀ ତୃପ୍ତି ବାବୁଶାନ ଓ ପ୍ରକୃତିଙ୍କୁ ଏକ କାର ମଧ୍ୟରୁ ଧରି ଥିଲେ।

ତେବେ ଏହି ବିବାଦ ଥମିବା ପରେ ପରେ ପ୍ରକୃତି ଚଳିତ ସିଜିନ 'ବଗ ବସ'ରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଏହି ରେସରେ ପଛରେ ପଡି ଯାଇଥିଲେ।

ଦୂରଦର୍ଶନରେ ପ୍ରସାରିତ ଏସଆଇଇଟି (ଏକ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ) ଏବଂ ଇଟିଭିରେ ଶିଶୁଙ୍କ ଲାଗି ଉଦ୍ଦିଷ୍ଟ ଅନେକ କାର୍ଯ୍ୟକ୍ରମରେ ଉପସ୍ଥାପକ ଥିଲେ । ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା 'ତୁଳସୀ' ଧାରାବାହିକରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ୨୦୦୩ ମସିହାରେ ସାବତ ମା' କଥାଚିତ୍ରରୁ ରୂପେଲି ପରଦାରେ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ପ୍ରକୃତି।
ट्रेन्डिंग फोटोज़


